ପୁରୀ, ୨/୩ : ପୁରୀ ଅଠର ନଳାସ୍ଥିତ ଗୋପୀନାଥପୁର ଗାଁରେ ପ୍ରଥମ ଥର ପାଇଁ ଜ୍ୟାକ ସାହାଯ୍ୟରେ ଉଠିଲା ଘର । ଏହି ପ୍ରକ୍ରିୟା ପୁରୀରେ ପ୍ରଥମ ଥର ଦେଖିବାକୁ ମିଳିଛି । ଗାଁର ଅଜୟ ସାହୁଙ୍କ ଘର ଉପରକୁ ଉଠାଯାଉଛି । ଗୋପୀନାଥପୁରରେ ବର୍ଷା ଯୋଗୁଁ ପାଣିର ସମସ୍ୟା ଦେଖାଯାଇଥାଏ । ଫଳରେ ଘର ଭିତରେ ଆଣ୍ଠୁଏ ପାଣିରେ କଲବଲ ହୋଇ ରହିବା ସହ ଯାତାୟତର ଅସୁବିଧା ଭୋଗିଥାନ୍ତି ସ୍ଥାନୀୟ ବାସିନ୍ଦା ।
ଘରକୁ ନ ଭାଙ୍ଗି କିପରି ମାଟି ପତନଠାରୁ ୫ଫୁଟ ଉପରକୁ ଉଠା ଯିବ ସେହି ପ୍ରକ୍ରିୟା ଜ୍ୟାକ ସାହାଯ୍ୟରେ ଆରମ୍ଭ କରାଯାଇଛି l ଏକ ମହଲା ବିଶିଷ୍ଟ ୩ଟି ରୁମକୁ ୬୦୦ବର୍ଗ ଫୁଟରେ ପ୍ରାୟ ୧୦୦ଟି ଜ୍ୟାକ ଝାଡ଼ଖଣ୍ଡରୁ ଆସିଥିବା ୬ଜଣ ଶ୍ରମିକଙ୍କ ସାହାଯ୍ୟରେ କାର୍ଯ୍ୟ ଚାଲିଛି l ଆଜି ପ୍ରାୟ ଦେଢ଼ ଫୁଟ ଉଠା ଯାଇଛି l ଘରଟି ପ୍ରାୟ ୫ଫୁଟ ଉଠିବାର ଅଛି ବୋଲି ଘର ମାଲିକ ଅଜୟ ସୂଚନା ଦେଇଛନ୍ତି l ଯେହେତୁ ପୁରୀରେ ପ୍ରଥମ ଥର କରାଯାଇଛି ସେଠାକାର ସ୍ଥାନୀୟ ବାସିନ୍ଦା ଏହାକୁ ଦେଖିବା ପାଇଁ ଭିଡ଼ ଜମିଥିଲା l