ନୂଆଦିଲ୍ଲୀ ୦୬/୧୧: ଭାରତୀୟ କ୍ରିକେଟର ବିରାଟ କୋହଲି ତାଙ୍କ ଜନ୍ମଦିନ ଅବସରରେ ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚରେ ଶତକ ହାସଲ କରି ନିଜକୁ ଏବଂ ପ୍ରଶଂସକଙ୍କୁ ଉପହାର ଦେଇଛନ୍ତି। ପ୍ରତ୍ୟେକ ଭାରତୀୟ ଗତକାଲି ଉତ୍ସବ ପାଳନ କରିଥିଲେ। ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସ୍ୱାମୀଙ୍କ ଏକ ପୋଷ୍ଟ ସେୟାର କରି ନିଜର ଖୁସି ବ୍ୟକ୍ତ କରିଥିଲେ। ବିରାଟ ସବୁବେଳେ ତାଙ୍କ ମ୍ୟାଚରେ କିଛି କରନ୍ତି ଯାହା ଭାଇରାଲ ହୁଏ। ଏହି ମ୍ୟାଚରେ କିଙ୍ଗ କୋହଲି ତାଙ୍କର ୩୫ ତମ ବାର୍ଷିକୀରେ କିଛି ଏପରି କରିଛନ୍ତି, ଯାହା ବର୍ତ୍ତମାନ ଭାଇରାଲ ହେଉଛି।
ମ୍ୟାଚ୍ ସମୟରେ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ଗୀତ ‘ଏବଇଁ ଏବଇଁ’ରେ ନାଚୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କିଙ୍ଗ କୋହଲି ଅନୁଷ୍କାଙ୍କ ଗୀତର ହୁକ ଷ୍ଟେପ୍ କରିଛନ୍ତି। ଏହି ସମୟ ମଧ୍ୟରେ ସମସ୍ତେ ଟିମ୍ ଇଣ୍ଡିଆ ପାଇଁ ଚିୟର୍ କରୁଥିବା ଦେଖିବାକୁ ମିଳୁଛି ।
Kohli dancing to Anushka’s movie song. Entertained while batting, then kept crowd engaged throughout the fielding innings. #KingKohli #INDvRSA pic.twitter.com/wWxVzXxQfU
— Abhishek Kamal (@iamkamal18) November 5, 2023
କେବଳ ଏତିକି ନୁହେଁ, ମ୍ୟାଚ୍ ସମୟରେ ବିରାଟ କୋହଲି ମଧ୍ୟ ଶାହାରୁଖ ଖାନଙ୍କ ସିଗ୍ନେଚର୍ ଷ୍ଟେପ୍ କରିଛନ୍ତି। ଭିଡିଓରେ କୋହଲି ଶାହାରୁଖଙ୍କ ‘ଚଲୟା’ ଗୀତକୁ ଗୁଣଗୁଣ ହୋଇ ଗାଉଥିବା ଦେଖିବାକୁ ମିଳିଛି। ଏହା ପରେ କୋହଲି କିଙ୍ଗ ଖାନଙ୍କ ଗୀତର ସିଗ୍ନେଚର୍ ଷ୍ଟେପ୍ ମଧ୍ୟ କରୁଥିବା ଦେଖିବାକୁ ମିଳିଛି।