ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟିଟଲାଗଡ଼ରେ ପାଣ୍ଡିଆନଙ୍କ ପ୍ରଚାର, କହିଲେ ୬୦ ବର୍ଷ ପରେ ମିଶନ ଶକ୍ତି ମା'ମାନଙ୍କୁ ମିଳିବ ପେନସନ୍

ଟିଟଲାଗଡ଼, ୧୬/୦୫ : ଟିଟଲାଗଡ଼ରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ପ୍ରଚାର। ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ କଲେ ଅପିଲ୍। ଏହି ସମୟରେ ସେ କହିଛନ୍ତି ଯେ, ଛତିଶଗଡ଼ରୁ ମନ୍ତ୍ରୀମାନେ ଆସୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ବ୍ୟବହାର କରି ପ୍ରଚାର କରୁଛନ୍ତି। ଟଙ୍କା ବାଣ୍ଟୁଛନ୍ତି। ଏହା ଠିକ୍ ନୁହେଁ। ଏପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, ସେପଟେ ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା ତଥା ମହାନାୟକଙ୍କୁ ଗାଳି ଦେଉଛନ୍ତି। ଆପଣମାନେ ଏହାର ଉଚିତ ଜବାବ୍ ଦେବେ।

ସେହିପରି ବିଜେପୁର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ ନେଇ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ବ୍ୟବହାର କଲେ, ୪୫ ହଜାର ଭୋଟରେ ହାରିଲେ। ପୁରୀ ପରିକ୍ରମା ପ୍ରକଳ୍ପ ବେଳେ ଅଣ୍ଡାମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦରେ ହାରିଲେ। ଯଦି ଆଉ କିଏ ଏଠାରେ ଜିତିବେ ନିର୍ବାଚନ ମଣ୍ଡଳୀ ୨୫ ବର୍ଷ ତଳକୁ ଫେରିଯିବ। ସଇଁତଳାକୁ ଏନ୍.ଏ.ସି. ମାନ୍ୟତା ଦିଆଯାଇଛି। ୨.୫୦ କୋଟି ଟଙ୍କା ବିନିଯୋଗରେ ତୁଷୁରା ସମଲେଇ ମନ୍ଦିର ବିକାଶ କାର୍ଯ୍ୟ ଜାରି ରହିଛି। ଜଳସେଚନର ବିକାଶ ପାଇଁ ବହୁତ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ କରାଯାଇଛି ଏବଂ ଆଗକୁ ମଧ୍ୟ ହେବ। ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ। ବିଜେପି କହୁଛି ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବ। ଏଥିପାଇଁ ଆପଣ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ। ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ। ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍.କେ.ୱାଇରେ ସାମିଲ ହେବେ। ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍ ବ୍ୟବସ୍ଥା ହେବ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.