ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବିଲରେ ହଲ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ

କରଞ୍ଜିଆ, ୨୬।୫ : ବିଲରେ ହଲ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଡ୍ରାଇଭରର  ମୃତ୍ୟୁ ଘଟିଛି। ଏପରି ଏକ ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ କୁଞ୍ଜିଆ ଗ୍ରାମରେ । ଡ୍ରାଇଭର ଜଣକ ହେଲେ ଲାଲମୋହନ ମହାନ୍ତ। 

ବିଲରେ ହଳ କରୁଥିବା ବେଳେ   ଗୋଟିଏ ବିଲରୁ  ଅନ୍ୟ ବିଲକୁ ଟ୍ରାକ୍ଟର ନେଇ ଯାଉଥିବା ସମୟରେ ହଠାତ ଟ୍ରାକ୍ଟର ଟି ଓଲଟି ପଡ଼ିଥିଲା।   ଫଳରେ ଟ୍ରାକ୍ଟର ଡ୍ରାଇଭର ଲାଲମୋହନ ମହାନ୍ତ ଟ୍ରାକ୍ଟର ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।  ତେବେ ଘଟଣା ଘଟିବା ପରେ ଟ୍ରାକ୍ଟର ତଳେ ଚାପି ହୋଇଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ବି ଉଦ୍ଧାର କରି ପାରି ନ ଥିଲେ। ତେବେ ବହୁ ଚେଷ୍ଟା ପରେ ୧୦୮କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ବହୁ ବିଳମ୍ବରେ ତାଙ୍କୁ ଟ୍ରାକ୍ଟର ତଳୁ ଉଦ୍ଧାର କରିଥିଲେ ।  ସେତେବେଳେ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।   ଘଟଣା ସ୍ଥଳରେ କରଞ୍ଜିଆ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି   ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.