ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାହିଁକି ପାଳନ ହୁଏ ଭାଲେଣ୍ଟାଇନ ଓ୍ବିକ୍; ଜାଣନ୍ତୁ ପ୍ରେମର ଏହି ସପ୍ତାହରେ କେବେ ରୋଜ୍ ଡେ, ପ୍ରପୋଜ ଡେ ଏବଂ ଚକୋଲେଟ ଡେ, ଦେଖନ୍ତୁ ପୁରା ଲିଷ୍ଟ୍

ନୂଆଦିଲ୍ଲୀ,୬/୨ : ପ୍ରେମ ଶାସ୍ବତ ଏବଂ ଚିରନ୍ତନ । ପ୍ରେମ ମାନେ ନି ବନ୍ଧ, ବାଡ଼ ଓ ବୟସ । ପ୍ରେମ ଆଗରେ ଜାତି-ଧର୍ମ, ଭେଦ-ଭାବ ଓ ସମ୍ପର୍କ ସବୁ କିଛି ଫିକା ପଡ଼ିଯାଏ । ସେଥିପାଇଁ ତ କୁହାଯାଏ ପ୍ରେମ ଅନ୍ଧ।  ନା କେବେ ସେ ଶରୀରର ସୁନ୍ଦରତା ଦେଖେ ନା ଭଲ ଖରାପ। ଦୁଇଟି ସୁନ୍ଦର ହୃଦୟର ମିଳନରେ ପ୍ରେମ ଜାତ ହୋଇଥାଏ । ପେମ ପାଇଁ ଗୋଟିଏ ଦିନ କିମ୍ବା ଗୋଟିଏ ସପ୍ତାହ ନୁହେଁ । ତଥାପି କୁହାଯାଏ ପ୍ରେମ ପାଇଁ ବର୍ଷର ଗୋଟିଏ ସପ୍ତାହ ଉତ୍ସର୍ଗୀକୃତ।

ଫେବୃଆରୀର ମାସ ପ୍ରେମର ମାସ ।‌ ସପ୍ତାହର ସାତ ଦିନ କେବଳ ପ୍ରେମ ପାଇଁ । ପ୍ରେମୀ ଯୁଗଳ ହୁଅନ୍ତୁ କିମ୍ବା ଦମ୍ପତ୍ତି ଏହାକୁ ଚାହିଁ ବସିଥାନ୍ତି । ସ୍ମୃତିକୁ ସାଉଣ୍ଟିବେ, ସଜେଇବେ, ସୁନ୍ଦର କରିବେ । ପ୍ରତିଟି ଲୋକ ଏହି ଦିନକୁ କିଛି ଖାସ୍ କରିବାକୁ ଚାହିଁଥାନ୍ତି। ଜଣେ ଅନ୍ୟ ଜଣଙ୍କ ସହ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି । ଗିଫ୍ଟ ସହ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରି ଦେଇଥାନ୍ତି । ଏହି ସପ୍ତାହ ରୋଜ୍ ଡେରୁ ଆରମ୍ଭ ହୋଇ ଭାଲେଣ୍ଟାଇନ ଡେରେ ଶେଷ ହୋଇଥାଏ । ୭ଫେବୃଆରୀରୁ ନେଇ ୧୪ଫେବୃଆରୀ ପର୍ଯ୍ୟନ୍ତ ଏହି ସପ୍ତାହ ଭିନ୍ନ ଭିନ୍ନ କାହାଣୀ ଲେଖିଥାଏ । ଆସନ୍ତୁ ଜାଣିବା ଭାଲେଣ୍ଟାଇନ୍ସର ପୂରା ଲିଷ୍ଟ କେଉଁ ଦିନ ରୋଜ ଡେ, କେବେ ଟେଡି ଡେ ପାଳନ କରାଯିବ ଏବଂ ହଗଡେ କିମ୍ବା କିସ୍ ଡେ ପାଇଁ କେଉଁଦିନ ରହିଥାଏ ।  

୭ଫେବୃଆରୀ- ରୋଜ ଡେ

୮ଫେବୃଆରୀ- ପ୍ରପୋଜ ଡେ

୯ଫେବୃଆରୀ- ଚକୋଲେଟ ଡେ

୧୦ଫେବୃଆରୀ – ଟେଡି ଡେ

୧୧ଫେବୃଆରୀ- ପ୍ରମିଜ ଡେ

୧୨ ଫେବୃଆରୀ- ହଗ୍ ଡେ

୧୩ଫେବୃଆରୀ-କିସ୍ ଡେ

୧୪ଫେବୃଆରୀ- ଭାଲେଣ୍ଟାଇନ୍ସ ଡେ

ଭାଲେଣ୍ଟାଇନ୍ସ ଡେର କାହାଣୀ‌ ରୋମରେ ରହୁଥିବା ସେଣ୍ଟ ଭାଲେ, କାରଣ ସୈନିକଙ୍କୁ ବିବାହ କରିବା ଲାଗି ଅନୁମତି ନ ଥିଲା । କିନ୍ତୁ ସେ ଏହି ଦମ୍ପତ୍ତିଙ୍କୁ ନିଜ ଗାର୍ଡେନରୁ ଫୁଲ ନେଇ ଦେଉଥିଲେ ଏବଂ ସେବେଠାରୁ ଫୁଲ ପ୍ରେମର ନିବେଦନ ଏବଂ ଭାଲେଣ୍ଟାଇନ୍ସର ଏକ ଜରୁରୀ ଭାଗିଦାରୀ ହୋଇଯାଇଛି । ୧୪ଫେବୃଆରୀ ୨୬୯ର ଦିନ ସେଣ୍ଟ ଭାଲେଣ୍ଟାଇନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଏହାପରଠାରୁ ପ୍ରତ୍ୟେକ ବର୍ଷ ଭାଲେଣ୍ଟାଇନ୍ସ ଡେ ପାଳନ କରିବାକୁ ଲାଗିଲେ । ଏହିଦିନକୁ କେବଳ ସେହି ଲୋକେ ମାନି ନ ଥାନ୍ତି ଯିଏ ଜଣେ ଅନ୍ୟ ଜଣଙ୍କୁ ବହୁତ ପ୍ରେମ କରିଥାନ୍ତି ବରଂ ସେହି ଲୋକ ବି ଯାହାଙ୍କର ପ୍ରେମ ନିଜର କୌଣସି ନିକଟ ବନ୍ଧୁଙ୍କଠାରେ ଅଛି, ଯାହାକୁ ଆମେ ପ୍ଲାଟେନିକ ଲଭ୍ ବି କହିଥାଉ । ସେହିଭଳି ଭାଲେଣ୍ଟାଇନ୍ସ ଦିନରେ ହିଁ ବହୁ ଦମ୍ପତ୍ତି ଜଣେ ଅନ୍ୟ ଜଣଙ୍କୁ ପ୍ରେମର ନିବେଦନ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.