ଭୋଗରାଇ, ୨୪/୦୮ : କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଭୋଗରାଇ ବ୍ଲକର କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ଵ୍ରେମଙ୍କ ଝୁଲନ୍ତା ମୃତଦେହ ଆନନ୍ଦ ବଜାର ସ୍ଥିତ କମଳା ଭବନସ୍ଥିତ ଭଡ଼ା ଘରୁ ଉଦ୍ଧାର ହୋଇଛି। ମୋନାଲିସାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଭୋଗରାଇ ବ୍ଲକର କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ଵ୍ରେମ ପ୍ରାୟ ୫ ମାସ ପୂର୍ବେ କାର୍ଯ୍ୟରେ ଯୋଗ ଦେଇଥିଲେ। ଥାନା ଛକ ସ୍ଥିତ କମଳା ବଭନରେ ୪ର୍ଥ ମହଲାର ୧୪ନଂ ରୁମ୍ରେ ରହିଆସୁଥିଲେ। କାର୍ଯ୍ୟରେ ଯୋଗ ଦେବା ଠାରୁ ସେ ମନ୍ଧାରସାହି ପଞ୍ଚାୟତ କାର୍ଯ୍ୟ ଦାଇତ୍ୱରେ ଥିଲେ। ଗତକାଲି ବ୍ଲକରେ vc ଚାଲିଥିବା ବେଳେ ସେଠାରେ ସେ ଯୋଗ ଦେଇଥିଲେ । ପରେ ସେ ରୁମ୍କୁ ଚାଲି ଆସିଥିଲେ । ଶନିବାର ସକାଳୁ ବ୍ଲକର ଅଲଗା ଷ୍ଟାପ୍ମାନେ ଝରକା ଫାଙ୍କରୁ ମୋନାଲିସାଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୋନାଲିସାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଉଛି।