ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

କ୍ୟାମ୍ପସରେ ଟ୍ରାନ୍ସଜେଣ୍ଡରଙ୍କ ବଢିବ ସୁରକ୍ଷା, ମନିଟରିଂ କମିଟି ଗଠନ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ଵର, ୦୪/୧୧ : କ୍ୟାମ୍ପସରେ ଟ୍ରାନ୍ସଜେଣ୍ଡରଙ୍କ ବଢିବ ସୁରକ୍ଷା। ଜାତୀୟ ମାନବାଧିକାର କମିଶନଙ୍କ ଆଡଭାଇଜୋରି ପାଳନ କରିବାକୁ ନିର୍ଦ୍ଦେଶ। ରାଜ୍ୟର ସବୁ ବିଶ୍ଵ ବିଦ୍ୟାଳୟର କୁଳସଚିବ ଓ ଡିଗ୍ରୀ କଲେଜ୍ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚ ଶିକ୍ଷା ବିଭାଗ। 

କ୍ୟାମ୍ପସରେ ଯେପରି ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀ ସମାଲୋଚନା ବା ହିଂସାକାଣ୍ଡର ଶିକାର ନହୁଅନ୍ତି ସେଥିପ୍ରତି କର୍ତ୍ତୃପକ୍ଷ ସଜାଗ ରହିବାକୁ କୁହାଯାଇଛି। ସେହିପରି ଶିକ୍ଷାର୍ଥୀ ଯେପରି ଯୌନ ଶୋଷଣ, ଭେଦଭାବର ଶିକାର ନହେବେ ସେଥିଲାଗି ମନିଟରିଂ କମିଟି ଗଠନ କରିବାକୁ କୁହାଯାଇଛି। ଅନ୍ୟପଟେ ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀଙ୍କ ପାଇଁ କ୍ୟାମ୍ପସରେ ୟୁନିସେକ୍ସ ଶୌଚାଳୟ ବା ରେଷ୍ଟ ରୁମ୍ ସୁବିଧା ଲାଗୁ କରିବାକୁ କୁହାଯାଇଛି।


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.