ପ୍ରମୁଖ ଖବର
  • ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ
  • ||
  • ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ
  • ||
  • ଭୁବନେଶ୍ୱର : ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ୩ ଦିନ ସ୍କୁଲ ଛୁଟି
  • ||
  • ମୁମ୍ୱାଇ: ଶୋଇବା ଅଧିକାର ମୌଳିକ ଆବଶ୍ୟକତା, ରାତି ଅଧରେ ଜେରା କରିବାରୁ ଇଡିକୁ ହାଇକୋର୍ଟ ନୋଟିସ୍‌
  • ||
  • ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ୧୬୭ ଜଣଙ୍କ ବିରୋଧରେ ସଙ୍ଗିନ ମାମଲା, କଂଗ୍ରେସର ଭେଙ୍କଟରମଣ ସବୁଠୁ ଧନୀ
  • ||
  • ଭୁବନେଶ୍ୱର : ପିସିସି ପ୍ରଚାର କମିଟି ବୈଠକ, ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି
  • ||
  • ଆଇପିଏଲ୍‌ରେ ଆଜି ଦିଲ୍ଲୀ ଓ ଗୁଜୁରାଟ ମଧ୍ୟରେ ଟକ୍କର, ଅହମ୍ମଦାବାଦରେ ହେବ ମୁକାବିଲା
  • ||
  • ଦୁବାଇରେ ବର୍ଷାର ପ୍ରକୋପ, ଚାରିଆଡେ ଖାଲି ପାଣି ପାଣି, ଓମାନରେ ଚାଲିଗଲା ୧୮ ଜୀବନ
  • ||
  • ଭୁବନେଶ୍ଵର : ଅସହ୍ୟ ତାତି ଓ ଗୁଳୁଗୁଳିରେ ସିଝୁଛି ରାଜ୍ୟ, ୪ ଦିନ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ, ୧୮ ଓ ୧୯ରେ ୪୫ ଡିଗ୍ରୀ ଛୁଇଁବ
  • ||
  • ଭୁବନେଶ୍ଵର : ଆଜି ପବିତ୍ର ରାମନବମୀ, ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ପ୍ରଥମ ରାମନବମୀ, ଆସିବେ ୨୫ ଲକ୍ଷ ଶ୍ରଦ୍ଧାଳୁ
  • ||

ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ନୂଆ ସମ୍ଭାବନା: ୩୨ କୋଟିରେ ଆସିବ ଅତ୍ୟାଧୁନିକ କ୍ଲଷ୍ଟର, ପିପିପି ଭିତ୍ତିରେ ବିକଶିତ ହେବ

ଭୁବନେଶ୍ୱର,୨୫/୦୩: ରାଜ୍ୟର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ନୂଆ ସମ୍ଭାବନା । ସ୍ଥାପନ ହେବାକୁ ଯାଉଛି ନୂଆ କ୍ଲଷ୍ଟର । ଚୌଦ୍ୱାରରେ ଏହା ଆସିବାର ଢ଼େର ସମ୍ଭାବନା ରହିଛି । ଏଥି ପାଇଁ ବିନିଯୋଗ ହେବ ମୋଟ ୩୨  କୋଟି ଟଙ୍କା । ଏଥିରେ ମୋଟ ୮୦ ୟୁନିଟ ଶିଳ୍ପ ସ୍ଥାପନ ନେଇ ଆଗ୍ରହ ଦେଖାଇଛନ୍ତି । ସରକାରୀ  ଘରୋଇ ସହଭାଗିତା (ପିପିପି)ରେ ଏହାର  ସ୍ଥାପନ କରାଯିବ । ଏସ୍‌ପିଭି ସଦସ୍ୟ ଓସ୍‌ମେ  ପକ୍ଷରୁ ଏହି ସୂଚନା ମିଳିଛି । 

ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ  ପକ୍ଷରୁ ଏନେଇ ସବୁ ପ୍ରକାର ସହଯୋଗ  ଦେବେ । ଇଡ୍‌କୋ ଜମି ଯୋଗାଇ ଦେବ । ଏହି  କ୍ଲଷ୍ଟର ଲାଗି ସ୍ଥାପନ ହେବ ସ୍ୱତନ୍ତ୍ର କମନ  ଫାସିଲିଟି ସେଣ୍ଟର ବା ସିଏଫ୍‌ସି । ଅଦ୍ୟାବଧି  ଏହି ପ୍ରକଳ୍ପ ପାଇଁ ସ୍ପେଶାଲ ପର୍‌ପୋଜ  ଭେଇକିଲ (ଏସ୍‌ପିଭି) ଗଠନ କରାଯାଉଛି । ଅଦ୍ୟାବଧି ଏଥିଲାଗି ୧୭ ସଦସ୍ୟ ସମ୍ମତି ପ୍ରଦାନ  କରିଛନ୍ତି । କ୍ଷୁଦ୍ର ଶିଳ୍ପ ସଂଘ ଓସ୍‌ମେ ଏହାର  ନେତୃତ୍ୱ ନେବ ।  

ଏଠାରେ ରହିବ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ  ସହ ଜଡିତ ଅତ୍ୟାଧୁନିକ ମେସିନାରୀ । ଏହାକୁ  ଶିଳ୍ପ ବ୍ୟବହାର କରିବା ସୁଯୋଗ ପାଇବେ ।  ଖାଦ୍ୟ ସଂରକ୍ଷଣ, ଖାଦ୍ୟ ପ୍ୟାକେଜିଂ, ଖାଦ୍ୟ  ଷ୍ଟୋରେଜ ଫାସିଲିଟି, କୋଲ୍ଡ ଷ୍ଟୋରେଜ, କ୍ୟାନିଂ  ଭଳି ଅନ୍ୟ ଆନୁସଙ୍ଗିକ ସୁବିଧା ରହିବ । ରାଜ୍ୟର  କୃଷିଜାତ ସାମଗ୍ରୀର ପ୍ରକ୍ରିୟାକରଣ ତ୍ୱରାନ୍ୱିତ  କରିବା ଉପରେଏହି କ୍ଲଷ୍ଟର ଫୋକସ ଦେବ ।  ରାଜ୍ୟରେ ଉତ୍ପାଦିତ ଆମ୍ବ, ସପୁରୀ, କମଳା,  ତରଭୁଜ, ଟମାଟୋ, ଲଙ୍କା, ଅଦା, ହଳଦୀ ଭଳି  ବିଭିନ୍ନ ସାମଗ୍ରୀ ପ୍ରକ୍ରିୟାକରଣ ଉପରେ ବ୍ୟାପକ  କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଅତ୍ୟାଧୁନିକ  ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ରାଜ୍ୟର  କୃଷିଜାତ ସାମଗ୍ରୀକୁ ସର୍ବୋତ୍ତମ ଉପଯୋଗ  କରାଯିବ । 

ସେହିଭଳି ଯୁବ ଉଦ୍ୟୋଗୀଙ୍କୁ  ଏଭଳି ପଦକ୍ଷେପ ଦ୍ୱାରା ଉତ୍ସାହିତ କରିବା  ଲକ୍ଷ୍ୟ ରଖାଯାଇଛି । କୃଷି ମନ୍ତ୍ରଣାଳୟ ରିପୋର୍ଟ  ଅନୁସାରେ ଉପଯୁକ୍ତ ଖାଦ୍ୟ ପ୍ରକ୍ରିୟାକରଣ ଓ  ସଂରକ୍ଷଣର ବ୍ୟାପକ ସୁବିଧା ଅଭାବରୁ ସାରା  ଦେଶରେ ୫୦ ହଜାର କୋଟି ଟଙ୍କାର ଖାଦ୍ୟ  ସାମଗ୍ରୀ ନଷ୍ଟ ହେଉଛି । ଏଭଳି ବିଭିନ୍ନ ଦିଗକୁ  ଦେଖି ଏଭଳି ଏକ ଅତ୍ୟାଧୁନିକ ଭିତ୍ତିଭୂମି  ସ୍ଥାପନକୁ ସରକାର ଉତ୍ସାହିତ କରୁଛନ୍ତି । ଏଥିରେ  କୃଷକ, ଉଦ୍ୟୋଗୀ ଏବଂ ଖାଦ୍ୟ ପ୍ରକ୍ରିୟାକରଣ  କ୍ଷେତ୍ର ସହ ଜଡିତ ଅଂଶୀଦାରଙ୍କ ଲାଗି ଲଜିଷ୍ଟିକ୍ସ  ଓ ୱେୟାରହାଉସିଂ ବ୍ୟବସ୍ଥା ମଧ୍ୟ କରାଯିବ । ଶିଳ୍ପ ସଂସ୍ଥା କ୍ଲଷ୍ଟରର କମନ ଫାସିଲିଟିକୁ ସେମାନଙ୍କ  ଉତ୍ପାଦନ ବୃଦ୍ଧି ପାଇଁ ବ୍ୟବହାର କରିପାରିବେ ।  ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ଏହା ଦ୍ୱାରା ଲାଭବାନ  ହୋଇପାରିବେ । ଏଭଳି ପଦକ୍ଷେପ ରାଜ୍ୟର  ରପ୍ତାନିକୁ ମଧ୍ୟ ଉତ୍ସାହିତ କରିବ ବୋଲି ବଜାର  ବିଶେଷଜ୍ଞ ଆଶା ପ୍ରକଟ କରିଛନ୍ତି। 

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି କ୍ଲଷ୍ଟରରେ  ୩୦୦ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି  ହେବ । ପ୍ରଥମ ବର୍ଷ ୪୦ରୁ ୫୦% କାପାସିଟି ୟୁଟିଲାଇଜେସନ ବା କ୍ଷମତାର ଉପଯୋଗ  କରିବା ଲକ୍ଷ୍ୟ ରହିଛି । ଆଗାମୀ ବର୍ଷ ଗୁଡିକରେ  ୧୫% ହାରରେ ଏଥିରେ ବୃଦ୍ଧି କରାଯିବ । ଏହି  ପରିପ୍ରେକ୍ଷୀରେ ଓସମେର ମହାସଚିବ ସାତ୍ୱିକ ସ୍ୱାଇଁ  କହିଛନ୍ତି, ରାଜ୍ୟ ସରକାର ଖାଦ୍ୟ ପ୍ରକ୍ରିୟାକରଣ  କ୍ଷେତ୍ରକୁ ଅଗ୍ରାଧିକାର ଦେଇ ବିଭିନ୍ନ ପଦକ୍ଷେପ  ଗ୍ରହଣ କରୁଛନ୍ତି । ଏହି ଆଧାରରେ ନୂଆ କ୍ଲଷ୍ଟର  ଓ ସିଏଫ୍‌ସି ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।  ଜମି ଚିହ୍ନଟ ପରେ ସମ୍ପୂର୍ଣ୍ଣ କାମ ଆଗେଇବ ।  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରକାର  ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.