ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପଶ୍ଚିମବଙ୍ଗର କୁଚବିହାରରେ ଭୋଟିଂ ବେଳେ ହିଂସା, କର୍ମୀଙ୍କ ଭିତରେ ସଂଘର୍ଷ ଓ ଟେକା-ପଥର ମାଡ଼

କୋଲକାତା,୧୯।୪:  ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନର ପ୍ରଥମ ଦିନରେ କୁଚବିହାରରେ ଦେଖିବାକୁ ମିଳିଛି ହିଂସା। ଏଠାରେ ମତଦାନ ଆରମ୍ଭ ହେବାର ତୁରନ୍ତ ପରେ ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ଭିତରେ ସଂଘର୍ଷ ହୋଇଥିବାର ଖବର ଆସିଛି। ସହରର ଚାନ୍ଦମାରି ଗାଁରେ ଦୁଇ ଦଳର କର୍ମୀ ଓ ସମର୍ଥକଙ୍କ ଭିତରେ ସଂଘର୍ଷ ଓ ପଥରମାଡ ଘଟଣା ସାମନାକୁ ଆସିଛି। କୁହାଯାଉଛି ଯେ,ସଂଘର୍ଷରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଦିନହାଟା ବ୍ଲକର ଭେଟାଗୁଡିରେ ହିଂସାକାଣ୍ଡ ଘଟିଛି। ଟିଏମ୍‌ସିର ଅଭିଯୋଗ ଅନୁସାରେ, ଏଠାରେ ଦେଶୀ ବୋମା ମାଡ କରାଯାଇଛି। ଯାହାଫଳରେ ବ୍ଲକ ଅଧ୍ୟକ୍ଷ ଅନନ୍ତ ବର୍ମନ ଆହତ ହୋଇଛନ୍ତି। ସେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

ଟିଏମସି ଓ ବିଜେପି ଦୁଇ ଦଳ ପରସ୍ପର ଉପରେ ମତଦାତାଙ୍କୁ ଭୟଭୀତ କରିବାର ଅଭିଯୋଗ ଆଣିଛନ୍ତି। ଏଭଳି କୁହାଯାଉଛି ଯେ, ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ଆସିବାକୁ ରୋକାଯାଯାଇଛି ଓ ବୁଥ୍ ଏଜେଣ୍ଟଙ୍କ ଉପରେ ଆକ୍ରମଣ କରିବାର ଅଭିଯୋଗ ରହିଛି। ରିପୋର୍ଟ ଅନୁସାରେ, କୁଚ ବିହାର ତୁଫାନଗଞ୍ଜ ଓ ଜଲପାଇଗୁଡିର ଡାବଗ୍ରାମ-ଫୁଲବାଡି ଭଳି କିଛି ଅଞ୍ଚଳରେ ରାଜନୈତିକ ଦଳ ଅସ୍ଥାୟୀ ନିର୍ବାଚନ କାର୍ଯ୍ୟାଳୟକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। 

ଉଲ୍ଲେଖନୀୟ ଯେ, ଜିଲ୍ଲାରେ ୨୦୪୩ ଟି ମତଦାନ କେନ୍ଦ୍ର ରହିଛି। ତା ଭିତରୁ ୧୯୬ ଟି ରହିଛି ସମ୍ବେଦନଶୀଳ କେନ୍ଦ୍ର। କୁଚବିହାରରେ ପୂର୍ବରୁ ବହୁବାର ହିଂସାକାଣ୍ଡ ଘଟିସାରିଛି। ୧୦ ଅପ୍ରେଲ,୨୦୨୧ ରେ ବିଧାନସଭା ନିର୍ବାଚନକୁ ନେଇ ଜିଲ୍ଲାରେ ମତଦାନ ହେଉଥିଲା। ଏହି ସମୟରେ ମତଦାତାଙ୍କ ସହିତ ୫ ଜଣଙ୍କୁ ହତ୍ୟା କରାଯାଇଥିଲା।

Also Read :-

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ : ୧୧ଟା ସୁଦ୍ଧା ତ୍ରିପୁରା ଓ ମେଘାଳୟରେ ସର୍ବାଧିକ ମତଦାନ

 

  • prameyanews
  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.