ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବିଦେଶରେ ହେଉଛି ଷଡ଼ଯନ୍ତ୍ର, ରାହୁଲ ଗାନ୍ଧୀଙ୍କ ଉପରେ ହୋଇପାରେ ଆକ୍ରମଣ: ସଂଜୟ ରାଉତ

Image Courtesy: theprint

ନୂଆଦିଲ୍ଲୀ: ଶିବସେନା ସାଂସଦ ସଂଜୟ ରାଉତ ବିଜେପି ସରକାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କଂଗ୍ରେସ ସାଂସଦ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ ହୋଇପାରେ ବୋଲି ସଂଜୟ ରାଉତ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଏବଂ ଇଣ୍ଡି ମେଣ୍ଟର ନେତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି । ରାହୁଲ ଗାନ୍ଧୀ ସଂସଦରେ ଗଣତନ୍ତ୍ର ପ୍ରସଙ୍ଗ ଉଠାଉଛନ୍ତି । ସରକାରଙ୍କୁ ଆଇନା ଦେଖାଉଛନ୍ତି ରାହୁଲ । ତେଣୁ ତାଙ୍କୁ କାର୍ଯ୍ୟାନୁଷ୍ଠାନର ସାମନା କରିବାକୁ ପଡ଼ିବ । ହେଲେ ଆମେ ପ୍ରସ୍ତୁତ ଅଛୁ ବୋଲି ଶିବସେନା ସାଂସଦ କହିଛନ୍ତି ।

ସେହିଭଳି ବିଜେପି ବହୁମତ ପାଇନାହିଁ କିନ୍ତୁ ଅସାମ୍ବିଧାନିକ କାର୍ଯ୍ୟ କରିବାର ନିଜର ଅଭ୍ୟାସ ଛାଡ଼ିପାରୁ ନାହିଁ ବୋଲି ସଂଜୟ ରାଉତ ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧୀ ଏବଂ ଆମମାନଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି । ଏହି ଷଡ଼ଯନ୍ତ୍ର ଏଠାରେ ନୁହେଁ ବରଂ ବିଦେଶରେ ହେଉଛି । କାଲି ରାହୁଲଙ୍କ ଉପରେ ଏବଂ ହୁଏତ ପରେ ଆମ ଉପରେ ଆକ୍ରମଣ ହୋଇପାରେ ବୋଲି ସେ ଦାବି କରିଛନ୍ତି । ସଂଜୟ ରାଉତ ଆହୁରି ମଧ୍ୟ କହିଛନ୍ତି, ସରକାରଙ୍କ ନିଦ ଉଡ଼ାଇ ଦେଇଛନ୍ତି ରାହୁଲ । ଏଥି ପାଇଁ ଆମ ଉପରେ ଗ୍ୟାଙ୍ଗଷ୍ଟରଙ୍କୁ ଲଗାଇ ଆକ୍ରମଣ କରାଯାଇପାରେ । 

ସେପଟେ ମହାରାଷ୍ଟ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ସଂଜୟ । ସେ କହିଛନ୍ତି, ଲଡ଼କୀ ବହେନ ଯୋଜନା ଦୁଇ ମାସ ମଧ୍ୟରେ ବନ୍ଦ ହୋଇଯିବ । ଏହି ଯୋଜାନରେ ଠିକାଦାରଙ୍କୁ ଟଙ୍କା ଦେଉନାହାନ୍ତି ସରକାର ।  ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଆଗାମୀ ୨ ମାସ ମଧ୍ୟରେ ପ୍ରିୟ ଭଉଣୀମାନଙ୍କୁ କିଛି ମିଳିବ ନାହିଁ । ମହାୟୁତି ସରକାର ରାଜ୍ୟର ଋଣଭାର ବଢ଼ାଇ ଦେଇ ଖସିଯିବେ ବୋଲି ସଂଜୟ ରାଉତ ଅଭିଯୋଗ କରିଛନ୍ତି । 

 

  • Rahul Gandhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.