ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ଭିସ୍ତାରା ବିମାନରେ ବୋମା ଧମକ ମିଳିବା ପରେ ଆତଙ୍କ , ଫ୍ଲାଇଟ୍‌ରେ କରାଗଲା ତଲାସୀ

ମୁମ୍ୱାଇ – ଭିସ୍ତାରାର ତିରୁଅନନ୍ତପୁରମ୍‌-ମୁମ୍ୱାଇ ବିମାନରେ ଶୁକ୍ରବାର ବୋମା ଧମକ ମିଳିଛି। ଏହାପରେ ପୂରା ଫ୍ଲାଇଟ୍‌ର ତଲାସୀ ନିଆଯାଇଛି। ପୁଲିସ ଏହି ସୂଚନା ଦେଇଛି। ସହର ପୁଲିସ ଥାନାର ଜଣେ ଅଧିକାରୀ କହିଛନ୍ତି କି ଚାଳକ ଦଳର ଜଣେ ସଦସ୍ୟଙ୍କୁ ବିମାନରେ ବୋମା ଥିବାର ଏକ ଚିଠି ମିଳିଥିଲା। ସେ କହିଛନ୍ତି କି ବିମାନର ଦ୍ୱିପ୍ରହରରେ ସମୟ ପାଖାପାଖି ୩.୧୫ରେ ମୁମ୍ୱାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କ୍ଷଣି ଏୟାରଲାଇନ ପୁଲିସକୁ ଏହାର ସୂଚନା ଦେଇଛି। 

ଅଧିକାରୀ କହିଥିଲେ ଯେ, ବିମାନ ଅବତରଣ ପରେ ଯାତ୍ରୀଙ୍କୁ ବିପଦ ବିଷୟରେ ସୂଚିତ କରି ଦିଆଯାଇ ଥିଲା ଏବଂ ଯାତ୍ରୀମାନଙ୍କର ଏବଂ ତାଙ୍କର ଜିନିଷର ତଲାସ ନିଆଗଲା ,ହେଲେ ଏବେସୁଦ୍ଧା କିଛି ବି ସଦିଗ୍ଧ ମିଳିଲାନି। ଏୟାରଲାଇନ କହିଛି, ଆମେ ସ୍ପଷ୍ଟ କରିଛୁ କି, ୨୮ ଜୁନ ୨୦୨୪ରେ ତିରୁଅନନ୍ତପୁରମରୁ ମୁମ୍ୱାଇ ପାଇଁ ଉଡା଼ଣ ଭରିଥିବା ଭିସ୍ତାରାର ୟୁକେ ୫୫୨ ଫ୍ଲାଇଟ୍‌ରେ ଆମର କର୍ମଚାରୀମାନେ ସୁରକ୍ଷା ସମ୍ୱନ୍ଧୀୟ କାର୍ଯ୍ୟ କରିଥିଲେ।

ବୟାନରେ କୁହାଯାଇଛି , ଆମେ ଅନିବାର୍ଯ୍ୟ ସୁରକ୍ଷା ଯାଞ୍ଚ ପୂରା କରିବା ପାଇଁ ସୁରକ୍ଷା ଏଜେନ୍ସିଙ୍କ ସହ ପୂରା ସହଯୋଗ କରୁଛୁ। ଭିସ୍ତାରାରେ, ଆମର ଗ୍ରାହକ , ଚାଳକ ଦଳ ଓ ବିମାନର ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.