ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତକୁ ଟି-୨୦ ବିଶ୍ବକପରେ ଏହି ୫ଟିମରୁ ରହିଛି ବିପଦ, ପାକିସ୍ତାନ ବି ସାମିଲ୍

ନୂଆଦିଲ୍ଲୀ, ୨୯/୫ : ଆଇପିଏଲ୍ ପରେ ଏବେ ଭାରତୀୟ ଖେଳାଳୀଙ୍କ ପୁରା ଫୋକସ ଟି-୨୦ ବିଶ୍ବକପରେ ଅଛି । ଓ୍ବେଷ୍ଟଇଣ୍ଡିଜ ଏବଂ ଆମେରିକାର ଆୟୋଜକରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ୧ଜୁନରୁ ହେବ । ଫାଇନାଲ ମ୍ୟାଚ୍ ୨୯ତାରିଖରେ ଖେଳାଯିବ । ଭାରତକୁ ପ୍ରଥମ ରାଉଣ୍ଡରେ ସହଜ ଗ୍ରୁପ ମିଳିଛି । ଏହାସହ ପୂର୍ବତନ ଚାମ୍ପିୟନ ପାକିସ୍ତାନ ବ୍ୟତୀତ ଆୟରଲ୍ୟାଣ୍ଡ, ଆମେରିକା ଏବଂ କାନାଡ଼ା ରହିଛି । ଟିମ୍ ଇଣ୍ଡିଆର ପ୍ରକୃତ ଟକ୍କର ଦ୍ବିତୀୟ ରାଉଣ୍ଡରେ ହେବ । ସୁପର-୮ରେ ତାର ମୁକାବିଲା ମଜବୁତ ଟିମ୍‌ ସହ ହୋଇପାରେ । ଆସନ୍ତୁ ଜାଣିବା କେଉଁ ଟିମ୍ ଭାରତ ପାଇଁ ରହିଛି ବିପଦ । 

ଅଷ୍ଟ୍ରେଲିଆ

୨୦୨୧ରେ ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆ ଟିମରେ ଅନୁଭବୀ ଖେଳାଳୀ ଭରପୁର ଅଛନ୍ତି । ଉକ୍ତ ଟିମରେ କେବଳ କ୍ୟାମରନ ଗ୍ରୀନ ଏଭଳି ଖେଳାଳୀ ଅଛନ୍ତି ଯାହାଙ୍କ ବୟସ ୨୫ବର୍ଷରୁ କମ୍ । ଜୋଶ ଇଂଗଲିଶ, ଟିମ୍ ଡେଭିଡ ଏବଂ ନାଥନ ଏଲିସ ୩୦ବର୍ଷ ପାଖାପାଖି ଅଟନ୍ତି । ଟିମରେ ଅଧିନାୟକ ମିଚେଲ ମାର୍ଶଙ୍କ ବ୍ୟତୀତ ଡେଭିଡ ଓ୍ବାର୍ଣ୍ଣର, ଗ୍ଲେନ ମ୍ୟାକ୍ସଓ୍ବେଲ, ମାର୍କସ ଷ୍ଟୋଇନିସ, ମ୍ୟାଥ୍ୟୁ ଓ୍ବେଡ ଏବଂ ପ୍ୟାଟ କମିନ୍ସଙ୍କ ବୟସ ୩୦ବର୍ଷରୁ ଉପରେ ଅଟେ । କମିନ୍ସଙ୍କ ଅଧିନାୟକତ୍ବରେ ଅଷ୍ଟେ୍ରଲିଆ ଟିମ୍ ପୂର୍ବ ବର୍ଷ ବିଶ୍ବ ଚାମ୍ପିୟନ ଶିପ ଏବଂ ଦିନିକିଆ ବିଶ୍ବକପ ଜିତିଥିଲା।  ଏହାପରେ ବି ତାଙ୍କୁ ଟି-୨୦ର ଅଧିନାୟକ ମିଳିନାହିଁ । ତାଙ୍କଠାରୁ ୧ବର୍ଷ ବଡ଼ ମାର୍ସ ଏହି ଫର୍ମାଟରେ କମାଣ୍ଡ ସମ୍ଭାଳୁଛନ୍ତି । ଏହି ଟିମର ଅଧିକାଂଶ ଖେଳାଳୀ ୪ବର୍ଷରୁ ଏକାସାଥିରେ ଅଛନ୍ତି ଏବଂ ସବୁ ଫର୍ମାଟରେ ତାଜ୍ ଜିତି ସାରିଛନ୍ତି । ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆକୁ ସହଜରେ ନେବାର ଭୁଲ ଟିମ୍ ଇଣ୍ଡିଆ କରିବ ନାହିଁ ।

ଇଂଲଣ୍ଡ


ଡିଫେଡିଂ ଚାମ୍ପିୟନ ଇଂଲଣ୍ଡ ନିକଟରେ ଉଭୟ ଲିମିଟେଡ ଓଭରର୍ସ(ଦିନିକିଆ ଏବଂ ଟି-୨୦)ରେ ବ୍ୟାଟିଂ ଅନ୍ଦାଜକୁ ପରିବର୍ତ୍ତନ କରିଛି । ଜୋସ ବଟଲରଙ୍କ ଟିମ୍ ପୂର୍ବ ଥର ଟି-୨୦ ବିଶ୍ବକପର ସେମିଫାଇନାଲରେ ଭାରତକୁ ୧୦ଓ୍ବିକେଟରେ ହରାଇଥିଲା । ଏହି ଟିମ୍‌ର ବହୁ ଖେଳାଳୀ ଅନୁଭବୀ ଅଟନ୍ତି ଏବଂ ପୂର୍ବ ଥର ଟି-୨୦ବିଶ୍ବକପରେ ଖେଳିଥିଲେ । ଭାରତୀୟ ଟିମ୍ ସେମିଫାଇନାଲରେ ମିଳିଥିବା ପରାଜୟର ବଦଲା ନେବାକୁ ଚାହିଁବ । 

ନ୍ୟୁଜିଲ୍ୟାଣ୍ଡ


ଏଭଳି ଲାଗୁଛି କି କ୍ୟାନ ବିଲିୟମ୍ସନ ସବୁବେଳେ ନ୍ୟୁଜିଲ୍ୟାଣ୍ଡକୁ ବିଶ୍ବକପ ଫାଇନାଲ ଏବଂ ସେମିଫାଇନାଲରେ ନେଉଛନ୍ତି । ଏହି ଟିମ୍ ସବୁବେଳେ ଅଣ୍ଡରଡଗ ରହିଛି । ନିଜ ସହ କେତେକ ବରିଷ୍ଠ ଖେଳାଳୀଙ୍କୁ ନେଇ ଯାଇଛି ଯେଉଁମାନଙ୍କ ବୟସ ୩୦ବର୍ଷ ପାର୍ ହୋଇଯାଇଛି । ଟ୍ୟାଣ୍ଟ ବୋଲ୍ଟ, ଟିମ୍ ସାଉଦୀ, ଲକୀ ଫର୍ଗ୍ୟୁସନ, ମ୍ୟାଟ ହେନରୀ, ଡେବୋନ କନଓ୍ବେ, ମାଇକଲ ବ୍ରେସଓ୍ବେଲ, ମିଚ ସେଣ୍ଟନର ଏବଂ ଜେମ୍ସ ନୀଶାମ ।  ସେ ସବୁବେଳେ ବିପଦ ସମୟରେ ନିଜ କାମ ପୂରା କରିବାର ତରିକା ବାହାର କରି ନେଇଛି । ଏହି ଟିମ୍ ଗତ ଟି-୨୦ ବିଶ୍ବକପରେ ସେମିଫାଇନାଲ ଖେଳିବା ଟିମ୍‌ରୁ ବାହାରେ ନୁହେଁ । ନ୍ୟୁଜିଲ୍ୟାଣ୍ଡ ସବୁବେଳେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତକୁ ଅସୁବିଧାରେ ପକାଇଛି ।

ପାକିସ୍ତାନ


ବାବର ଆଜମଙ୍କ ପାକିସ୍ତାନ ଟିମ୍ ଗତ ସିଜନରେ ଫାଇନାଲ ଖେଳିଥିଲା । ତାକୁ ଇଂଲଣ୍ଡ ବିପକ୍ଷରେ ପରାଜୟ ମିଳିଥିଲା । ଚଳିତ ଥର ବି ପାକିସ୍ତାନର ଟିମ୍ ବି ଠିକ୍ ସେହିଭଳି ଅଛି । ପାକିସ୍ତାନୀ କ୍ରିକେଟର ଟି-୨୦ରେ ଏବେ ପର୍ଯ୍ୟନ୍ତ କେତେକ ଖାସ୍ କମାଲ୍ ଦେଖାଇଛନ୍ତି । ପିସିବି ପାକିସ୍ତାନ ସୁପର ଲିଗରେ ପ୍ରଦର୍ଶନ କରିଥିବା ଖେଳାଳୀଙ୍କ ଉପରେ ଭରସା କରିବାକୁ ଚେଷ୍ଟା କରିଛି । ଏହି କାରଣ ରହିଛି କି ଆପଣ ମୋହମ୍ମଦ ଆମିର ଏବଂ ହମାଦ ବସୀମଙ୍କୁ ଫେରସ୍ତ ଦେଖିପାରିବେ । ଆଜମ ଖାନ, ଅବରାର ଅହମଦ ଏବଂ ସ୍ୟା ଆୟୁବଙ୍କୁ ସାମିଲ ହେବା ପରେ ଟିମରେ ଜୀବନ ଆସିଛି । ଏହି ଟିମ୍ ୨୦୨୧ ଟି-୨୦ ବିଶ୍ବକପରେ ଭାରତକୁ ହରାଇଥିଲା।  ଏହି କାରଣରୁ ଭାରତକୁ ସୁପର -୧୨ରେ ହିଁ ବାହାର ହେବାକୁ ପଡ଼ିଥିଲା । ସେହିଭଳି ୨୦୨୨ରେ ମେଲବର୍ଣ୍ଣରେ ଖେଳାଯାଇଥିବା ମୁକାବିଲାରେ କଡ଼ା ଟକ୍କର ଦେଇଥିଲା । ଟିମ୍ ଇଣ୍ଡିଆ ବିରାଟ କୋହଲୀଙ୍କ ଚମତ୍କାର ପାଳି ଦ୍ବାରା ବିଜୟ ହାସଲ କରିଥିଲା । ଭାରତ କୌଣସି ବି ପରିସ୍ଥିତିରେ ପାକିସ୍ତାନ ଟିମକୁ ସହଜରେ ନେବା ଉଚିତ ନୁହେଁ । 

ଓ୍ବେଷ୍ଟଇଣ୍ଡିଜ


ଜାଇଣ୍ଟ କିଲରଙ୍କ ନାଁରେ ପ୍ରସିଦ୍ଧ ଓ୍ବେଷ୍ଟଇଣ୍ଡିର ଟିମ୍ ଟି-୨୦ କ୍ରିକେଟରେ ସବୁବେଳେ ଭଲ ପ୍ରଦର୍ଶନ କରିଥାଏ । ଚଳିତ ଥର ଟୁର୍ଣ୍ଣାମେଣ୍ଟର ଆୟୋଜନ ତା’ପାଖରେ ଅଛି । ଏଭଳି ସ୍ଥଳେ ସେ କୌଣସି ବି ଟିମ୍ ଲାଗି ବିପଦ ସାବ୍ୟସ୍ତ ହୋଇପାରେ । ୨ଥର ଟୁର୍ଣ୍ଣାମେଣ୍ଟ ଜିତିଥିବା ଏହି ଟିମ୍ ନିକଟରେ କେତେକ ମ୍ୟାଚ ଓ୍ବିନର ଅଛନ୍ତି । ପାଓ୍ବାର ହିଟିଂ ଲାଗି ପ୍ରସିଦ୍ଧ ଓ୍ବେଷ୍ଟଇଣ୍ଡିଜର ଖେଳାଳୀ ବୋଲରଙ୍କ ନିଦ ହଜାଇ ଦେଇଥାନ୍ତି । ଏହି ଟିମ୍ ୨୦୧୬ରେ ଟି-୨୦ବିଶ୍ବକପର ସେମିଫାଇନାଲରେ ଭାରତକୁ ହରାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.