ଭୁବନେଶ୍ୱର,୨୩/୦୮: ରାଜ୍ୟ କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ମୋହର ବାଜିଛି । ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ହୋଇଥିବା ନିଷ୍ପତ୍ତି ବାବଦରେ ଗୃହରେ ସୂଚନା ଦିଆଯିବ । ବିଧାନସଭା ଅଧିବେଶନ ଚାଲିଥିବାରୁ ଏ ସମ୍ପର୍କରେ ଗୃହ ବାହାରେ କୌଣସି ସୂଚନା ଦିଆଯିବ ନାହିଁ । ତଥାପି ଜନସାଧାରଣଙ୍କ ହିତକୁ ଲକ୍ଷ୍ୟ କରି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କ୍ୟାବିନେଟ୍ରେ ଅନୁମୋଦନ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।
ଭଙ୍ଗ ହୋଇପାରେ ହରିଆଣା ବିଧାନସଭା, ଜରୁରି କ୍ୟାବିନେଟ...