ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋବାଇଲ୍ ଛଡାଇ ନେବାରୁ ବାପା-ମା’, ଭଉଣୀକୁ ଗୁଳିକରି ହତ୍ୟା କଲା ନାବାଳକ, ମୃତଦେହ ସହ ରହିଥିଲା ୩ ଦିନ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମୋବାଇଲ୍ ନିଶା ପ୍ରାୟତଃ ପିଲା ଠାରୁ ବୃଦ୍ଧ ସମସ୍ତଙ୍କୁ କିମିଆ କରିଛି । ଆଉ ଏହି ନିଶା ସାଧାରଣତଃ ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ଅଧିକ ଦୃଶ୍ୟମାନ ହେଉଛି, ଯାହାକି ବେଳେବେଳେ ଅତ୍ୟଧିକ ଭୟଙ୍କର ସାବ୍ୟସ୍ତ ହେଉଛି । ବ୍ରାଜିଲରୁ ସେମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ପିଲା ହାତରୁ ତାଙ୍କ ଅଭିଭାବକ ମୋବାଇଲ୍ ଫୋନ୍ ଛଡ଼ାଇ ନେବାରୁ ପିଲାଟି ଅତ୍ୟଧିକ ରାଗିଯାଇ ସେ ତାଙ୍କ ବାପା-ମା ଏବଂ ଭଉଣୀକୁ ଗୁଳି ମାଡ କରିଛି । ଗତ ସୋମବାର ସାଓ ପାଉଲୋରେ ଏହି ଟ୍ରିପଲ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଏଠାରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି। ସ୍ଥାନୀୟ ସୁରକ୍ଷା ମନ୍ତ୍ରଣାଳୟ ଏହା ପ୍ରକାଶ କରିଛନ୍ତି।

ଘଟଣାକୁ ନେଇ ତଦନ୍ତ ମୁଖ୍ୟ ରୋବର୍ଟୋ ଆଫୋନସୋ କହିଛନ୍ତି ଯେ, ନଗର ପୋଲିସ ଏବଂ ତାଙ୍କ ପତ୍ନୀ ଏକ ପୁଅକୁ ଗ୍ରହଣ କରିଛନ୍ତି । ଦିନେ ତାଙ୍କ ପିତାମାତାଙ୍କ ସହ କିଛି ପ୍ରସଙ୍ଗରେ ପିଲାଟିର ବିବାଦ ହୋଇଥିଲା । ସେମାନେ ତା ଠାରୁ ଫୋନ୍ ଛଡ଼ାଇ ନେଇଥିଲେ । ଏଥିରେ ରାଗିଯାଇ ପିଲାଟି ତାଙ୍କ ପିତାଙ୍କ ସର୍ବିସ୍ ବନ୍ଧୁକ ଉଠାଇ ୫୭ ବର୍ଷିୟ ପିତାଙ୍କୁ ଗୁଳି କରି ହତ୍ୟା କରିଥିଲା।

ତା’ପରେ ସେ ଉପର ମହଲାରେ ତାଙ୍କ ଭଉଣୀ ଥିବା କୋଠରୀକୁ ଯାଇ ୧୬ ବର୍ଷର ଭଉଣୀକୁ ଗୁଳି କରିଦେଲା । ତେବେ ମା ସେତେବେଳେ ଘରେ ନଥିଲେ । ମା କିଛି ଘଣ୍ଟା ପରେ ଘରେ ପହଞ୍ଚିବା ପରେ ସେ ତାଙ୍କୁ ଗୁଳି କରି ହତ୍ୟା କରିଥିଲା।

 ଶୁକ୍ରବାର ଠାରୁ ସୋମବାର ପର୍ଯ୍ୟନ୍ତ ବାଳକଟି ତାଙ୍କ ପିତାମାତା ଏବଂ ଭଉଣୀଙ୍କ ମୃତଦେହ ସହିତ ଏକାକୀ ଘରେ ରହିଥିଲା । ଏହି ସମୟରେ ସେ ଏକ ସାଧାରଣ ଜୀବନ ବିତାଉଥିଲା। ସୋମବାର ବାଳକ ନିଜେ ପୋଲିସକୁ ଏହା ଜଣାଇ ନିଜ ଅପରାଧ ସ୍ୱୀକାର କରିଛି । ପୋଲିସ ତାଙ୍କୁ ଗିରଫ କରିଛି । 

ସୂଚନାଥାଉକି ଯେ ବ୍ରାଜିଲର ଏକ ସ୍ୱତନ୍ତ୍ର ନିୟମ ଅନୁଯାୟୀ ନାବାଳକ ଅଭିଯୁକ୍ତ ମାନେ ସୁରକ୍ଷା ପାଆନ୍ତି । ବୟସ୍କ ମାନଙ୍କ ପରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ପାରିବ ନାହିଁ । ଯଦିଓ ପୋଲିସ ପୁରା ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି, ତଥାପି ପୋଲିସ କହିଛି ଯେ ବାଳକ ଏହି ଘଟଣା ଏକୁଟିଆ ଘଟାଇଛି ନା ଏଥିରେ ଅନ୍ୟ କେହି ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.