ପ୍ରମୁଖ ଖବର
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଲଟାବୁଦାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗୋପାଳପୁର, ୨।୪ : ଲଟାବୁଦାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ପଞ୍ଚାୟତର ପୁଟିପଦର ଗ୍ରାମରେ ଏଭଳି ଘଟଣା ଘଟିଛି। ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସୂଚନାନୁଯାୟୀ, ମୃତକ ଜଣଙ୍କ ହେଲେ ଡୁରା ପଞ୍ଚାୟତର ପୁଟିପଦର ଗ୍ରାମର ବିଶୁ ବେହେରା। ତାଙ୍କ ବୟସ ପ୍ରାୟ ୨୨ ବର୍ଷ ବୋଲି ଜଣାପଡିଛି। ଲଟାବୁଦାରେ ଯୁବକଙ୍କ ମୃତଦେହ ପଡ଼ିଥିଲା ବେଳେ ଶରୀରରେ କ୍ଷତ ଚିହ୍ନ ରହିଛି। ଗୋପାଳପୁର ଥାନା ଅଧିକାରୀ ଶରତ କୁମାର ମହାଲିକ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ସନ୍ଦେହରେ ଜଣେ ମହିଳାଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.