ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋଆ ଏସ୍‌ଏଚ୍‌ଏମ୍‌ ପକ୍ଷରୁ ପଖାଳ ଉତ୍ସବ, ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ: ସୋଆ ଉପସଭାପତି

ଭୁବନେଶ୍ୱର ୦୪/୦୪: ଚାଲନ୍ତୁ ସହର ଭିତରେ ଗାଁ ପରିବେଶକୁ ଯିବା । ଗାଁ ପରିବେଶରେ ପଖାଳ ଖାଇ ଆସିବା । ଖାଇବା ସହିତ ଚୁଡ଼ି କିଣିବା । ଆଇସକ୍ରିମ୍‌ର ମଜା ନେବା । ପଖାଳ ଉତ୍ସବ ଅବସରରେ ଅତିଥିଙ୍କ ପାଇଁ ଏଭଳି ସୁବିଧା ଦେଉଛି ସୋଆ ପରିଚାଳିତ ସ୍କୁଲ୍‌ ଅଫ୍‌ ହୋଟେଲ୍‌  ମ୍ୟାନେଜମେଣ୍ଟ (ଏସ୍‌ଏଚ୍‌ଏମ୍‌) । 

ପଖାଳ ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ।  ଓଡ଼ିଶାର ଘରେ ଘରେ ଏହି ପାରମ୍ପରିକ ଖାଦ୍ୟ  ବେଶ ଆଦୃତ । ପଖାଳର ପ୍ରଚାର ଓ ପ୍ରସାର  ଉଦ୍ଦେଶ୍ୟରେ ସୋଆ ପରିଚାଳିତ ଏସ୍‌ଏଚ୍‌ଏମ୍‌  ପକ୍ଷରୁ ବୁଧବାର ଆରମ୍ଭ ହୋଇଥିବା ପଖାଳ  ଉତ୍ସବ ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି  ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ଉପସଭାପତି  ଶାଶ୍ୱତୀ ଦାସ । ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ  ବାନ୍ଧି ରଖିବାର ପ୍ରୟାସ ପଖାଳ ଉତ୍ସବ ବୋଲି  ସେ କହିଛନ୍ତି । ସବୁ ବର୍ଷ ପରି ଚଳିତ ବର୍ଷ  ମଧ୍ୟ ଏସ୍‌ଏଚ୍‌ଏମ୍‌ ପକ୍ଷରୁ ଏପ୍ରିଲ ୩ରୁ ୭  ତାରିଖ ପର୍ଯ୍ୟନ୍ତ “ପଖାଳ ଉତ୍ସବ’ ଆୟୋଜନ  କରାଯାଇଛି । ୫ ଦିନ ବ୍ୟାପି ଚାଲିବାକୁ ଥିବା  ଏହି ଉତ୍ସବରେ ପଖାଳ ସାଙ୍ଗକୁ ବିଭିନ୍ନ ପ୍ରକାର  ବ୍ୟଞ୍ଜନ ପରଷା ଯାଉଛି । ଓଡ଼ିଶାର ସଂସ୍କୃତି ଓ  ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡ଼ିଆଙ୍କ  ଖାଦ୍ୟରୁଚି ତଥା ଭାବଧାରାକୁ ସର୍ବସାଧାରଣଙ୍କ  ନିକଟରେ ପହଞ୍ଚାଇବା ଏହି ଉତ୍ସବର ମୁଖ୍ୟ  ଉଦ୍ଦେଶ୍ୟ ବୋଲି ଏସ୍‌ଏଚ୍‌ଏମ୍‌ର ଡିନ୍‌  ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଛନ୍ତି ।  ଖରାଦିନେ ପ୍ରତ୍ୟେକ ଓଡ଼ିଆ ଖରାତାତିକୁ  ଏଡ଼ାଇବା ପାଇଁ ପଖାଳ ଖାଇବାକୁ ହିଁ  ପସନ୍ଦ କରିଥାନ୍ତି ବୋଲି ସେ କହିଛନ୍ତି ।  

ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଗ୍ରାମୀଣ  ପରିବେଶର ଏକ ଝଲକ ଏହି ପଖାଳ  ଉତ୍ସବରେ ଦେଖିବାକୁ ମିଳିଛି । ୫ ଦିନ ବ୍ୟାପି  ହେବାକୁ ଥିବା ଏହି ଉତ୍ସବରେ ପ୍ରତ୍ୟେକ  ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଅତିଥିଙ୍କୁ ପଖାଳ ପରଷା ଯିବ । ଏସ୍‌ଏଚ୍‌ଏମ୍‌ର  ଛାତ୍ରଛାତ୍ରୀ ଏହି ଉତ୍ସବ ପରିଚାଳନା କରୁଥିବା  ବେଳେ ସେମାନଙ୍କୁ ଫ୍ୟାକଲ୍ଟି ଓ ଅନ୍ୟ  କର୍ମଚାରୀମାନେ ସହଯୋଗ କରୁଛନ୍ତି । ଅତିଥିମାନଙ୍କୁ ଉଷୁନା ପଖାଳ, ଅରୁଆ  ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ  ପଖାଳ ଏବଂ ଲେମ୍ବୁ ପଖାଳ ଆଦି ପରଷା  ଯାଉଛି । ସେହିପରି ପଖାଳକୁ ସୁହାଇଲା ଭଳି  ବିଭିନ୍ନ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନ  ଯେପରିକି - ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା,  ଶୁଖୁଆ ଭଜା, ପୋହଳା ଭଜା, କୁକୁଡ଼ା ମାଂସ  କସା, ଚୁନା ମାଛ ଭଜା, ଚିଙ୍ଗୁଡି ଝରଝରି, ମାଛ ଭଜା, ଛତୁ ପତ୍ରପୋଡା, ଆଳୁ ଭଜା,  ବାଇଗଣ ଭଜା, ଆଳୁ ଓ ବାଇଗଣ ଭର୍ତା, ପୋଡା ଆଳୁ, ଗୋଟା ଭେଣ୍ଡି ଭଜା, ନଡ଼ିଆ  ଭଜା, ଶାଗ ବଡ଼ି ଭଜା, ପରିବା ଭଜା,  ଚିପ୍ସ, ଆମ୍ବ ଛେଚା ଚଟଣୀ, ପୋଡ଼ା ଟମାଟୋ ଚଟଣୀ, ପନିର ଭୁର୍ଜି, ଆଳୁ କଲରା ବାଟି  ତରକାରୀ ଓ ବଡ଼ି ଚୁରା ସହିତ କାକୁଡି, ପିଆଜ ଲଙ୍କା ଓ ଲେମ୍ବୁ ଆଦି ପରଷା ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.