ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଜଗନ୍ନାଥିଆ

ଉଦୁଉଦିଆ ଖରାବେଳଟାରେ ଡହ ଡହ ଖରାରେ ହଲିଦୋହଲି ଟାହିଆ ହଲେଇ, ଠାଣି ଦେଖେଇ ବାହାରି ପଡ଼ିଲ । ଗମଗମ ଝାଳ ବହିଯାଉଛି । ସେଥିରେ ମଣ୍ଡପରେ ନାଥୁକିନା ବସି ପଡ଼ିଲ । ତମକୁ ଘସା ନାଗି ହେଲା । ଝାଳୁଆ ଦେହରେ ଚତୁର୍ଦ୍ଧା ମୂରତି ୧୦୮ ଗରା ପାଣିରେ ଢୁ ଢୁ ହେଇ ଗାଧେଇଲ । ତମେ ଏକୁଟିଆ ୩୫ ଗରା ପାଣି ତମ ଦେହରେ ଢାଳିହେଲ । ଖରା ତାତିକୁ ଗୁଳୁଗୁଳିରେ ଏତେ ଗାଧେଇ ଦିନସାରା ସେ ଖୋଲାମେଲାରେ ବସିଲ । ସେଥିରେ ପୁଣି ଅସରା ଅସରା ବରଷା ମାଡ଼ ଖାଇଲ । ଏତେ ଦହଗଞ୍ଜ ହେଇ ଅଧିରାତି ପରେ ଦେଉଳକୁ ଫେରିଲ । ସବୁ ସଉକ ଏକାଥରକେ ବାହାରି ପଡ଼ିଲା । ଦେହ କସମସ ହେଇ, ମଜରା ଲାଗି ତମକୁ ଜର ହେଲା । କି ଜର? ଭୂତାଣୁ ଜର ନା ଥଣ୍ଡା ଜର । 

ଏବେ ଏବେ ତ କରୋନା ଭୂତାଣୁ ଜରକୁ ହଟେଇଛ । ସାରା ଜଗତରେ କୋଟି କୋଟି ଜୀବନ କରୋନା ଭୂତାଣୁ ନେଇଗଲା । ତାରି ଛିଟିକା ତମକୁ ଲାଗିଲା କି? ନାଇଁ ମ, ତମକୁ ନିଶ୍ଚୟ ଥଣ୍ଡା ଜର ହେଇଥିବ । ଗରମ ଦେହରେ ଝାଳନାଳ ହେଇ ଏତେ ଗାଧେଇ ପଡ଼ିଲ ତ, ନାକ ସୁଁ ସୁଁ ହେଇ, ଆଖିରୁ ପାଣି ବାହାରି, ଦେହଟା ଉଷୁମୁ ଲାଗୁଥିବ । ଭକତ ରଙ୍କୁଣା, ଭକତଙ୍କୁ ଦେଖିବା ଲାଗି ଖୋଲାମେଲାରେ ବସି ଏତେ ନାଟ କଲ । ଭକତ ବି ବରଷା ମାଡ଼ ଖାଇ ବେହାଲ । ଏଣେ ତମକୁ ପୁଣି ଜର ହେଲାଣି । ତମ ଦଇତା ବଉଁଶ ଲୋକଙ୍କ ମନ ଭାରି ଦୁଃଖ । ଦଇତାପତିଏ ମନ ଊଣା କରି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତମେ ଦଇତାଙ୍କ ବଉଁଶ ମୁଖିଆ ତ, ଦଇତାଏ ପୂରା ତତପର ହେଇପଡ଼ିଛନ୍ତି ସେବା କରି ତମ ଜର ଭଲ କରିବା ଲାଗି । ଦେଉଳ କବାଟ କିଳି ତମ ଦଇତା ବଉଁଶ ପାଞ୍ଚ, ସାତ ମାସର ଛୁଆଠୁଁ ଆରମ୍ଭ କରି ସତୁରି ବରଷ ବୁଢ଼ା ଯାଏଁ ଅଣସର ପିଣ୍ଡିରେ ବସେଇ ତମକୁ ଚାରିପଟୁ ଘେରି ବସି ଜର ଛାଡ଼ିବା ପାଇଁ ସେବା କରିବାରେ ବ୍ୟସ୍ତ । ଜର ଯୋଗୁଁ ତମ ପାଟିକି ଛପନ ପଉଟି ଭୋଗ ରୁଚୁନାହିଁ । ସେଥିପାଇଁ ଚୂଆ, ଚନ୍ଦନ, କର୍ପୂର, କସ୍ତୁରୀ ଘସା ଖାଉଛ । ପାଟି ଅରୁଚି ଯୋଗୁଁ ଦଇତାଙ୍କ ହାତରୁ କେବଳ ଚକଟା, ପଣା, ଖାଇ ଜର ଭଲ ହେବାଲାଗି ବଇଦ କହିବା ମୁତାବକ ଦଶ ମୂଳାରିଷ୍ଟ ମୋଦକ ଖାଇ ଦଇତାଙ୍କଠୁ ଫୁଲୁରୀ ତେଲରେ ଘସା ବି ହେଉଛ । ସେଥିପାଇଁ ପାଟ, ମଠା, ଖଣ୍ଡୁଆ ବଦଳରେ ଧଳା ଲୁଗା ପିନ୍ଧିଛ । 

ଦୁର୍ଲଭ ଏ ନୀତି, ଅପୂର୍ବ ଏ ରୀତି । ଭକତ ତ ଦୂରର କଥା, ଗନ୍ଧର୍ବ, ମୁନି, ଋଷି କି ଦେବତା କାହାର ବି ଛାଇ ପଡ଼େନାହିଁ । ଏ ଦେଉଳ କବାଟକିଳା ସେବାର ଦାୟିତ୍ୱ କେବଳ ତମ ବଉଁଶ ଦଇତାଙ୍କର । ଭକତ ବାପୁଡ଼ା ତମକୁ ଏ ଅଣସର ଦିନଗୁଡ଼ିକରେ ନଦେଖି, ନଚାହିଁ ଭାରି କଷ୍ଟରେ ଦିନ ବିତାଏ । କେବେ ତମ ଅଣସର ସରିବ? ସେ ଟିକେ ତମକୁ ଆଖି ପୂରେଇ ଦେଖିବ । ତମ ଦେଉଳ ଅବଧାନଙ୍କ ପାଞ୍ଜିରେ ଏଥରକ ଅଣସର ନୀତି ୧୩ ଦିନ । ତା’ପର ଗୋଟିଏ ଦିନରେ ନବଯୌବନ ବେଶ, ନେତ୍ର ଉତ୍ସବ ଓ ଗୁଣ୍ଡିଚା ଯାତ୍ରା । ୧୩ ଦିନ ବିତିଲାଣି । ତମ ବଉଁଶ ଲୋକଙ୍କ ସେବାରେ ତମେ ବୋଧେ ସୁସ୍ଥ ହେଲଣି । ତମ ଦେହର ଔଷଧ, କରାଳ, ଚନ୍ଦନ, ପାଟଡୋର ଝିଲି ନିର୍ମାଲ୍ୟ ହେଇ ଦଇତାଏ ରାଜନଅର ବାହାରି ଗଲେଣି ଗଜପତି ରଜାଙ୍କୁ ତମ ଦେହ ଭଲ ହେବା ଖବର ଦବା ଲାଗି । ଏକା ଦିନକେ ତିନି ତିନିଟା ଉତ୍ସବ ପଡ଼ୁଥିବାରୁ ଭକତ ବାପୁଡ଼ା ଆଉ ଦେଉଳରେ ନବଯୌବନ ବେଶ ଦେଖି ପାରିବନି । ତମକୁ ଏକାଥରକେ ରଥରେ ଦେଖିବ । ହଉ, ଯାହା ତମ ଇଚ୍ଛା । ହେଲେ ରଥକୁ ଜଲଦି ଆସ । ହଟିଆ ଠାକୁର ଆଉ କେତେ ନାଟ କରିବ? ତିନି ତିନିଟା ଯାତରା ଏକାସାଙ୍ଗେ ହେଉଥିବାରୁ ତମ ମନ କୁଣ୍ଢେ ମୋଟ । ତମ ଖୁସି ତିନିଗୁଣା ହେଲାଣି । କେତେ ଡେଇଁ କୁଦି ହଲି ଦୋହଲି ବଡ଼ ଦେଉଳରୁ ବାହାରି ଆସିବ । ଆସୁଥିବ ଟିକେ ଥକା ମାରୁଥିବ । ସତରେ ଏତେ ଘସା, ମଜା ଖାଇ, ଚକଟା ପଣା ପିଇ ତମ ଚେହେରା ପୂରା ବାଗେଇ ଯାଇଛି । ଭାରି ଛନଛନିଆ ଦେଖା ଯାଉଛ । 

ଆହାଃ! କି ମୁରୁକି ମୁରୁକି ହସ । କ'ଣ ବଡ଼ଦାଣ୍ଡରେ ରଥରେ ଗଡ଼ିବା ଲାଗି ମନ ଉଚ୍ଛନ୍ନ ହେଲାଣି ପରା? ନହେବ ବା କେମିତି? ୧୩ ଦିନ କାଳ କବାଟ କିଳିକି ଭିତରେ ରହିଲ । ଭକତଗୁଡ଼ାକ ତମକୁ ଟିକେ ଦେଖିବେ ବୋଲି ପାଗଳ ହେଲେଣି । କଳାପାତିରେ ଆଉ ଜମା କଳା ନାହିଁ । ସବୁତକ ପୋଛିପାଛି ଚକାଆଖିରେ ମାଖି ହେଇଛ । କି ମନମୋହନ ବେଶ ତମର! ଭକତ ରଙ୍କୁଣା, ଭକତଙ୍କୁ ଅଣ୍ଡାଳି ଅଣ୍ଡାଳି ଦେଖ, ଭକତ ବି ଟିକିଏ ଆଖି ପୂରେଇ ତମକୁ ଦେଖିବେ । ତାଙ୍କ ଜୀବନ ଧନ୍ୟ ହେବ । ହେ ଜଗନ୍ନାଥେ! ଏସବୁ ଭକତ ଗୁଡ଼ାକ ତମ ଜଗନ୍ନାଥିଆ । ହଉ ମଣିମା! ଏମିତି କହିଲି ବୋଲି ରାଗିଲ କି? ରାଗିଥିଲେ ରାଗିଥାଅ । ତମେ ଆମ ଓଡ଼ିଆଙ୍କ ଠାକୁର ନୁହଁ । ତମେ ପରା ଆମ ଘର ମଣିଷ, ଆମ ଘର ମୁଖିଆ । ଘର ମଣିଷଙ୍କ ପାଖରେ କପଟ କ'ଣ । ଯାହା ମୁଁ ଭାବିଲି, ଯାହା ମୁଁ ଚିନ୍ତିଲି, ସବୁ କହିଦେଲି । ଏ ଜଗନ୍ନାଥିଆଙ୍କୁ ଟିକେ ଅନେଇ ଥିବ ବୋଲି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.