ପ୍ରମୂଖ ଖବର

ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ, ରାସ୍ତା ଉପରେ କଲେ ପତାକା ଉତ୍ତୋଳନ

ବାଙ୍ଗିରିପୋଷି, ୨୬/୧ : ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକ ଅନ୍ତର୍ଗତ ଚାକିଡି ଗ୍ରାମପଞ୍ଚାୟତ ଏବଂ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତର ଶତାଧିକ ଗ୍ରାମବାସୀ। ସକାଳ ୬ଟାରେ ଶତାଧିକ ଗ୍ରାମବାସୀ ଚାକିଡି ସରପଞ୍ଚ ବିକ୍ରମ ମୁର୍ମୁ ଏବଂ ବ୍ରାହ୍ମଣଗାଁ ସରପଞ୍ଚ ପ୍ରଦୀପ ସରେନଙ୍କ ନେତୃତ୍ଵରେ ବାଙ୍ଗିରିପୋଷି ଘାଟି ତଳେ ଥିବା ୪୯ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଧାରଣା ସ୍ଥଳରୁ ଉଠିବେ ନାହିଁ ବୋଲି କହିଛନ୍ତି । ଆଜି ସାଧାରଣତନ୍ତ୍ର ଦିବସ ଥିବାରୁ ସମସ୍ତ ଗ୍ରାମବାସୀ ମିଶି ରାଜରାସ୍ତାରେ ପତାକା ଉତ୍ତୋଳନ କରିଥିବାର ଦେଖିବାକୁ ମିଳିଛି  

ପ୍ରକାଶ ଯୋଗ୍ୟ, ସ୍ୱାଧିନତାର ଦୀର୍ଘ ବର୍ଷ ପରେ ମଧ୍ୟ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଚାକିଡି ଗ୍ରାମ ପଞ୍ଚାୟତରେ ଆଜିବି ଅନ୍ଧାରରେ । ବ୍ଲକ ଠାରୁ ୩୦ କିମିରୁ ଉର୍ଦ୍ଧ୍ୱ ଦୂରରେ ଥିବା ଉକ୍ତ ପଞ୍ଚାୟତଟି ଆଜି ସରକାରଙ୍କ ସାବତ ପୁଅ ପାଲଟିଛି । ଗ୍ରାମବାସୀଙ୍କ ତରଫରୁ ବାରମ୍ବାର ଦାବିର ବର୍ଷ ବର୍ଷ ସମୟ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଏ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ମିଳିପାରି ନାହିଁ । ବିଜୁଳି ନଥିବାରୁ ପିଲାମାନଙ୍କ ପାଠପଢାରେ ବ୍ୟାଘାତ ଘଟୁଛି । ଜରୁରୀ ପରିସ୍ଥିତିରେ ଜରୁରୀ କାଳୀନ ସେବା ପାଇଁ ଯୋଗାଯୋଗ ହୋଇ ପାରୁନାହିଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.