ନୂଆଦିଲ୍ଲୀ – ଆଜିକାଲି ସମସ୍ତେ ଚାହାନ୍ତି ହାଇସ୍ପିଡ୍ ଇଣ୍ଟରନେଟ୍। ଅନଲାଇନ୍ ଭିଡ଼ିଓ ଷ୍ଟ୍ରିମିଂର କାରଣରୁ ୟୁଜରଙ୍କ ମଧ୍ୟରେ ହାଇସ୍ପିଡ୍ ଇଣ୍ଟରନେଟ୍ର ଡିମାଣ୍ଡ ଖୁବ୍ ଜୋରରେ ବଢିଛି। ସ୍ପିଡ୍ ପାଇଁ ୟୁଜର ଘରେ ଫାଇବର କନେକ୍ସନ ଲଗାଉଛନ୍ତି। ଯଦି ଆପଣ ଫୋନ୍ରେ ଇଣ୍ଟରନେଟ୍ ୟୁଜ୍ କରନ୍ତି, ତ ଆପଣ ଅନେକ ଥର ସ୍ଲୋ ଇଣ୍ଟରନେଟ୍ ସ୍ପିଡ୍ର ସାମ୍ନା କରିଥିବେ। କିଛି ଟ୍ରିକ୍ସ ମାଧ୍ୟମରେ ଆପଣଙ୍କ ଫୋନ୍ର ଇଣ୍ଟରନେଟ୍ ସ୍ପିଡ୍ ଭଲ ରହିବ। ଆସନ୍ତୁ ଜାଣିବା ଏହି ଟ୍ରିକ୍ସକୁ।
୧- ଫୋନ୍କୁ ରିଷ୍ଟାର୍ଟ କରନ୍ତୁ ଏବଂ ଅପଡେଟ୍ସ ଚେକ୍ କରନ୍ତୁ – ସ୍ମାର୍ଟଫୋନ୍ ପୁରୁଣା ହେବାରେ କିଛି ମାତ୍ରାରେ ସ୍ଲୋ ହୋଇଯାଏ। ଏମିତି ସଫ୍ଟୱେୟାରରେ ଆସୁଥିବା ସମସ୍ୟା ଯୋଗୁଁ ହୋଇପାରେ। ଏହି ସ୍ଥିତିରେ ଆପଣ ନିଜର ଫୋନକୁ ରିଷ୍ଟାର୍ଟ କରି ହାଲକା ଭାବେ ପରଫର୍ମାନ୍ସ ବୁଷ୍ଟ ଦେଇ ପାରିବେ। ଏହା ଇଣ୍ଟରନେଟ୍ର ସ୍ପିଡ୍କୁ ଭଲ କରି ପାରିବ। ଏହା ବ୍ୟତୀତ ଫୋନ୍ରେ ଆସୁଥିବା ଓଏସ ବା ଆପ୍ ଅପଡେଟ୍ସକୁ ଲଗାତାର ଚେକ୍ କରନ୍ତୁ ଏବଂ ଏହାକୁ ଇନଷ୍ଟାଲ ମଧ୍ୟ କରନ୍ତୁ।
୨- ବ୍ୟାକ୍ଗ୍ରାଉଣ୍ଡ ଆପ୍ସକୁ ଡିସେବଲ କରନ୍ତୁ ଓ ଭିପିଏନ ଟ୍ରାଇ କରନ୍ତୁ –
ବ୍ୟାକଗ୍ରାଉଣ୍ଡରେ ଚାଲୁଥିବା ଆପ୍ ଆପଣଙ୍କ ଅଗୋଚରରେ ଡାଟା ସାରି ଦିଏ। ଏଥିରେ ଫୋନର ଇଣ୍ଟରନେଟ୍ ସ୍ପିଡ୍ ମଧ୍ୟ ସ୍ଲୋ ହୋଇ ଯାଏ । ଏଥିରେ ଭଲ ହେବ ଆପଣ ସେହି ଆପ୍କୁ ବନ୍ଦ ବା ଅନଇନଷ୍ଟାଲ କରି ଦିଅନ୍ତୁ । ଯାହାକୁ ଆପଣଙ୍କର ଆବଶ୍ୟକତା ନାହିଁ । ଏମିତି କଲେ ଇଣ୍ଟରନେଟ୍ ସ୍ପିଡ୍ରେ ସୁଧାର ନଜର ଆସିବ। ଏହା ବ୍ୟତୀତ ଭଲ ଇଣ୍ଟରନେଟ୍ ସ୍ପିଡ୍ ପାଇଁ ଆପଣ ଭିପିଏନ ମଧ୍ୟ ଟ୍ରାଇ କରିପାରିବେ।
୩- ନେଟୱାର୍କ ସେଟିଂକୁ ରିସେଟ୍ କରନ୍ତୁ ବା ଅନ୍ୟ ନେଟୱର୍କରେ କନେକ୍ଟ କର-
ଇଣ୍ଟରନେଟ୍ ସ୍ପିଡକୁ ଠିକ୍ କରିବାର ସବୁଠୁ ଉତ୍ତମ ଉପାୟ ଆପଣ ଫୋନର ନେଟୱର୍କ ସେଟିଂକୁ ରିସେଟ୍ କରନ୍ତୁ। ନେଟୱର୍କ ସେଟିଂକୁ ରିସେଟ୍ କରିବା ପାଇଁ ସେଟିଂସକୁ ଯାଇ ସିଷ୍ଟମରେ ଦିଆଯାଇ ଥିବା ଆଡଭାନ୍ସଡ ଅପସନକୁ ଯାଆନ୍ତୁ। ଏଠାରେ ଆପଣଙ୍କୁ ରିସେଟ୍ର ଅପସନ ନଜର ଆସିବ।
ଏଥିରେ ଦିଆ ଯାଇଥିବା ରିସେଟ୍ ୱାଇ-ଫାଇ , ମୋବାଇଲ ଓ ବ୍ଲୁଟୁଥ୍ ଭଳି ଅପସନରେ ଟ୍ୟାପ୍ କରନ୍ତୁ। ରିସେଟ୍ କରିବା ପୂର୍ବରୁ ଆପଣ ନିଜର ଫୋନକୁ ଅନ୍ୟ ନେଟୱର୍କ ଯେମିତି କି କୌଣସି ପବ୍ଲିକ୍ ୱାଇ-ଫାଇ , ହଟସ୍ପଟ ବା ସେଲ୍ୟୁଲରରେ ମଧ୍ୟ ସଂଯୋଗ କରି ଇଣ୍ଟରନେଟ୍ ସ୍ପିଡ୍ ଚେକ୍ କରି ପାରିବେ।