ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଭାରତୀୟ ସିନେମାର ସବୁଠୁ ମହଙ୍ଗା ଭିଲେନ୍‌, ‘ରାମାୟଣ’ରେ ରାବଣ ଭୂମିକା ପାଇଁ ନେବେ ୧୫୦ କୋଟି

ମୁମ୍ବାଇ ୨୦/୦୩: ଭିଲେନ୍‌ ହେବେ ‘କେଜିଏଫ୍‌’ ଷ୍ଟାର୍‌ ୟଶ୍‌ । ରଣବୀର କପୁର ଓ ସାଈ ପଲ୍ଲବୀ ଷ୍ଟାରର୍‌ ଫିଲ୍ମ ‘ରାମାୟଣ’ରେ ସେ ରାବଣ ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେବେ ନିତେଶ ତିୱାରୀ । ‘ଦଙ୍ଗଲ’ ଓ ‘ଛିଛୋରେ’ ଭଳି ହିଟ୍‌ ଫିଲ୍ମ ପାଇଁ ସେ ପରିଚିତି ପାଇଛନ୍ତି । ଖାସ୍‌ କଥା ହେଉଛି, ‘ରାମାୟଣ’ରେ ରାବଣ ଭୂମିକା ପାଇଁ ୟଶ୍‌ ୧୫୦ କୋଟି ଟଙ୍କା ପାରିଶ୍ରମିକ ନେବେ । ହିନ୍ଦୀ ସିନେମା ଇତିହାସରେ ଏହା ସର୍ବାଧିକ । ଏହା ପୂର୍ବରୁ ଖଳନାୟକ ଚରିତ୍ର ପାଇଁ କୌଣସି କଳାକାରଙ୍କୁ ଏତେ ଅଧିକ ପାରିଶ୍ରମିକ ମିଳିନଥିଲା । ୟଶ୍‌ ଏବେ ‘କେଜିଏଫ୍‌-୩’ ସୁଟିଂରେ ବ୍ୟସ୍ତ ଅଛନ୍ତି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ‘ରାମାୟଣ’ ୟଶ୍‌ଙ୍କର ପ୍ରଥମ ବଲିଉଡ୍‌ ଫିଲ୍ମ ହେବ । ଭିଲେନ୍‌ ଭାବେ ଜଣେ କଳାକାରଙ୍କୁ ଏତେ ପାରିଶ୍ରମିକ ମିଳିବା ସବୁଠୁ ବଡ଼ କଥା । ବଲିଉଡ୍‌ର କିମ୍ବଦନ୍ତୀ ତାରକା ପ୍ରାଣ ଚୋପ୍ରାଙ୍କୁ ଭିଲେନ୍‌ ଭୂମିକା ପାଇଁ ଫିଲ୍ମ ପିଛା ୬୦୦ ଟଙ୍କା ମିଳୁଥିଲା, ଯାହା ସେ ସମୟର ସବୁଠୁ ଅଧିକ ଥିଲା । ଭିଲେନ୍‌ ଭାବେ ପାରିଶ୍ରମିକ ମାମଲାରେ ରଣବୀର ସିଂହ, ସଞ୍ଜୟ ଦତ୍ତ, କମଲ ହାସନ, ବିଜୟ ସେତୁପତି, ଇମ୍ରାନ ହାଶମି ଓ ସୈଫ୍‌ ଅଲି ଖାନ୍‌ଙ୍କ ଭଳି ଷ୍ଟାର୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି ୟଶ୍‌ । ପ୍ରଭାସ, ଦୀପିକା ଷ୍ଟାରର୍‌ ‘କଲ୍‌କି ୨୮୯୮ ଏଡି’ରେ କମଲ ହାସନଙ୍କୁ ଭିଲେନ୍‌ ଭୂମିକାରେ ଦେଖିବାକୁ ମିଳିବ । ଏଥିପାଇଁ ତାଙ୍କୁ ୩୦ କୋଟି ଟଙ୍କା ପାରିଶ୍ରମିକ ଦିଆଯାଇଛି ।

ୟଶ୍‌ଙ୍କ ପରେ ଭିଲେନ୍‌ ଭାବେ ସେ ସର୍ବାଧିକ ପାରିଶ୍ରମିକ ନେଉଥିବା କଳାକାର ତାଲିକାର ୨ୟ ସ୍ଥାନରେ ଅଛନ୍ତି । ଫିଲ୍ମ ‘ଯୱାନ୍‌’ରେ ଭିଲେନ୍‌ ଭୂମିକା ନିର୍ବାହ କରିଥିବା ବିଜୟ ସେତୁପତି ୨୧ କୋଟି ଟଙ୍କା ନେଇଥିଲେ । ୨୦୨୩ରେ ମୁକ୍ତିପ୍ରାପ୍ତ ‘ଆଦିପୁରୁଷ’ରେ ରାବଣ ଭୂମିକା ପାଇଁ ସୈଫ୍‌ ନେଇଥିଲେ ୧୦ କୋଟି । ୨୦୧୮ରେ ମୁକ୍ତିପ୍ରାପ୍ତ ‘ପଦ୍ମାବତ୍‌’ରେ ଭିଲେନ୍‌ ଭୂମିକା ନିର୍ବାହ ଲାଗି ରଣବୀର ସିଂହ ୧୩ କୋଟି ନେଇଥିଲେ । ‘କେଜିଏଫ୍‌-୨’ରେ ଭିଲେନ୍‌ ଭୂମିକା ପାଇଁ ସଞ୍ଜୟ ଦତ୍ତଙ୍କୁ ୮-୯ କୋଟି ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.