ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ନୂଆପଡାରେ ଥମୁନି ବାଘ ଆତଙ୍କ : ଯନ୍ତାରେ ପଡିଲା ବାଘ, କୋଦପାଲି ଗାଁରେ ବୁଲୁଛି ଆଉ ଏକ ବାଘ

ନୂଆପଡା, ୫।୧୧  ଯନ୍ତାରେ ପଡ଼ି ବାଘ । ଦାନ୍ତ କରୁଛି କଡମଡ଼ । ଗୋଟିଏ ଧରାପଡ଼ିଛି । ତେବେ ଆଉ ଗୋଟିଏ କୁଆଡେ ଜଙ୍ଗଲ ତଳେ ତଳେ ବୁଲୁଛି । କୋଦପାଲି ଗାଁରେ ବୁଲୁଛି ଆଉ ଏକ ବାଘ ।  ମଣିଷ ରକ୍ତ କାହା ମୁହଁରେ ଲାଗିଛି। ଯିଏ ଧରାପଡ଼ିଛି ନା ଯିଏ ବୁଲୁଛି। ନୂଆପଡ଼ା କଟିଙ୍ଗପାଣିରେ ଗୋଟିଏ କଳରାପତରିଆ ଧରାପଡ଼ିଛି। ଆଉ ଗୋଟିଏ ବାଘ ଜଙ୍ଗଲରେ ବୁଲୁଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଦ୍ବିତୀୟ ବାଘକୁ ଧରିବାକୁ ଦାବି କରିଛନ୍ତି ଲୋକେ। ଜଙ୍ଗଲ ତଳି ଅଞ୍ଚଳରେ ଲାଉଡସ୍ପିକର ଜରିଆରେ ଲୋକଙ୍କୁ ସଚେତନ କରିଛନ୍ତି ବନ କର୍ମଚାରୀ । ଗାଁ ଗାଁରେ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ବାଘର ସ୍ଥିତି ଉପରେ ଆମେ ନଜର ରଖିଛୁ ବୋଲି ଖଡିଆଳ ବନଖଣ୍ଡ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, କଟିଙ୍ଗପାଣିରେ ଡମ୍ବରୁଧର ମାଝୀ ନାମକ ଏକ ୬ ବର୍ଷ ର ଶିଶୁ କୁ ଗାଁ ଦାଣ୍ଡ ରୁ ଉଠାଇ ନେଇ ମାରି ଦେଇଥିଲା ବାଘ । ପରେ ସିଲିଆରି ବାହାରା ଗାଁରେ ଜଣେ ମହିଳା ରାମେଶ୍ରୀ ମାଝିଙ୍କୁ  ମାରି ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲା। ତେଣୁ ବାଘକୁ ଧରିବା ପାଇଁ ବନ ବିଭାଗ  ଜାଲ ପକାଇଥିଲା। କୌଶଳ କ୍ରମେ ବାଘକୁ କାବୁ କରିଥିଲା ବନ ବିଭାଗ । ମଣିଷ ଖିଆ ବାଘକୁ ଛାଡିବୁନାହିଁ ମାରିଦେବୁ ବୋଲି ଲୋକେ ଜିଦ ଧରିଥିଲେ। ତେବେ ଉପ ଜିଲ୍ଲାପାଳ, ନୂଆପଡା ରେଞ୍ଜର, ବିଡିଓ ଏବଂ ଅନ୍ୟ ଜନପ୍ରତିନିଧି ଗାଁ ଲୋକଙ୍କୁ ବୁଝାଇବାରୁ ସେମାନେ ଶାନ୍ତ ପଡ଼ିଥିଲେ।  

ଏବେ ବାଘର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ତାକୁ ଇଲେକ୍ଟ୍ରାଲ ପାଣି ଦିଆଯାଇଛି।  ବୋନଲେସ ଚିକେନ  ଖାଇବା ପାଇଁ ଦିଆଯାଇଛି। ବାଘଟିଛି ସଂପୂର୍ଣ୍ଣ ସୁସ୍ଥ ଅଛି ଏବଂ ଏହାକୁ ନନ୍ଦନକାନନ ନିଆଯିବ। 

Copyright © 2022 - Summa Real Media Private Limited. All Rights Reserved.