ପ୍ରମୂଖ ଖବର

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କେନାଲରେ ଭାସୁଥିବାର ଦେଖିଲେ ସ୍ଥାନୀୟ ଲୋକେ

ସାଲେପୁର, ୩୦।୪: ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣକ ହେଲେ ପାଗା ଫାଣ୍ଡି ଅଧିନ ବାରଗୋଡ଼ିଆ ଜେନା ସାହିର ମନୋରଞ୍ଜନ ଜେନା । ମନୋରଞ୍ଜନ ଗତକାଲିଠାରୁ ନିଖୋଜ ଥିଲେ । ପରିବାର ଲୋକ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ । ହେଲେ ମନୋରଞ୍ଜନଙ୍କର କୌଣସି ପତ୍ତା ମିଳିନଥିଲା । 

ମଙ୍ଗଳବାର ସକାଳୁ କେନ୍ଦ୍ରାପଡ଼ା କେନାଲ ପାଗା ଫାଣ୍ଡି ଅଧିନ ପାଟପୁର ପୋଲ ନିକଟରେ ମୃତଦେହ କେନାଲରେ ଭାସୁଥିବାର ଲୋକେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପରିବାର ଓ ପୋଲିସକୁ ଖବର ଦେଇଥିଲେ । ପାଗଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.