ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ଗଛ ପଡ଼ି ଦୋକାନ ଭାଙ୍ଗିବା ଘଟଣା, ସରକାରୀ ସାହାଯ୍ୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୋକାନ ମାଲିକ ଓ ତାଙ୍କ ପରିବାର

ଫିରିଙ୍ଗିଆ,୨/୮ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ନୂଆପଦରଠାରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ପଞ୍ଚାୟତ ସମ୍ମୁଖରେ ଥିବା ଏକ ବିରାଟ ଆମ୍ବ ଗଛ ଉପୁଡି ପଡି ପଞ୍ଚାୟତ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଥିବା ଦୁଇଟି ଦୋକାନ ଉପରେ ପଡ଼ିଯିବା ଫଳରେ ଦୋକାନ ଘର ଗୁଡିକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା I 

ଖବରପାଇ ଫିରିଙ୍ଗିଆରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଦୋକାନ ଉପରେ ପଡ଼ିଥିବା ଗଛକୁ କଟି ବାହାର କରିଥିଲେ I ଏହି ଘଟଣାରେ ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରି ଆସୁଥିବା ସେହି ନୁଆଁପଦର ଗାଁର ଚନ୍ଦ୍ରଶେଖର ସାହାଣୀ ଓ ପ୍ରଦୀପ ବେହେରା ନାମକ ଦୁଇ ଜଣ ଦୋକାନୀ ନିଜର ଜୀବିକା ହରାଇବା ସହ ଦୋକାନ ହରାଇ ବେସାହାରା ହୋଇପଡିଛନ୍ତି । ତେବେ ଏହି ଘଟଣାକୁ ପ୍ରାୟ ୧୦ଦିନ ବିତି ଯାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୋକାନୀମାନଙ୍କୁ କୌଣସି ସରକାରୀ ସହାୟତା ଯୋଗାଇ ଦିଆଯାଇ ନାହିଁ I ଯାହା ପାଇଁ ଦୋକାନ ହରାଇଥିବା ଦୋକାନୀମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ବର୍ତମାନ ବିଭିନ୍ନ ବେସରକାରୀ ଅର୍ଥ ଲଗାଣ କରି ସଂସ୍ଥାମାନଙ୍କଠାରୁ ଋଣ ଆଣି ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିବା ଏହି ଦୋକାନୀ ମାନଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି ହୋଇଛି I 

ସରକାରୀ ସହାୟତାକୁ ଚାହିଁ ବସିଥିବା ଏହି ଦୋକାନୀମାନଙ୍କୁ କୌଣସି ସରକାରୀ ସୁବିଧା ଯୋଗାଇ ଦିଆଯାଇନଥିବାରୁ ଏହି ଦୋକାନୀମାନେ ନିଜ ନିଜ ପରିବାର ସହ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କୁ ଲିଖିତ ଭାବରେ ଜଣାଇଛନ୍ତି I ଅନ୍ୟପଟେ ଜିଲ୍ଲାପାଳ ମଧ୍ୟ୍ୟ ଏହି ଦୋକାନୀମାନଙ୍କର ଦାବିକୁ ହୃଦୟତାର ସହ ଗ୍ରହଣ କରି ତୁରନ୍ତ ଏହାର ସମଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି I ଅନ୍ୟପଟେ ଏହି ଗରିବ ଅସହାୟ ପରିବାର ଗୁଡିକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମଧ୍ୟ୍ୟ ଦାବି କରିଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.