ପ୍ରମୂଖ ଖବର

ଛତିଶଗଡ଼: ସୁରକ୍ଷାବଳଙ୍କ ଗୁଳିରେ ୭ ମାଓବାଦୀ ନିହତ

Image Courtesy: hindustantimes

ବିଜାପୁର: ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଗୁଳିମାଡ଼ରେ ୭ ମାଓବାଦୀ ନିହତ । ମାଓ ବିରୋଧୀ ଅଭିଯାନରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଆଉ ଏଥିରେ ମାଓବାଦୀଙ୍କ ଜୀବନ ଯାଇଛି । 

ଏସପି ପ୍ରଭାତ କୁମାର ପୃଷ୍ଟିଙ୍କ ସୂଚନା ଅନୁସାରେ, ଏବେ ସୁଦ୍ଧା ୭ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମାଓବାଦୀଙ୍କ ଇନ୍ଦ୍ରାବତୀ ଏରିୟା କମିଟି ଏବଂ ପ୍ଲାଟୁନ ନମ୍ବର ୧୬ର କ୍ୟାଡରଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାକର୍ମୀମାନେ ଅଭିଯାନ ଆରମ୍ଭ କରିଥିଲେ । 

ଏହି ଅପରେସନ୍‌ରେ ଦାନ୍ତେଓ୍ବାଡା, ନାରାୟଣପୁର ଏବଂ ବସ୍ତର ଜିଲ୍ଲାର ରିଜର୍ଭ ଗାର୍ଡ, ବସ୍ତର ଫାଇଟର୍ସ ଏବଂ ସ୍ବତନ୍ତ୍ର ସୁରକ୍ଷା ବଳର ଯବାନମାନେ ସାମିଲ ଥିଲେ । ଏହି ସମୟରେ ୭ଟି ଅସ୍ତ୍ର ଉଦ୍ଧାର ହୋଇଛି । ଚଳିତବର୍ଷ ସୁରକ୍ଷାବଳ ଏବଂ ମାଓବାଦୀଙ୍କ ଲଢ଼େଇରେ ମୋଟ ୧୧୨ ମାଓବାଦୀ ନିହତ ହୋଇଛନ୍ତି । ମେ’ ୧୦ରେ ବିଜାପୁର ଜିଲ୍ଲାରେ ସୁରକ୍ଷାବଳଙ୍କ  ଗୁଳିରେ ୧୨ ମାଓବାଦୀ ପ୍ରାଣ ହରାଇଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.