ନୂଆଦିଲ୍ଲୀ,୧୪।୯: ବାଂଲାଦେଶରେ ଖରାପ ହୋଇଥିବା ସ୍ଥିତି ଏବେ ମଣିପୁର ଉତ୍ତେଜନାକୁ ଆହୁରି ବଢାଇପାରେ। ସୁରକ୍ଷା ଏଜେନ୍ସି ଏହାକୁ ନେଇ ସତର୍କତା ଜାରି ରଖିଛନ୍ତି। ଏହା ଅନୁସାରେ, ବାଂଲାଦେଶରେ ଯାହା କିଛି ବି ହେଉଛି ଏହାର ଫାଇଦା ଉଠାଇ ନର୍ଥ-ଇଷ୍ଟକୁ ଓ୍ବାର ଜୋନ୍ରେ ବଦଳା ଯାଇପାରେ। କିଛି ନ୍ୟୁଜ ରିପୋର୍ଟ ଅନୁସାରେ, ଏଭଳି ଦାବି ହେଉଛି। ଏଥିରେ କୁହାଯାଉଛି ଏହା ବାଂଲାଦେଶ ସ୍ଥିତ କଟ୍ଟରପନ୍ଥୀ ଗୋଷ୍ଠୀ ଜମାତୁଲ ଅନସାର ଫିଲ୍ ହିଣ୍ଡଲ ଶରକିୟା ବା ଜମାତୁଲା ଅନସାର ପାଇଁ ବହୁତ ଭଲ ସ୍ଥିତି। ଭାରତୀୟ ଉପମହାଦ୍ବୀପରେ ଅଲ୍-କାଏଦା(ଏକ୍ୟୁଆଇଏସ୍)ର କୁକି-ଚୀନ୍ ନ୍ୟାସନାଲ ଫ୍ରଣ୍ଟ ସହିତ ଖୁବ୍ ଭଲ ସମ୍ପର୍କ ରହିଛି।
ଜମାତୁଲ ଅନସାର ଓ କୁକି ଚୀନ୍ ନ୍ୟାସନାଲ ଫ୍ରଣ୍ଟ ଚଟଗାଓଁର ପାହାଡି ଅଞ୍ଚଳରେ ଆର୍ମସ୍ ଟ୍ରେନିଂ କ୍ୟାମ୍ପ ଚାଲିଥିଲା। ଏହା ପୂର୍ବରୁ ଏହି କଥା ସାମନାକୁ ଆସିଥିଲା ଯେ, ଦୁଇ ସଂଗଠନରେ ଟ୍ରେନିଂ ଆୟୋଜିତ କରିବା ପାଇଁ ଏକ ଲଖିତି ଚୁକ୍ତି କରିଥିଲେ। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜମାତୁଲା ଅନସାର ସ୍ଥାନୀୟ ସଂଗଟନ ସହ ମେଣ୍ଟ କରିଛି କାରଣ ତା’ର ଏଜେଣ୍ଡା ଭାରତକୁ ଅସ୍ଥିର କରିବା ଓ ପୁର୍ବତ୍ତୋର ସ୍ଥିତ ଉଗ୍ରବାଦୀ ଗୋଷ୍ଠୀ ହାତ ମିଶାଇବାକୁ ପ୍ରସ୍ତୁତ ଅଛି। ଏଥିରେ ଏହାକ ମଧ୍ୟ କୁହାଯାଇଛି ଯେ, ହତିଆର ପାଇଁ ମିଆଁମାର ଡ୍ରଗ ମନି, ଏକ୍ୟୁଆଇଏସ୍ରୁ କଟ୍ଟରପନ୍ଥୀ ଏଜେଣ୍ଡା ଓ ଏକ ଅଗଲା ଦେଶ ତିଆରି କରିବା ପାଇଁ ଆମେରିକା ପକ୍ଷ ଉପରେ ଚାପର ଏକ ଖେଳ। ସୁତ୍ର ପକ୍ଷରୁ କୁହାଯାଇଛି ସରକାର ଏହା ଉପରେ ନଜର ରଖିବା ଦରକାର।
ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଜମାତୁଲ ଅନସାରୀ, ଫିଲ ହିନ୍ଦଲ ଶରାକିୟା ଓ କୁକି ଚୀନ୍ ନ୍ୟାସନାଲ ଫ୍ରଣ୍ଟ ଦ୍ବାରା ସରକାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ ଯୋଜନାର ଖୁଲାସା ହୋଇଛି। ସେତେବେଳେ ବାଂଲାଦେଶୀ ଏଜେନ୍ସି ମିଲିଟାରୀ ଅପରେସନ୍ ଚଳାଇଥିଲେ ଓ ପ୍ରାୟ ୨୦ କେଏନ୍ଏଫ୍ ସଦସ୍ୟଙ୍କୁ ହତିଆର ସହ ଗିରଫ କରିଥିଲା। ସୁରକ୍ଷା ଏଜେନ୍ସିର ସୂଚନା ଅନୁସାରେ, କେଏନ୍ଏଫ୍ କ୍ଷେତ୍ରକୁ ଅସ୍ଥିର କରିବାରେ ସକ୍ଷମ । ତାଙ୍କ ପାଖରେ ହତିଆର ଓ ଡ୍ରଗ୍ସ ମଧ୍ୟ ଖୁବ୍ ଅଧିକ ଅଛି।