ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାମଲୀଳା ମୈଦାନରେ ସୋନିଆ- ସୁନୀତାଙ୍କ ହସ ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ, ୩୧/୩ : କୁହାଯାଏ ରାଜନୀତିରେ କେହି କାହାର ସ୍ଥିର ଶତ୍ରୁ ନୁହନ୍ତି । ଆଉ ଆଜି କିଛି ଏଭଳି ଚିତ୍ର ଦେଖିବାକୁ ମିଳିଛି ରାମଲୀଳା ମୈଦାନରେ ।  ରାଜନୀତି ଏକ ଅଜବ ଜିନିଷ । ଇତିହାସ ବାରମ୍ବାର ବାରମ୍ବାର ଆଶ୍ଚର୍ଯ୍ୟ କର ଜିନିଷ ଦୋହରାଇଥାଏ । ବହୁ ବର୍ଷ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲ ବାରମ୍ବାର ଦିଲ୍ଲୀର ରାମଲୀଳା ମୈଦାନରେ କଂଗ୍ରେସ ସରକାର ବିରୋଧ‌ରେ ଟାର୍ଗେଟ କରୁଥିବାବେଳେ ନିଶାନାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ରହୁଥିଲେ । ଏବେ ୧୦ବର୍ଷ ପରେ ସ୍ଥିତି ଏଭଳି ହୋଇଛି କି ସେହି ରାମଳୀଳା ମୈଦାନରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ତ୍ରୀ ସୁନୀତା କେଜ୍ରିଓ୍ବାଲ ସୋନିଆ ଗାନ୍ଧୀଙ୍କ ହାତ‌ରେ ହାତ ପକାଇ ଜନତାଙ୍କ ଅଭିବାଦନ ସ୍ବୀକାର କରୁଥିବା ଦେଖାଯାଉଛି । ଏହା ସେତେବେଳେ ହୋଇଛି ଯେତେବେଳେ କେଜ୍ରିଓ୍ବାଲ ଜେଲରେ ବନ୍ଦ ଅଛନ୍ତି ଏବଂ ଦିଲ୍ଲୀର ସିଏମଙ୍କ ସ୍ତ୍ରୀ ଭାବେ ସୁନୀତା କେଜ୍ରିଓ୍ବାଲ ଫ୍ରଣ୍ଟଫୁଟରେ ଆସିଛନ୍ତି ।

ରବିବାର ଦିଲ୍ଲୀର ରାମଲୀଳା ମୈଦାନରେ ଯେତେବେଳେ ପୁରା ବିପକ୍ଷ ଲୋକତନ୍ତ୍ର ବଚାଓ ରାଲିରେ ପହଞ୍ଚିଥିଲେ ତ ଏକ ଫଟୋ ଖୁବ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେହି ଫଟୋ ଏଭଳି ଥିଲା କି ସୋନିଆ ଗାନ୍ଧୀ ଏବଂ ସୁନୀତା କେଜ୍ରିଓ୍ବାଲଙ୍କ । ପାଖାପାଖି ସିଟ୍, ହାତରେ ହାତ, ଚେହେରାରେ ହସ, ଏହି ଫଟୋରେ ରାଜନୀତି ବୁଝିଯିବା ଜରୁରୀ ଅଟେ ।

ଅରବିନ୍ଦ କେଜ୍ରିଓ୍ବାଲ ଜେଲ୍ ଯିବା ପରେ ହିଁ ଏହି ଚର୍ଚ୍ଚା ଥିଲା କି ଏବେ ପାର୍ଟିକୁ କିଏ ସମ୍ଭାଳିବେ, ସରକାରଙ୍କୁ କିଏ ସମ୍ଭାଳିବ । ଦିଲ୍ଲୀର ସିଏମ୍ ପ୍ରଥମରୁ ନିଜର ମେସେଜ ଦେଇଥିଲେ କି ସେ ଇସ୍ତଫା ଦେବେ ନାହିଁ ଏବଂ ଜେଲରେ ରହି ସରକାର ଚଳାଇବେ କିନ୍ତୁ ଏବେ ସ୍ଥିତିରେ ନୂଆ ମୋଡ଼ ଆସିବାରେ ଲାଗିଛି ଯେତେବେ‌ଳେ ସୁନୀତା କେଜ୍ରିଓ୍ବାଲ ଖୋଲାଖୋଲି ଭାବେ ମୈଦାନକୁ ଆସିଯାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.