ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସମ୍‌ ଅଲ୍ଟିମେଟ ସର୍ଜନଙ୍କ ଦ୍ୱାରା ସଫଳ ଏଣ୍ଡୋସ୍କୋପିକ୍‌ ସର୍ଜରୀ, ସୁସ୍ଥ ହେଲେ ଆଫ୍ରିକୀୟ ରୋଗୀ

ଭୁବନେଶ୍ୱର, ୦୪/୦୩: ସମ୍‌ ଅଲ୍ଟିମେଟ ମେଡିକେୟାର ସର୍ଜନମାନେ ଏଣ୍ଡୋସ୍କୋପିକ୍‌ ସର୍ଜରୀ ଦ୍ୱାରା ଜଣେ ୮୦ ବର୍ଷୀୟ ଆଫ୍ରିକୀୟ ରୋଗୀଙ୍କ ସଫଳ ଚିକିତ୍ସା କରିଛନ୍ତି । ବୃଦ୍ଧ ଜଣଙ୍କ ହେଲେ କାମେରୁନ୍‌ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜୋସେଫ୍‌ ୟୋମସି । ସେ ମୁଣ୍ଡବ୍ୟଥା ଏବଂ ନାକ ଅବରୋଧ ରୋଗରେ ପୀଡ଼ିତ ହୋଇ କଷ୍ଟ ପାଉଥିଲେ । ଏହା ସାଇନସ୍‌ ରୋଗର ଲକ୍ଷଣ  ବୋଲି ଜଣାପଡ଼ିଥିଲା । 

ଏଭଳି  ରୋଗରେ ପୀଡ଼ିତ ୟୋମସି ନାକ ଅବରୋଧ, ଶ୍ୱାସକ୍ରିୟାରେ  ଅସୁବିଧା, ଶୋଇବାରେ ସମସ୍ୟା,  ସ୍ନାନ କରିବା ଏବଂ ନିଃଶ୍ୱାସ ନେବାରେ ସମସ୍ୟା ହେବାରୁ ଡାକ୍ତରଖାନାକୁ ଆସିଥିଲେ। ଇମେଜିଂ ଏବଂ  ଏଣ୍ଡୋସ୍କୋପିକ୍‌ ସର୍ଜରୀ ମାଧ୍ୟମରେ ଏହି ଅବସ୍ଥାରେ  ସଫଳ ଚିକିତ୍ସା କରାଯାଇଥିଲା ବୋଲି ସମ୍‌ ଅଲ୍ଟିମେଟ ମେଡିକେୟାର ସିନିୟର କନ୍‌ସଲଟାଣ୍ଟ ତଥା ଇଏନ୍‌ଟି  ଏବଂ ସ୍କଲ୍‌ ବେସ୍‌ ସର୍ଜରୀ ମୁଖ୍ୟ ଡାକ୍ତର ରାଧାମାଧବ  ସାହୁ କହିଛନ୍ତି । ଏହି ହସ୍ପିଟାଲରେ ହେଉଥିବା ସଫଳ ଅସ୍ତ୍ରୋପଚାର, କମ୍‌ ଖର୍ଚ୍ଚ ଏବଂ ଉତ୍କୃଷ୍ଟ  ଆଧୁନିକ ଚିକିତ୍ସା ବ୍ୟବସ୍ଥା ପାଇଁ ଅନେକ ସଂଖ୍ୟାରେ  ବିଦେଶୀ ଓ ଏନଆରଆଇ ବ୍ୟକ୍ତିମାନେ ଏଠାରେ  ଚିକିତ୍ସିତ ହେବାକୁ ପସନ୍ଦ କରୁଛନ୍ତି ବୋଲି ଡାକ୍ତର  ସାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.