ବ୍ରହ୍ମପୁର, ୧୪/୦୮: ବ୍ରହ୍ମପୁରର ସବୁଜ ବାହିନୀ ପକ୍ଷରୁ ନିଆରା ରକ୍ଷା ବନ୍ଧନ ପାଳିନ କରାଯାଇଛି । ବୃକ୍ଷ ତଥା ପରିବେଶର ସୁରକ୍ଷା ପାଇଁ ଗଛକୁ ରାଖୀ ବନ୍ଧି ରକ୍ଷା ବନ୍ଧନ ପାଳନ କରିଛନ୍ତି ସବୁଜ ବାହିନୀର ସଦସ୍ୟ । ଏଭଳି ପଦକ୍ଷେପ ନେଇ ସଚେତନତାର ବାର୍ତ୍ତା ଦେଇଛନ୍ତି ବ୍ରହ୍ମପୁରର ସବୁଜ ବାହିନୀ ।
ସୂଚନା ଅନୁଯାୟୀ, ମଣିଷ ସମାଜର ସବୁଠାରୁ ବଡ଼ ବନ୍ଧୁ ବୃକ୍ଷ । ଗଛ ବିନା ବଞ୍ଚିବା ଅସମ୍ଭବ । ଏହି ବୃକ୍ଷ ଆମକୁ ଅମ୍ଳଜାନ ଯୋଗାଇବା ସହ ବାଯୁମଣ୍ଡଳରୁ ଅଙ୍ଗାରକାମ୍ଳ ଟାଣି ନେଇଥାଏ । ଏଭଳି ସ୍ଥିତିରେ ଆଧୁନିକତାର ଜାଲରେ ଫସି ଜଙ୍ଗଲ କାଟି କଂକ୍ରିଟ ଜଙ୍ଗଲ ଗଢୁଛି ମଣିଷ । ତେଣୁ ଦିନକୁ ଦିନ ଗଛ ସଂଖ୍ୟା କମିବାରେ ଲାଗିଛି । ଏହା ଆଗକୁ ମହାବିପତ୍ତିର କାରଣ ସାଜିବ ।
ଏ ସବୁକୁ ନଜରରେ ରଖି ସବୁଜ ବାହିନୀ ଗଛରେ ରାଖୀ ବାନ୍ଧି ନିଆର ଉତ୍ସବ ପାଳନ କରୁଛି । ଗଛର ସୁରକ୍ଷା ସୁସ୍ଥ ପରିବେଶର ଆହ୍ବାନ ଦେଉଛି ସବୁଜ ବାହିନୀ । ତାଳ ପତ୍ରରେ ରାଖୀ ପ୍ରସ୍ତୁତ କରି ବୃକ୍ଷକୁ ରାକ୍ଷୀ ବାନ୍ଧି ସୁରକ୍ଷାର ସଚେତନ ସୃଷ୍ଟି କରୁଛନ୍ତି । ଏହା ନିଶ୍ଚିନ୍ତ ଭାବରେ ଏକ ପ୍ରଶଂସନୀୟ ପଦକ୍ଷେପ ।