ଜଗତସିଂହପୁର, ୦୯/୦୮ : ଭିଜିଲାନ୍ସ ପଞ୍ଝାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର କନିଷ୍ଠ ଯନ୍ତ୍ରୀ। ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ ସ୍ମୃତିରଞ୍ଜନ ନାୟକ।
ସୂଚନା ମୁତାବକ, ନାଉଗାଁ ବ୍ଳକର କନିଷ୍ଠ ଯନ୍ତ୍ରୀ ସ୍ମୃତିରଞ୍ଜନ ନାୟକ ଜାମୁଗାଁ ପଞ୍ଚାୟତର ଜଳସରପଡ଼ା ଅଞ୍ଚଳରେ ଏକ ସ୍ମଶାନ କାର୍ଯ୍ୟର ୪ ଲକ୍ଷ ଟଙ୍କା ବିଲ କରିବା ନିମନ୍ତେ ଲାଞ୍ଚ ମାଗିଥିଲେ। ଶୁକ୍ରବାର ପ୍ରତାପ ଚନ୍ଦ୍ର କାଣ୍ଡିଙ୍କ ଠାରୁ ସ୍ମୃତିରଞ୍ଜନ ସହଯୋଗୀ ବାପିନା ଦାସଙ୍କ ସାହାଯ୍ୟରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏତିକି ବେଳେ ସହଯୋଗୀ ଵାପିନା ଓ କନିଷ୍ଠଯନ୍ତ୍ରୀ ସ୍ମୃତିରଞ୍ଜନ ନାୟକଙ୍କୁ ଜଗତସିଂହପୁର ଓ କଟକ ଭିଜିଲାନ୍ସ ଟିମ୍ ଧରିଛି। କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ରୁମ୍ରେ ରେଡ୍ ଚାଲିଛି।