ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଚୀନ୍କୁ ଫିଲିପାଇନ୍ସର ଚେତାବନୀ, ରାଷ୍ଟ୍ରପତି କହିଲେ- କାହା ଆଗରେ ମୁଣ୍ଡ ନୂଆଁଇବୁ ନାହିଁ

ନୂଆଦିଲ୍ଲୀ,୨୩।୬: କୌଣସି ବିଦେଶୀ ଶକ୍ତି  ଆଗରେ ଆମେ ମୁଣ୍ଡ ନୁଆଁଇବୁ ନାହିଁ। ଏଭଳି କିଛି ରବିବାର କହିଛନ୍ତି ଫିଲିପାଇନ୍ସର ରାଷ୍ଟ୍ରପତି। ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ ସେନା ପକ୍ଷରୁ ଫିଲିପାଇନ୍ସର ନୌସେନାର ଯବାନଙ୍କୁ ଆହତ କରିବାର ଓ ଏକ ସଂଘର୍ଷରେ ଅତି କମ୍‌ରେ ଦୁଇଟି ସାମରିକ ବୋଟ୍‌ କ୍ଷତିଗ୍ରସ୍ତ ହୋଇଥିବା କଥା କହିଛନ୍ତି।

ରାଷ୍ଟ୍ରପତି ଫର୍ଡିନେଣ୍ଡ ମାର୍କୋସ ଜୁନିଅର ନିଜର ଶୀର୍ଷ ଅଧିକାରୀ ଓ ପ୍ରତିରକ୍ଷା ମୁଖ୍ୟଙ୍କ ସହିତ ଦ୍ବୀପ ପ୍ରଦେଶର ପଲାଓ୍ବନ ଅଭିମୁଖେ ଉଡାଣ କରିଛନ୍ତି। ସେଠାରେ ସେ ନୌସେନା ଯବାନଙ୍କୁ ଭେଟିବା ସହ ତାଙ୍କୁ ପଦକ ପ୍ରଦାନ କରିବା ପାଇଁ ପହଁଞ୍ଚିଥିଲେ, ଯେଉଁମାନେ କି ଚୀନ୍‌ର ତଟରକ୍ଷୀ ଆକ୍ରମଣର ଟାର୍ଗେଟ ହୋଇଥିଲେ।

ନିକଟରେ ଫିଲିପାଇନ୍ସ ସେନା ପକ୍ଷରୁ ଏକ ଭିଡିଓ  ସାର୍ବଜନୀକ କରାଯାଇଥିଲା।  ଭିଡିଓରେ ଫିଲିପାଇନ୍ସ ସୈନିକଙ୍କ ଉପରେ ଚୀନ୍ ସୈନିକ ଆକ୍ରମଣ କରୁଥିବାର ଦେଖିବାକୁ ମିଳିଛି। ସେପଟେ ଚୀନ୍ ସରକାର କହିଛନ୍ତି, ଯେତେବେଳେ ଫିଲିପାଇନ୍ସର ସୈନିକ ତାଙ୍କ ଚେତାବନୀକୁ ଅଣଦେଖା କରିଥିଲେ, ତାଙ୍କୁ ଏଭଳି ପଦକ୍ଷେପ ନେବାକୁ ପଡିଛି। ଏହି ହିଂସାତ୍ମକ ସଂଘର୍ଷ ଆମେରିକା, ୟୁରୋପ ସଂଘ, ଜାପାନ, ଅଷ୍ଟେ୍ରଲିଆ ଓ ଅନ୍ୟ ପାଶ୍ଚାତ୍ୟ ଦେଶର ଚିନ୍ତା ବଢାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.