ନୂଆଦିଲ୍ଲୀ,୨୦।୮: ଗାଜାରେ ଚାଲିଥିବା ଯୁଦ୍ଧକୁ ୧୦ ମାସରୁ ଅଧିକ ସମୟ ବିତି ସାରିଛି। ଇସ୍ରାଏଲ ଓ ହମାସ ମଧ୍ୟରେ ମହାଯୁଦ୍ଧ ଏକାକୀ ଗାଜା ସହରରେ ୪୦ ହଜାର ଜୀବନ ନେଇସାରିଲାଣି। ହଜାର ହଜାର ନିରୀହ ଲୋକଙ୍କ ଜୀବନ ଯିବା ସହ ପ୍ରତିଦିନ ବିସ୍ଫୋରଣ ଘଟଣା ଦେଖିବାକୁ ମିଳୁଛି। ଗାଜାରେ ଅସ୍ତ୍ରବିରତି ରୋକିବା ପାଇଁ ବହୁ ଚେଷ୍ଟା ମଧ୍ୟ କରାଯାଇଥିଲା, କିନ୍ତୁ ସେ ସବୁ ବିଫଳ ରହିଛି। ଇସ୍ରାଏଲ ଓ ହମାସ ଏଥିପାଇଁ ପରସ୍ପର ଉପରେ ଦୋଷ ଲଦୁଛନ୍ତି। ଏବେ ଆମେରିକା ନିକଟରେ ଏଭଳି କିଛି ବୟାନ ଦେଇଛି, ଯାହା ସାରା ଦୁନିଆକୁ ଚିନ୍ତାରେ ପକାଇଛି। ତାହା ହେଲା ଗାଜାରେ ୪୦ ହଜାର ଜୀବନ ଯିବା ପରେ ଯଦି ଗାଜାରେ ହତ୍ୟାକାଣ୍ଡ ବନ୍ଦ ନହୁଏ ତେବେ ବିଶ୍ବଯୁଦ୍ଧ ରୋକିବା ଅସମ୍ଭବ ହୋଇଯିବ।
ଆମେରିକାର ବୈଦେଶିକ ମନ୍ତ୍ରୀ ବ୍ଲିଙ୍କେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ମଧ୍ୟ ଭେଟିଛନ୍ତି। ଆମେରିକାକୁ ଭୟ ଅଛି ହେଜବୁଲାହ ଓ ଇରାନ ପୂର୍ବରୁ ଇସ୍ରାଏଲ ଉପରେ ରାଗିକି ଅଛନ୍ତି ଓ ଗାଜାରେ ଏତେ ଭୟଙ୍କର ନରସଂହାର ପରେ କିଛି ବି କରିବାକୁ ପ୍ରସ୍ତୁତ ରହିବେ।
ନିକଟରେ ଏକ ରିପୋର୍ଟରୁ ଜଣାପଡିଛି ଯେ, ହେଜବୁଲ୍ଲାହ ମଧ୍ୟ ପୂର୍ବରେ ବଡ ଯୁଦ୍ଧର ପ୍ରସ୍ତୁତି କରୁଛି। ସେ ହତିଆର ଥିବା ନିଜର ଗୁମ୍ପା ସହ ପ୍ରଫେସନାଲ ଓ ପ୍ରୋପାଗଣ୍ଡା ଭିଡିଓ ପୋଷ୍ଟ କରି ଇସ୍ରାଏଲକୁ ଚେତାବନୀ ଦେଇଛି, ଯଦି ସେମାନେ ଗାଜାରେ ନରୁହନ୍ତି ନାହିଁ ତେବେ ଇସ୍ରାଏଲକୁ କେହି ବଞ୍ଚାଇ ପାରିବେନି। ଅନ୍ୟପକ୍ଷେ ଇରାନ ମଧ୍ୟ ଇସ୍ରାଏଲକୁ ଲଗାତାର ଧମକ ଦେଉଛି।