ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ଟ୍ରାଏଲ୍‌ ରନ୍‌ ସମୟରେ ବନ୍ଦେ ଭାରତ ଟ୍ରେନ୍‌ ଉପରକୁ ପଥରମାଡ଼, ମାମଲା ରୁଜୁ

ନୂଆଦିଲ୍ଲୀ,୧୧/୦୯:  ଉଦଘାଟନ ପୂର୍ବରୁ ପଥରମାଡ । ତେବେ ଆସନ୍ତା ୧୫ ତାରିଖରେ ବନ୍ଦେ ଭାରତ ଟ୍ରେନ୍‌ ଉଦ୍‌ଘାଟନ ହୋଇଥାନ୍ତା। ଏନେଇ ଟ୍ରାଏଲ୍‌ ରନ୍‌ ହେଉଥିବା ସମୟରେ  ଟ୍ରେନ୍‌ ଉପରକୁ ହୋଇଛି ପଥରମାଡ଼। ଯେଉଁଥିରେ ଟ୍ରେନ୍‌ର ବିଭିନ୍ନ ସ୍ଥାନରେ କାଚ ଭାଙ୍ଗି ଯାଇଥିବା ଜଣାଯାଇଛି। ଏପରି ଘଟଣା ବିହାରରେ ଘଟିଛି।

ସୂଚନା ମୁତାବକ, ଟ୍ରେନ୍‌ଟି ଜାମସେଦପୁର ଟାଟାରୁ ବାହାରି ଗୋମୋସ୍ଥିତ ନେତାଜୀ ସୁବାସ ଚନ୍ଦ୍ର ବୋଷ ଜଙ୍କସନ୍‌ ହୋଇ ଗୟା ଅଭିମୁଖେ ଯାଉଥିଲା। ସେହି ସମୟରେ ବନ୍ଧୁଆ ଓ ଟନକୁପ୍ପା ଷ୍ଟେସନ ମଝିରେ ହୋଇଥିବା ବେଳେ କିଛି ଅସାମାଜିକ ଯୁବକ ଟ୍ରେନ୍‌ ଉପରେ ଆଖିବୁଜା ପଥରମାଡ଼ କରିଥିଲେ। ଏଥିରେ ଟ୍ରେନ୍‌ର ବିଭିନ୍ନ ସ୍ଥାନରେ କାଚ ଭାଙ୍ଗି ଯାଇଥିବା ଜଣାଯାଇଛି। ଏନେଇ ଖବର ପାଇ ବରିଷ୍ଟ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରେନ୍‌ର ସ୍ଥିତି ଯାଞ୍ଚ କରିଛନ୍ତି। ତେବେ ଏଭଳି କିଏ ଓ କାହିଁକି ଘଟଣା ଘଟାଇଥିବା ନେଇ ତଦନ୍ତ ଜାରି ରହିଥିବା ବେଳେ ଆରପିଏଫ୍‌ରେ ଏକ ମାମଲା ରୁଜୁ ହୋଇଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.