ଖୋର୍ଦ୍ଧା,୭।୯: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୩ଟି ସୁଭଦ୍ରା ସଚେତନତା ରଥକୁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁଭାରମ୍ଭ କରିଛନ୍ତି। ଉକ୍ତ ୩ଟି ରଥ ଖୋର୍ଦ୍ଧା ଜିଲ୍ଲାରେ ୬ ଟି ବ୍ଲକ୍ ଓ ୩ଟି ସହର ପରିକ୍ରମା କରିବ। ପ୍ରତି ୨ଟି ବ୍ଲକରେ ଗୋଟିଏ ରଥ ବୁଲିବ ।
ଏହି କାର୍ଯ୍ୟକ୍ରମରେ ଜୟଦେବ ବିଧାୟକ ନବକିଶୋର ମଲିକ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ରୀ ରାଣୀ ଗୁମାନସିଂହ, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି , ଜିଲ୍ଲାପାଳ, ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଜିଲ୍ଲା ପରିଷଦ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କସ୍ତୁରୀ ଵାଳା ଜେନା, ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠି, ତହସିଲଦାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ ପ୍ରହରାଜ , ସ୍ଵୟଂ ସହାୟକ ମହିଳା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ , ଜିଲ୍ଲାର ବିଭିନ୍ନ ପଦାଧିକାରୀ , ବ୍ଲକ୍ ଫେଡେରାଲ ପ୍ରେସିଡେଣ୍ଟ , ସେକ୍ରେଟାରୀ, ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ ।