ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତୁଟୁନି ବଣ୍ଟନ ଅଡ଼ୁଆ, ଖୋଲୁନି ମାର୍କେଟ୍‌ କମ୍ପେ୍ଲକ୍ସ: ଚିନ୍ତାରେ ୫ ଶହ ବ୍ୟବସାୟୀ

ପୁରୀ,୨୪/୦୩: ତୁଟୁନି ଦୋକାନ ଘର ଆବଣ୍ଟନ । ବ୍ୟବସାୟୀଙ୍କ ସହ ଚୁକ୍ତିପତ୍ର କରୁନି ପ୍ରଶାସନ । ଫଳରେ ତିନୋଟି ଯାକ ନବନିର୍ମିତ ମାର୍କେଟ୍‌ କମ୍ପେ୍ଲକ୍ସ ଖୋଲି ପାରୁନି । ଜିଲ୍ଲା ପ୍ରଶାସନଠାରୁ କେବଳ ଦୋକାନ ଆବଣ୍ଟନ ପତ୍ରକୁ ଧରି ମାସ ମାସ ଧରି ବସିଛନ୍ତି କ୍ଷତିଗ୍ରସ୍ତ ବ୍ୟବସାୟୀ । ଅନ୍ୟପକ୍ଷରେ ସେମାନଙ୍କୁ ଅମାନତ ଟଙ୍କା ଜମା କରିବାକୁ ବାଧ୍ୟ କରାଯାଉଛି । ମାର୍କେଟ୍‌ କମ୍ପେ୍ଲକ୍ସ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହା କାମରେ ଲାଗୁନି । ସେପଟେ ବ୍ୟବସାୟ ଅନୁଷ୍ଠାନ ହରାଇ ନୂତନ ଦୋକାନ ଘର ପାଇବାକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ଷତିଗ୍ରସ୍ତ ୫ଶହ ବ୍ୟବସାୟୀ । ସେମାନଙ୍କୁ  ତୁରନ୍ତ ଥଇଥାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି । କିନ୍ତୁ ବାସ୍ତବରେ ଦୋକାନ ଆବଣ୍ଟନର ବିବାଦ ତୁଟିପାରୁନି । ଯାହାକୁ ନେଇ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି । 

ମହୋଦଧି ମାର୍କେଟ କମ୍ପେ୍ଲକ୍ସ, ମାର୍କେଟ ଛକ ଦଇତାପଡ଼ା ସାହି ମାର୍କେଟ କମ୍ପେ୍ଲକ୍ସ ଓ ଜେଲ୍‌ ରୋଡ ମାର୍କେଟ୍‌ କମ୍ପେ୍ଲକ୍ସରେ ୭୭୧ଟି ଦୋକାନ ନିର୍ମାଣ କରାଯାଇଛି । ପୂର୍ବରୁ ମହୋଦଧି ମାର୍କେଟରେ ୫୯ଟି ଦୋକାନ ଘର ରହିଥିବା ବେଳେ ଦଇତାପଡ଼ା ସାହି ମାର୍କେଟ କମ୍ପେ୍ଲକ୍ସରେ ୧୬୮ଟି ଦୋକାନ ଗୃହ ରହିଥିଲା । ଅବଢ଼ା ଯୋଜନାରେ ତାହାକୁ ଭଙ୍ଗାଯାଇ ଆଧୁନିକ ଭାବେ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯାଇଛି । ଉଚ୍ଛେଦ ସମୟରେ ପ୍ରଶାସନ ପ୍ରଥମେ ଏହି ମାର୍କେଟ କମ୍ପେ୍ଲକ୍ସରେ ରହିଥିବା କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଥଇଥାନ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲା ।  ସେହି ଅନୁଯାୟୀ ପୂର୍ବରୁ ଥିବା ଦୋକାନ ଘର ଆବଣ୍ଟନ କରାଯାଇଛି । 

ମହୋଦଧି ମାର୍କେଟ କମ୍ପେ୍ଲକ୍ସରେ ଦୋକାନ ଘର ଭଡ଼ା ବର୍ଗଫୁଟ ୨୫ଟଙ୍କା ଓ ଦଇତାପଡ଼ା ସାହିରେ ୩୦ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଦୋକାନ ଘରକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇଛି । ‘କ’ଶ୍ରେଣୀ ଦୋକାନ ପାଇଁ ୩୦ହଜାର, "ଖ' ଶ୍ରେଣୀ ଲାଗି ୪୦ ହଜାର ଓ "ଗ' ଶ୍ରେଣୀ ପାଇଁ ୫୦ହଜାର ଟଙ୍କା ସୁରକ୍ଷା ଜମା ରାଶି ଦେବାକୁ ସ୍ଥିରିକୃତ ହୋଇଛି । ଏହି ଦୁଇ ମାର୍କେଟ୍‌ କମ୍ପେ୍ଲକ୍ସର ରକ୍ଷଣାବେକ୍ଷଣା ଦାୟିତ୍ୱ ପିକେଡିଏ ହାତରେ ନ୍ୟସ୍ତ ରହିଥିବା ବେଳେ ଏହାକୁ ପରିଚାଳନା ଲାଗି ମଧ୍ୟ ଅତିରିକ୍ତ ଟଙ୍କା ପୈଠ କରିବାକୁ ଗାଇଡଲାଇନ୍‌ ରହିଛି । ଏହା ବ୍ୟବସାୟୀଙ୍କୁ ବାଧୁଥିବା ବେଳେ ସେମାନଙ୍କ ପରିବାର ପ୍ରତିପୋଷଣ ଲାଗି ପ୍ରଶାସନର ନିଷ୍ପତ୍ତିକୁ ଚାହିଁ ରହିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଉଚ୍ଛେଦ ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟ ଅନୁଷ୍ଠାନ ଖୋଲିପାରୁ ନାହାନ୍ତି । ଫଳରେ ବର୍ଷ ବର୍ଷ ଧରି ସେମାନେ ହାତବାନ୍ଧି ବସିଛନ୍ତି । ପ୍ରଶାସନ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରି ମାର୍କେଟ କମ୍ପେ୍ଲକ୍ସ ଖୋଲି ଥଇଥାନ କରିବା କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ଅନୁରୋଧ କରିଛନ୍ତି । 

ସୂଚନାଯୋଗ୍ୟ, ୨୦୧୯ରେ ପରିକ୍ରମା ପ୍ରକଳ୍ପ ଲାଗି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଉଚ୍ଛେଦ ହୋଇଥିବା ବ୍ୟବସାୟୀ ଅନୁଷ୍ଠାନ, ମଠ ସମେତ ଅନ୍ୟମାନଙ୍କୁ ମାର୍କେଟ କମ୍ପେ୍ଲକ୍ସରେ ଥଇଥାନ କରାଯିବ ବୋଲି ପ୍ରଶାସନ ଘୋଷଣା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.