ପ୍ରମୁଖ ଖବର
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

୨୦୨୩ ରେ ୧୪ ଲକ୍ଷ ଭାରତୀୟଙ୍କୁ ଭିସା ଜରି କରିଛି ଆମେରିକା

ନୂଆଦିଲ୍ଲୀ,୩୦/୦୧: ଆମେରିକା ୨୦୨୩ରେ ରେକର୍ଡ ସଂଖ୍ୟକ ୧୪ ଲକ୍ଷ ଭାରତୀୟଙ୍କୁ ଭିସା ଜାରି କରିଛି। ଏଥିସହିତ ପର୍ଯ୍ୟଟକ ଭିସା ପାଇବା ପାଇଁ ଅପେକ୍ଷା ସମୟ ୭୫ ପ୍ରତିଶତ ହ୍ରାସ ପାଇଥିଲା। ଆମେରିକାର ଦୂତାବାସ ସୋମବାର ଏହି ସୂଚନା ଦେଇଛି। ଆମେରିକାର ଦୂତାବାସ ଅନୁଯାୟୀ, ୨୦୨୨ ତୁଳନାରେ ଭାରତୀୟଙ୍କ ଦ୍ୱାରା ଭିସା ଆବେଦନ ୬୦% ବୃଦ୍ଧି ପାଇଛି। 

ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ଏହି ପ୍ରକ୍ରିୟାରେ ଉନ୍ନତି ଆଣିବା ସହ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି। ଭିଜିଟର ଭିସା ପାଇବା ପାଇଁ ହାରାହାରି ଅପେକ୍ଷା ସମୟ ୧୦୦୦ ଦିନରୁ ମାତ୍ର ୨୫୦ ଦିନକୁ ହ୍ରାସ ପାଇଛି, ଯାହାକି ଅନ୍ୟ ସବୁ ବର୍ଗ ମଧ୍ୟରେ ସର୍ବନିମ୍ନ ଅପେକ୍ଷା ସମୟ ଅଟେ।

ଦୂତାବାସ ଅନୁଯାୟୀ, "୨୦୨୩ ମସିହାରେ ଭାରତରେ ଥିବା ଆମେରିକୀୟ ଦୂତାବାସ ଏବଂ ବାଣିଜ୍ୟିକ ଦୂତାବାସ ରେକର୍ଡ ସଂଖ୍ୟକ ୧୪ ଲକ୍ଷ ଭିସା ଜାରି କରିଥିଲେ। ଏଥିସହିତ ପରିଦର୍ଶନ ଭିସା ପାଇବା ପାଇଁ ଅପେକ୍ଷା ସମୟ ୭% ହ୍ରାସ ପାଇଥିଲା। ସବୁ ଭିସା ବର୍ଗରେ ଚାହିଦା ବହୁତ ଅଧିକ ରହିଛି । ୨୦୨୨ ତୁଳନାରେ ଭିସା ଆବେଦନ ସଂଖ୍ୟାରେ ୬୦ ପ୍ରତିଶତ ବୃଦ୍ଧି ଘଟିଛି। ବିଶ୍ବର ପ୍ରତି ୧୦ ଜଣ ନାଗରିକଙ୍କ ମଧ୍ୟରୁ ଜଣେ ଆମେରିକାରେ ଭିସା ପାଇଁ ଆବେଦନ କରୁଛନ୍ତି। ବିବୃତ୍ତି ଅନୁଯାୟୀ, ପରିଦର୍ଶନ ଭିସା ସଂଖ୍ୟା (B1 / B2) ଆମେରିକାର ମିଶନ ଇତିହାସରେ ସାତ ଲକ୍ଷରୁ ଅଧିକ ଆବେଦନ ସଂଖ୍ୟା ସହିତ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.