ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫେରାର ନିଶାଦିଆ ଲୁଟେରାଙ୍କୁ ଗିରଫ କଲା ସହିଦନଗର ପୋଲିସ, ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ

ଭୁବନେଶ୍ୱର, ୩୧।୦୩ : ସହିଦନଗର ପୋଲିସକୁ ସଫଳତା । ଦୀର୍ଘ ଦିନ ଧରି ଫେରାର ଥିବା ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ନିଶା ସାମଗ୍ରୀ ଜବତ ହୋଇଛି । ତେବେ ଗିରଫ ହୋଇଥିବା ଲୁଟେରାଙ୍କ ମଧ୍ୟରେ ରହିଛି ଅପରାଧୀ ବୁଦ୍ଧିଆ । 

ଖବର ଅନୁଯାୟୀ, ଦୀର୍ଘ ଧରି ଫେରାର ଥିଲା ଲୁଟେରା ବୁଦ୍ଧିଆ । ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ଆଚାର୍ଯ୍ୟ ବିହାର, କ୍ୟାପିଟାଲ ହସ୍ପିଟାଲର ଲୋକଙ୍କୁ ନେଇ ଅଟୋରେ ନେଇଥାଏ । ରାସ୍ତାରେ ଚା’ କିମ୍ବା ଥଣ୍ଡା ପାନୀୟ ପିଇବାକୁ ଦେଇଥାଏ । ଆଉ ପାନୀୟ ସାମଗ୍ରୀରେ ନିଶା ଦ୍ରବ୍ୟ ମିଶାଇ ଯାତ୍ରୀଙ୍କୁ ପିଇବାକୁ ଦିଏ । ଏହି ପାନୀୟ ପିଇବା ଦ୍ୱାରା ଅଟୋରେ ଯାଉଥିବା ଯାତ୍ରୀମାନେ ବେହୋସ ହୋଇଯାଆନ୍ତି । ଫଳରେ ଯାତ୍ରୀମାନଙ୍କୁ କଟକ ଯୋବ୍ରା କିମ୍ବା ଜଗତସିଂହପୁର ନିକଟରେ ଫିଙ୍ଗି ଦେଇ ସେମାନଙ୍କଠାରୁ ସୁନା ଓ ଟଙ୍କା ଲୁଟି ନେଇଥାଏ । ହେଲେ କୌଣସି ବି ଯାତ୍ରୀଙ୍କଠାରୁ ମୋବାଇଲ୍ ଲୁଟ୍ କରିନଥାଏ । କାରଣ ତଦନ୍ତ ବେଳେ ପୋଲିସ ମୋବାଇଲକୁ ଟ୍ରାକ୍ କରିପାରନ୍ତି । ଏହି ଭୟରେ ସେ ମୋବାଇଲ୍ ଚୋରି କରିନଥାଏ । ତେବେ ପୂର୍ବରୁ ୧୨ରୁ ୧୫ ଥର ଜେଲ୍ ବୁଦ୍ଧିଆ ଯାଇଛି । ଯାଜପୁରରେ ଏକ ଗାଁ ଲୁଟେରା ବୁଦ୍ଧିଆର ଘର । ଏହି ସବୁ ଲୁଟ୍ କାରନାମା କରିବା ପରେ ସେ ନିଜ ଗାଁ ଯାଜପୁରରେ ଯାଇ ଲୁଚି ରହିଥାଏ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.