ପ୍ରମୂଖ ଖବର
  • ଜଗତସିଂହପୁର : ବାଇକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, କନଷ୍ଟେବଲ ମୃତ
  • ||
  • ବାସୁଦେବପୁର : ରତାଙ୍ଗ ଗ୍ରାମରେ ନବ ବଧୁର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମହାଷ୍ଟମୀରେ ମଣ୍ଡପ ବୁଲି ମହାମୟାଙ୍କ ଆଶିଷ ନେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ବରମୁଣ୍ଡା ବ୍ରିଜ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବିଦ୍ୟୁତ ସଂପ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ
  • ||
  • ଭୁବନେଶ୍ଵର : ଦଶହରାରେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗାପୂଜା ଭେଟି, ରାଜ୍ୟବ୍ୟାପୀ ପେଣ୍ଡାଲ ଭଡ଼ା ଛାଡ଼
  • ||
  • ଖୁଣ୍ଟୁଣି ରେଞ୍ଜରେ ଦନ୍ତା ଉତ୍ପାତ, ଛେଳି ଚରାଇବାକୁ ଯାଇ ମହିଳା ମୃତ
  • ||
  • ମହାଦେବ ବେଟିଙ୍ଗ ଆପ୍‌ ମାଲିକ ସୌରଭ ଚକ୍ରଧର ଦୁବାଇରେ ଅଟକ, ସପ୍ତାହେ ଭିତରେ ଅଣାଯିବ ଭାରତ !
  • ||
  • ବ୍ରହ୍ମପୁର : ୧୫୨ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
  • ||
  • ଆରପାରିରେ ପୋଲସରାର ପୂର୍ବତନ ବିଧାୟକ, ଶୋକ ପ୍ରାକାଶ ପଲେ ନେତୃବୃନ୍ଦ
  • ||
  • ସୁନ୍ଦରଗଡ଼ : ଲେଫ୍ରିପଡା ଓ ଟାଙ୍ଗରପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ଶହେ ଲିଟର ଦେଶୀ ମଦ ଜବତ
  • ||
  • ମା'ଙ୍କ ଆଗମନରେ ଉତ୍ସବ ମୁଖର ଭୁବନେଶ୍ୱର, ମଣ୍ଡପରେ ମହାଷ୍ଟମୀ ଏବଂ ପୀଠରେ ଚାଲିଛି ମହାନବମୀ ପୂଜା
  • ||
  • ଜଗତପୁର : ଯୁବକଙ୍କୁ ଅପହରଣ କରିବା ବେଳେ ଧରାପଡ଼ିଲେ ଦୁର୍ବୃତ୍ତ, ୧୦ ଅଟକ
  • ||
  • କଳାହାଣ୍ଡିରେ ମା' ମାଣିକେଶ୍ବରୀଙ୍କ ଛତରଯାତ୍ରା, ଲକ୍ଷାଧିକ ଭକ୍ତଙ୍କ ସମାଗମ
  • ||

‘ସୁଭଦ୍ରା’ରେ ୫୦ ଲକ୍ଷ ଆବେଦନ, ୧୫ ସୁଦ୍ଧା ଆବେଦନକାରୀଙ୍କୁ ୧୭ରେ ପ୍ରଥମ କିସ୍ତି, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୫/୦୯: ‘ସୁଭଦ୍ରା’  ପାଇଁ ସାରା ରାଜ୍ୟରେ ନାହିଁ ନଥିବା ଉତ୍ସାହ ।  ଶୁକ୍ରବାର ସୁଦ୍ଧା ୫୦ ଲକ୍ଷ ମହିଳା ଏ ଯୋଜନାରେ ଆବେଦନ କରିଛନ୍ତି । ୧୫( ରବିବାର) ସୁଦ୍ଧା  ଆବେଦନକାରୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ  ଚୟନ କରାଯାଇ ୧୭ରେ ‘ସୁଭଦ୍ରା’ ପ୍ରଥମ କିସ୍ତି  ପ୍ରଦାନ କରାଯିବ । ଏଥିପାଇଁ ଜନତା ମଇଦାନରେ ହେଉଛି ମେଗା ଆୟୋଜନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏ ଯୋଜନାର  ଶୁଭାରମ୍ଭ କରିବା ସହ ସହାୟତା ରାଶି ବଣ୍ଟନ କରିବେ । ତେବେ ୧୭ ପରେ ମଧ୍ୟ ଆବେଦନ  ଜାରି ରହିବ । ଯୋଗ୍ୟ ହିତାଧିକାରୀଙ୍କୁ ସରକାର ପ୍ରଦାନ କରିବେ କିସ୍ତି । 

ସୁଭଦ୍ରାକୁ ନେଇ ଗାଁରୁ ସହର ସବୁଠି  ଲାଗି ରହିଛି ଉତ୍ସାହ । ରାଜ୍ୟର ଅଧିକରୁ ଅଧିକ  ମହିଳାଙ୍କୁ ଅବଗତ କରାଇବାକୁ ରବିବାର ରାଜ୍ୟର ୧୦ ହଜାର ସ୍ଥାନରେ ବାହାରିବ ସୁଭଦ୍ରା ସ୍ୱାଗତ  ପଦଯାତ୍ରା । ଏ ପଦଯାତ୍ରାରେ ସ୍ୱୟଂ ସହାୟିକା  ଗୋଷ୍ଠୀର ମହିଳାମାନେ ସାମିଲ ହେବେ । ଏ  ଯୋଜନା ସଂପର୍କରେ ଲୋକଙ୍କୁ ସଚେତନ କରିବେ । ଏ ପଦଯାତ୍ରାରେ ସ୍ୱତନ୍ତ୍ର ‘ସୁଭଦ୍ରା ଗାଡ଼ି’ ମଧ୍ୟ  ବୁଲିବ । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏ  ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । 

୧୭ ତାରିଖ ଜନତା ମଇଦାନରେ  ‘ସୁଭଦ୍ରା’ ଶୁଭାରମ୍ଭ ପାଇଁ ମେଗା ଆୟୋଜନ  କରାଯାଉଛି । ରାଜ୍ୟର ସବୁ ଅଞ୍ଚଳରୁ ପ୍ରାୟ ୧  ଲକ୍ଷ ମହିଳା ଏ ଉତ୍ସବରେ ଏକାଠି ହେବେ ।  ଏହାଛଡ଼ା ‘ସୁଭଦ୍ରା’ ଶୁଭାରମ୍ଭ ଦିନ ପ୍ରତି  ବ୍ଲକରେ ୫ ହଜାର ମହିଳା ସମବେତ ହୋଇ  ମୋଦିଙ୍କ କାର୍ଯ୍ୟକ୍ରମର ସିଧାପ୍ରସାରଣ ଏଲ୍‌ଇଡି  ଜରିଆରେ ଦେଖିବେ । ଏଥିପାଇଁ ବ୍ଲକ ପ୍ରଶାସନ  ପକ୍ଷରୁ ଆୟୋଜନକୁ ଜୋରଦାର କରାଯାଇଛି ।ସେହିପରି ପଞ୍ଚାୟତସ୍ତରରେ ସୁଭଦ୍ରା ସ୍ୱାଗତ  ସପ୍ତାହ ପାଳନ ହେବ । ପ୍ରତି ଅଞ୍ଚଳରେ ସଫଳ  ମହିଳାଙ୍କୁ ଚୟନ କରି ‘ସୁଭଦ୍ରା ଅପା’ର ଦାୟିତ୍ୱ  ଦିଆଯିବ । ଦଳ ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ  କାର୍ଯ୍ୟକ୍ରମକୁ ସଫଳ କରିବାକୁ ବ୍ୟାପକ ପ୍ରସ୍ତୁତି  କରାଯାଇଛି । ବ୍ଲକସ୍ତରରେ ଆୟୋଜିତ ହେବାକୁ  ଥିବା କାର୍ଯ୍ୟକ୍ରମରେ ବିଧାୟକ ଏବଂ ଦଳୀୟ ନେତା  ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । 

‘ସୁଭଦ୍ରା’ର ବ୍ୟାପକ ପ୍ରଚାର ପ୍ରସାର ପାଇଁ  ସମସ୍ତ ବିଭାଗର ଚିଠି ଓ ଇ-ମେଲରେ ସୁଭଦ୍ରା  ଲୋଗୋ ବ୍ୟବହାର ନିର୍ଦ୍ଦେଶ ଜାରି ରହିଛି । ଏହାସହ  ସବୁ ବିଭାଗର ୱେବ୍‌ସାଇଟ ଓ ପୋର୍ଟାଲ ଏବଂ  ଆପରେ ସୁଭଦ୍ରା ଲିଙ୍କ୍‌ ଯୋଡ଼ିବାକୁ କୁହାଯାଇଛି ।  ଆଜିଠୁ ୧୬ ଯାଏ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ସରକାର । ସୂଚନା ଅନୁସାରେ, ଆସନ୍ତା  ୧୭ ତାରିଖରେ ଓଡ଼ିଶା ଗସ୍ତ ଅବସରରେ ୩ ହଜାର ୮୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।  

ଏହାଛଡ଼ା ଜନତା ମଇଦାନରେ ଆୟୋଜିତ ଜାତୀୟସ୍ତରର  କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ୧୦ ଲକ୍ଷ ‘ପ୍ରଧାନମନ୍ତ୍ରୀ  ଆବାସ’ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିବେ  ମୋଦି । ବିଭିନ୍ନ ରାଜ୍ୟର ଆବାସ ହିତାଧିକାରୀଙ୍କ ବ୍ୟାଙ୍କ  ଆକାଉଣ୍ଟକୁ ‘ଆବାସ’ର ପ୍ରଥମ କିସ୍ତି ଟଙ୍କା ବାବଦକୁ ୩୧୮୦  କୋଟି ଟଙ୍କା ଡିଜିଟାଲରେ ପଠାଯିବ । ମୋଦି ‘ଆବାସ +  ୨୦୨୪’ ଆପ୍‌ ମଧ୍ୟ ଉନ୍ମୋଚନ କରିବେ । ପ୍ରଧାନମନ୍ତ୍ରୀଙ୍କ  ଉଦ୍‌ଘାଟନ ପରେ ୨୬ ଲକ୍ଷ ହିତାଧିକାରୀ ‘ଗୃହପ୍ରବେଶ’  କରିବେ । ଏସ୍‌ପିଜି ଟିମ୍‌ ଆଜି ଜନତା ମଇଦାନ ଗସ୍ତ  କରି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି । ଏ ମେଗା  ଆୟୋଜନକୁ ସଫଳ କରିବାକୁ ସରକାର ଓ ଦଳ ଅଣ୍ଟା ଭିଡ଼ିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.