ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଛାତରୁ ଡେଇଁ ବିଚାରାଧିନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ, ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଥିଲେ ଜେଲ୍‌ରେ

ଝାରସୁଗୁଡ଼ା, ୧୬/୦୪ : ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ବିଚାରାଧିନ କଏଦୀ। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଝାରସୁଗୁଡ଼ା ଜେଲରେ ଥିବା ସନାତନ ସିଂଙ୍କୁ ଆଜି କୋର୍ଟରେ ହାଜର ପାଇଁ ଅଣାଯାଇଥିଲା। ଏହି ସମୟରେ କୋର୍ଟର ତୃତୀୟ ମହଲା ଛାତରୁ ଡେଇଁ ସନାତନ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।  

ସୂଚନାନୁଯାୟୀ, ସନାତନ ତୃତୀୟ ମହଲା ଉପରୁ ଜୋରରେ ହାଲା କରି ଆଉ ବଞ୍ଚିବାକୁ ଚାହୁଁ ନାହାଁନ୍ତି କହି ଡେଇଁବାକୁ ଉଦ୍ୟମ କଲା ବେଳେ ତାଙ୍କୁ ଉପସ୍ଥିତ ଓକିଲ ଓ ପୋଲିସ ବାରଣ କରିଥିଲେ। କିନ୍ତୁ ସେ କାହାରି କଥା ନଶୁଣି ଡେଇଁ ପଡି ଆହତ ହୋଇଛନ୍ତି। ତାଙ୍କୁ ପୋଲିସ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସନାତନ ବେଲପାହଡ଼ ଥାନା ଅନ୍ତର୍ଗତ ଜୁନାଡିହି ଅଞ୍ଚଳରେ ୨୦୨୨ ମସିହାରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ଫେରାର ରହିଥିଲା। ୨୦୨୩ ନଭେମ୍ବର ମାସରେ ବେଲପାହାଡ଼ ପୋଲିସ ସନାତନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.