ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ଆଜି ରାଜ୍ୟରେ ୩୭ ପିଏମ୍‌ ଶ୍ରୀ ସ୍କୁଲ୍‌ ଶୁଭାରମ୍ଭ, ଲୋକାର୍ପଣ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୯/୧୧: ରବିବାର ରାଜ୍ୟରେ ଲୋକାର୍ପିତ ହେବ ୩୭ ପିଏମ୍‌ ଶ୍ରୀ ସ୍କୁଲ୍‌ । ପିଏମ୍‌ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ୨୬ ପିଏମ୍‌ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଲୋକାର୍ପଣ କରାଯିବ । ରେଳ ଅଡିଟୋରିୟମ୍‌ ଠାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଏହାର ଶୁଭାରମ୍ଭ କରିବେ । 

ସୂଚନାଯୋଗ୍ୟ, ପିଏମ୍‌ ଶ୍ରୀ ସ୍କୁଲ୍‌ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତା ପ୍ରଦର୍ଶନ କରିବ । ଛାତ୍ରଛାତ୍ରୀଙ୍କ ପାଇଁ ଉଜ୍ୱଳ ଭବିଷ୍ୟତର ପଥ ସୃଷ୍ଟି କରି ଅନ୍ୟ ସ୍କୁଲ୍‌ ପାଇଁ ଆଦର୍ଶ ସାଜିବ । ଏକବିଂଶ ଶତାଦ୍ଦୀର ଦକ୍ଷତା ବିକାଶରେ ସହାୟକ ହେବ । ଦେଶରେ ସ୍କୁଲ୍‌ ଶିକ୍ଷାର ମାନବୃଦ୍ଧି ଏବଂ ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାର ପିଏମ୍‌ ଶ୍ରୀ ସ୍କୁଲ୍‌ ଯୋଜନା ଲାଗୁ କରିଛନ୍ତି । ରାଜ୍ୟରେ ଥିବା ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ଏହାର ଶୁଭାରମ୍ଭ ହେବ ।

ଏହି ଯୋଜନାରେ ସାରା ଦେଶରେ ୧୪ହଜାର ୫୦୦ରୁ ଅଧିକ ସ୍କୁଲ୍‌ର ରୂପାନ୍ତରଣ ହେବ । ଏଥିପାଇଁ ୨୭ ହଜାର ୩୬୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଜାତୀୟ ଶିକ୍ଷା ନୀତି ଆଧାରରେ ହେବ ସ୍ମାର୍ଟ କ୍ଲାସ୍‌ ରୁମ୍‌ । ସ୍କୁଲ୍‌ ବିଲ୍ଡିଂର ଉନ୍ନତିକରଣ କରାଯାଇ ମଡେଲ୍‌ ସ୍କୁଲ୍‌ ଭାବେ ବିକଶିତ କରାଯିବ । ଅତ୍ୟାଧୁନିକ ଲ୍ୟାବ୍‌, ଲାଇବ୍ରେରୀ ସହ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯିବ । ପ୍ଲେ ସ୍କୁଲ୍‌ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ।

Copyright © 2022 - Summa Real Media Private Limited. All Rights Reserved.