ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ମୃତ ଦିଲ୍ଲୀପଙ୍କ ପରିବାରକୁ ସ୍ୱତନ୍ତ୍ର ନିମନ୍ତ୍ରଣ

Published By : Prameya | June 11, 2024 11:06 PM

ଖଲ୍ଲିକୋଟ ,୧୧।୬ : ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ରେ ଯୋଗଦେବେ ଚଳିତ ନିର୍ବାଚନ ରେ ସବୁଠୁ ଚର୍ଚ୍ଚିତ ରାଜନୈତିକ ହିଂସା ଘଟଣା ରେ ପ୍ରାଣ ହାରାଇଥିବା ବିଜେପି କର୍ମୀ ଦିଲ୍ଲୀପ ପାହନଙ୍କ ପରିବାର । ମୃତ ଦିଲ୍ଲିପଙ୍କ ପରିବାର କୁ ବିଜେପି ତରଫରୁ ଶପଥ ସମାରୋହରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ ହୋଇଛି । 

ଦିଲ୍ଲୀପଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ମାନଙ୍କୁ କିପରି କଠୋର ଦଣ୍ଡ ମିଳିବ ସେ ନେଇ ବିଜେପି ସରକାରଙ୍କୁ ଦାବି ଜଣାଇବେ ବୋଲି  କହିଛନ୍ତି ଦିଲ୍ଲୀପଙ୍କ ବାପା ରାମ ଚନ୍ଦ୍ର ପାହାନ ।   ଗତ ମାସ ୧୫ ତାରିଖରେ ନିର୍ବାଚନରେ  ପୋଷ୍ଟର ମାରିବାକୁ କେନ୍ଦ୍ର କରି ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହଣାହଣି ହେବାରୁ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିଲା । ତେବେ ଉକ୍ତ ଘଟଣାରେ ବର୍ତ୍ତମାନ ସୁଦ୍ଧା ପୋଲିସ ସମିତି ସଭ୍ୟ ରାଜୁ ତରେଇ ଙ୍କୁ ମିଶାଇ ମୋଟ ୨୦ ଜଣଙ୍କୁ ବିଭିନ୍ନ ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି  ଏବଂ ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବଶିଘ୍ର ଧରାଯିବ ବୋଲି ଖଲ୍ଲିକୋଟ ଥାନା ପକ୍ଷରୁ ସୂଚନା ମିଳିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.