ମୁମ୍ବାଇ ୨୬/୦୮: ‘ରେସ୍’ ସିରିଜ୍ର ୩ଟି ଯାକ ଫିଲ୍ମର ଅପାର ସଫଳତା ପରେ ପ୍ରଯୋଜକ ରମେଶ ତୌରାନି ଏବେ ‘ରେସ୍-୪’ ପାଇଁ ଯୋଜନା ଚଳାଇଛନ୍ତି । ଫିଲ୍ମର କାହାଣୀ ରଚନା ସରିଆସିଥିବାବେଳେ ସେଥିରେ ହିରୋ ଭୂମିକାରେ ଅଭିନୟ ଲାଗି ସୈଫ୍ ଅଲ୍ଲୀ ଖାନ୍ଙ୍କ ନାମ ପ୍ରାୟତଃ ଚୂଡ଼ାନ୍ତ ହୋଇଛି । ତେବେ ତାଙ୍କ ବିପକ୍ଷରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଭିଲେନ୍ ସାଜିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।
ଖବର ମୁତାବକ, ‘ରେସ୍-୪’ର ଅଂଶବିଶେଷ ହେବା ଲାଗି ସିଦ୍ଧାର୍ଥ ନିଜ ଆଡୁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ଏ ସଂପର୍କରେ ପ୍ରଯୋଜକ ରମେଶ ତୌରାନିଙ୍କ ସହିତ ସେ କଥା ମଧ୍ୟ ହୋଇଛନ୍ତି । ଯଦି ସବୁ କିଛି ଠିକ୍ଠାକ୍ ରହେ ତେବେ ସେ ଖୁବ୍ ଶୀଘ୍ର ଏଥିନେଇ ଚୁକ୍ତିରେ ସ୍ୱାକ୍ଷର କରିବେ । ଆସନ୍ତାବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହେବାର ଅଛି । ରେସ୍ ସିରିଜ୍ର ପ୍ରଥମ ଦୁଇଟି ଫିଲ୍ମରେ ସୈଫ୍ ଅଲ୍ଲୀ ଖାନ୍ଙ୍କ ବିରୋଧରେ ଯଥାକ୍ରମେ ଅକ୍ଷୟ ଖାନ୍ନା ଓ ଜନ୍ ଆବ୍ରାହମ୍ଙ୍କୁ ଭିଲେନ୍ ଭାବେ ଦେଖିବାକୁ ମିଳିଥିଲା । ‘ରେସ୍୩’ରେ ସଲମାନ୍ ଖାନ୍ ହିରୋ ଭୂମିକାରେ ଆସିଥିବାବେଳେ ବବି ଦେଓଲ ଭିଲେନ୍ ସାଜିଥିଲେ । ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଶେଷ ଥର ଲାଗି ‘ଯୋଦ୍ଧା’ରେ ଦେଖିବାକୁ ମିଳିଥିଲା । ସେଥିରେ ତାଙ୍କ ସହିତ ଅଭିନେତ୍ରୀ ଦିଶା ପଟାନି ଓ ରାଶି ଖାନ୍ନା ନଜର ଆସିଥିଲେ । ଫିଲ୍ମଟିକୁ ଦର୍ଶକଙ୍କ ନିକଟରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଥିଲା ।