ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ହୋଟେଲ୍‌ ଭରସାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସ ଅନ୍ତେବାସ, ବର୍ଷେ ହେଲାଣି ହଷ୍ଟେଲ୍‌ ମେସ୍‌ରେ ତାଲା

ଭୁବନେଶ୍ୱର,୧୨/୦୮: ଗୋଟିଏ ଶିକ୍ଷା  ବର୍ଷ ସରି ଏବେ ଆଉ ଏକ ଶିକ୍ଷା ବର୍ଷ ଆରମ୍ଭ  ହେବ । ହେଲେ ହଷ୍ଟେଲର ମେସ୍‌ ଖୋଲି ପାରିଲା ନାହିଁ । ହଷ୍ଟେଲ୍‌ କ୍ୟାଣ୍ଟିନ୍‌ରେ ମାସେ ହେଲାଣି ତାଲା  ପକାଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ।  ରୋଷେଇ ହେଉନି । ତେଣୁ ଖାଇବା ପାଇଁ ନାହିଁ ନ  ଥିବା ହଇରାଣ ହେଉଛନ୍ତି ଅନ୍ତେବାସୀ । ସେମାନେ  ଖାଇବାକୁ ବିଶ୍ୱବିଦ୍ୟାଳୟରୁ ୩ କିଲୋମିଟର  ଯାଉଛନ୍ତି । ହଷ୍ଟେଲ୍‌ରେ ଗୋଟିଏ ମିଲ୍‌ ପାଇଁ  ୩୫ ଟଙ୍କା ପଡ଼ୁଥିବାବେଳେ ହୋଟେଲ୍‌ରେ ୧୦୦  ଟଙ୍କା ଖର୍ଚ୍ଚ କରି ଖାଉଛନ୍ତି ଛାତ୍ରଛାତ୍ରୀ । ଅଭିଯୋଗ  କଲେ କର୍ତ୍ତୃପକ୍ଷ ଶୁଣୁନାହାନ୍ତି । ହଷ୍ଟେଲ୍‌ ୱାର୍ଡେନ୍‌ଠୁ  ଆରମ୍ଭ କରି ପିଜି କାଉନସିଲ୍‌ ଅଧ୍ୟକ୍ଷା, କୁଳପତି  ଓ କୁଳସଚିବଙ୍କୁ ଭେଟୁଛନ୍ତି । ଦାବିପତ୍ର ମଧ୍ୟ ଦେଉଛନ୍ତି । ଏପରିକି ବାରମ୍ବାର ଧାରଣା ମଧ୍ୟ ଦେଉଛନ୍ତି । ହେଲେ କିଛି ଫଳ ହେଉନି ।  

କ୍ୟାମ୍ପସ୍‌ରେ ଯେପରି ଜଙ୍କ୍‌ ଫୁଡ୍‌ ବିକ୍ରି  ନହେବ, ଛାତ୍ରଛାତ୍ରୀ ଯେପରି ସ୍ୱାସ୍ଥ୍ୟକର ଖାଦ୍ୟ  ପାଇପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ୟୁଜିସି ବାରମ୍ବାର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ  କର୍ତ୍ତୃପକ୍ଷଙ୍କୁ ଚିଠି ଲେଖୁଛି । ହେଲେ ରାଜ୍ୟର  ସର୍ବପୁରାତନ ଓ ଖ୍ୟାତନାମା ପରିଚୟ ପାଇଥିବା  ଉତ୍କଳ ବିଶ୍ୱବିଦ୍ୟାଳୟରେ ବର୍ଷାଧିକ କାଳ  ହଷ୍ଟେଲ୍‌ ମେସ୍‌ ନ ଚାଲିବାକୁ ନେଇ ପୁରାତନ  ଛାତ୍ରଛାତ୍ରୀମାନେ ନିନ୍ଦା କରିଛନ୍ତି । 

ଉତ୍କଳ ବିଶ୍ୱବିଦ୍ୟାଳୟରେ ୭ଟି ଛାତ୍ରାବାସ ଓ  ୭ଟି ଛାତ୍ରୀନିବାସ ରହିଛି । ଏହି ୧୪ଟି ହଷ୍ଟେଲ୍‌ର  ନିଜସ୍ୱ କ୍ୟାଣ୍ଟିନ୍‌ ରହିଛି । ଛାତ୍ରଛାତ୍ରୀ ପ୍ରତି ମିଲ୍‌ ପିଛା  ୩୫ ଟଙ୍କା ଦେଇଥାନ୍ତି । ଦିନକୁ ୨ଟି ମିଲ୍‌ ପାଇଁ ମାତ୍ର  ୭୦ ଟଙ୍କା ଦେଇଥାନ୍ତି । ଗତବର୍ଷ ଖରାଛୁଟି ପରଠୁ  ହଷ୍ଟେଲ୍‌ କ୍ୟାଣ୍ଟିନ୍‌ରେ ତାଲା ପଡ଼ିଛି । ଛାତ୍ରଛାତ୍ରୀ  ଖାଇବା ପାଇଁ ବିଶ୍ୱବିଦ୍ୟାଳୟ ବାହାରକୁ ଯାଉଛନ୍ତି ।   

ନାକ୍‌ ଟିମ୍‌ ଆସିବା ପୂର୍ବରୁ କର୍ତ୍ତୃପକ୍ଷ  କହିଲେ, ସେଣ୍ଟ୍ରାଲ୍‌ କ୍ୟାଣ୍ଟିନ୍‌ ପାଖରୁ ସବୁ ହଷ୍ଟେଲ୍‌  ପାଇଁ ଖାଦ୍ୟ ତିଆରି ହୋଇ ପ୍ୟାକେଟ୍‌ ଅନୁଯାୟୀ  ସମସ୍ତ ହଷ୍ଟେଲ୍‌କୁ ବଣ୍ଟନ କରାଯିବ । ହେଲେ  ଏହାକୁ ଛାତ୍ରଛାତ୍ରୀ ବିରୋଧ କରିବାରୁ ଏଥିରୁ  କର୍ତ୍ତୃପକ୍ଷ ଓହରି ଯାଇଛନ୍ତି । ଅନ୍ୟପଟେ ନାକ୍‌ ଟିମ୍‌  ପରିଦର୍ଶନ ସମୟରେ ଖୋଲାଯାଇଥିବା ସେଣ୍ଟ୍ରାଲ୍‌  କ୍ୟାଣ୍ଟିନ୍‌ ୪ ମାସରୁ ଅଧିକ ଦିନ ହେଲାଣି ଆଉ  ଖୋଲାଯାଉନି । ପିଲାଙ୍କ ଅଭିଯୋଗ, କର୍ତ୍ତୃପକ୍ଷ  ଓ କ୍ୟାଣ୍ଟିନ୍‌ ଟେଣ୍ଡର ନେଇଥିବା ସଂସ୍ଥାସହ  ପଡ଼ୁନଥିବାରୁ ଏହାକୁ ବନ୍ଦ କରିଦିଆଯାଇଛି ।  

ଛାତ୍ର ଲକ୍ଷ୍ମୀଧର ସାହୁ କହିଛନ୍ତି, ଗତବର୍ଷ ମେ  ୨୦ରୁ ଜୁନ୍‌ ୨୦ ପର୍ଯ୍ୟନ୍ତ ଖରା ଛୁଟି ହୋଇଥିଲା ।  ଖରାଛୁଟି ଖୋଲିବା ପରଠାରୁ ହଷ୍ଟେଲ୍‌ କ୍ୟାଣ୍ଟିନ  ବନ୍ଦ ରହିଛି । ସେତେବେଳେ କୁହାଗଲା ନୂଆ  ଶିକ୍ଷାବର୍ଷ ଆରମ୍ଭ ହେଲେ ମେସ୍‌ ଚାଲିବ । ହେଲେ  ନୂଆ ଶିକ୍ଷାବର୍ଷ ଶେଷ ହୋଇ ଆଉ ଏକ ଶିକ୍ଷା  ବର୍ଷ ଆରମ୍ଭ ହେବାକୁ ଯାଉଛି, ହେଲେ ମେସ୍‌ରେ  ତାଲା ଝୁଲୁଛି । ସେହିପରି ଛାତ୍ର ସୌମ୍ୟରଞ୍ଜନ  ମହାପାତ୍ର କହନ୍ତି,କର୍ତ୍ତୃପକ୍ଷ କ୍ୟାମ୍ପସ୍‌ରେ ମନମୁଖୀ  ନୀତି ଚଳାଉଛନ୍ତି । ପିଲାମାନେ ମାସେ ହେଲାଣି  ହୋଟେଲକୁ ଯାଇ ଖାଉଛନ୍ତି ।  

ପୂର୍ବତନ ଛାତ୍ର ମନୋରଞ୍ଜନ ସ୍ୱାଇଁଙ୍କ  କହିବା କଥା, ହଷ୍ଟେଲ୍‌ କ୍ୟାଣ୍ଟିନ୍‌ର ପ୍ରତିବର୍ଷ  ଟେଣ୍ଡର ହୋଇଥାଏ । ଖରାଛୁଟି ଖୋଲିବା ପୂର୍ବରୁ ଟେଣ୍ଡର ହୋଇ ଖୋଲିଯାଏ । ହେଲେ ଚଳିତବର୍ଷ  କର୍ତ୍ତୃପକ୍ଷ ନିଜସ୍ୱ ସ୍ୱାର୍ଥ ରଖି ହଷ୍ଟେଲ୍‌ କ୍ୟାଣ୍ଟିନ୍‌ ବନ୍ଦ  କରିଛନ୍ତି । ହଷ୍ଟେଲ କ୍ୟାଣ୍ଟିନ ବନ୍ଦ କରି ଗୋଟିଏ  ସ୍ଥାନରେ ରୋଷେଇ କରି ସମସ୍ତ ହଷ୍ଟେଲ୍‌କୁ  ପ୍ୟାକେଟ୍‌ କରି ପଠାଇବାକୁ ଯୋଜନା କରିଛନ୍ତି । ଏପରିକି ମିଲ୍‌ ପିଛା ୩୫ ଟଙ୍କାରୁ ୫୦ ଟଙ୍କାକୁ  ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ତେବେ  ଅଭିଯୋଗ ସଂପର୍କରେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.