ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ବିରାଟଙ୍କ ପସନ୍ଦର ବ୍ରେକଫାଷ୍ଟ ଖାଇବେ ଟିମ୍ ଇଣ୍ଡିଆ ଖେଳାଳୀ, ଜାଣନ୍ତୁ କ’ଣ ରହିଛି ମେନ୍ୟୁ

ନୂଆଦିଲ୍ଲୀ,୪/୭ :  ଟି-୨୦ ବିଶ୍ବକପ ଜିତି ଟିମ୍ ଇଣ୍ଡିଆ ଗୁରୁବାର ଭାରତ ଫେରିଛି । ଦିଲ୍ଲୀ ଏୟାରପୋର୍ଟରେ ଟିମ୍ ଇଣ୍ଡିଆର ଭବ୍ୟ ସ୍ବାଗତ କରାଯାଇଛି । ରୋହିତ ବ୍ରିଗେଡ଼ ଆଇଟିସି ମୋର୍ଯ୍ୟ ହୋଟେଲରେ ପହଞ୍ଚିଛନ୍ତି । ଏଠାରେ ଟିମ୍ ଇଣ୍ଡିଆ ଲାଗି ଖାସ୍ ବ୍ରେକଫାଷ୍ଟର ପ୍ରସ୍ତୁତି କରାଯାଇଛି ।  ଭାରତୀୟ କ୍ରିକେଟ ଟିମର ଖେଳାଳୀଙ୍କୁ ବ୍ରେକଫାଷ୍ଟରେ ଛୋଲେ ଭଟୁରେ, ଲସି ଏବଂ ତାଙ୍କ ପସନ୍ଦର ବ୍ରେକଫାଷ୍ଟ ଦିଆଯିବ ।

ଭାରତୀୟ କ୍ରିକେଟ ଟିମର ବିମାନ ଦିଲ୍ଲୀ ଏୟାରପୋର୍ଟରେ ପ୍ରାୟ ସକାଳ ୬ଟାବେଳେ ଲ୍ୟାଣ୍ଡିଂ ହୋଇଛି । ଟିମ୍ ଏୟାରପୋର୍ଟରୁ ବାହାରକୁ ବାହାରିବା ସମୟରେ ବାହାରେ ଛିଡ଼ା ହୋଇଥିବା‌ ଫ୍ୟାନ୍ସ ତାଙ୍କୁ ସ୍ବାଗତ କରିଛନ୍ତି । ଟିମର ଅଧିନାୟକ ରୋହିତ ଶର୍ମା ବାହାରେ ଛିଡ଼ା ହୋଇଥିବା ଫ୍ୟାନ୍ସଙ୍କୁ ଟ୍ରଫିର ଝଲକ ଦେଖାଇଥିଲେ । ଏୟାରପୋର୍ଟରେ ଟିମ୍ ହୋଟେଲ ଆଇଟିସି ମୋର୍ଯ୍ୟରେ ୂପହଞ୍ଚିଛନ୍ତି । ଏଠାରେ ବି ତାଙ୍କର ଭବ୍ୟ ସ୍ବାଗତ କରାଯାଇଛି । ହୋଟେଲରେ ଟିମ୍ କିଛି ସମୟ ପର୍ଯ୍ୟନ୍ତ ରେ‌ଷ୍ଟ ନେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.