ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଶା ଛୁଇଁଲା ମୌସୁମୀ, ହେଲେ ତାତିରୁ ମିଳିବନି ତ୍ରାହି, ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ

ଭୁବନେଶ୍ୱର/ମାଲକାନଗିରି,୦୯/୦୬: ଶନିବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି ।  ପ୍ରଥମେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳକୁ ଛୁଇଁ  ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିଛି । ଦକ୍ଷିଣ ପଶ୍ଚିମ  ମୌସୁମୀ ବାୟୁର ପ୍ରଭାବରେ ମାଲ୍ୟବନ୍ତ ପର୍ବତ  ଶିଖରରେ ପ୍ରଥମେ ବାଦଲ ଦୃଶ୍ୟମାନ ହୋଇଥିଲା ।  ପରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା ।  

ମୌସୁମୀର ପ୍ରବେଶ ପରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହୋଇଛି । ମାଲକାନଗିରି, ମାଥିଲି, ଚିତ୍ରକୋଣ୍ଡା, କୋରୁକୁଣ୍ଡା ଓ ପଦିଆ ଭଳି ସ୍ଥାନରେ ବର୍ଷା ହୋଇଛି । ଜିଲ୍ଲାର ୨ଟି ବ୍ଲକକୁ ଛାଡ଼ି ଅନ୍ୟ ୫ଟି  ବ୍ଲକ୍‌ରେ ବର୍ଷା ହୋଇଛି । ଶୁକ୍ରବାର ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ  ବର୍ଷା ହୋଇଥିଲା । ଜିଲ୍ଲା ଜରୁରିକାଳୀନ ବିଭାଗ ସୂତ୍ରରୁ  ପ୍ରକାଶ ଯେ, ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାର କୋରୁକୁଣ୍ଡା  ବ୍ଲକରେ ସର୍ବାଧିକ ୭୯ ମିମି ବର୍ଷା ହୋଇଥିଲା । ସେହିଭଳି  ମାଲକାନଗିରି ବ୍ଲକରେ ୫୫ ମିମି, ଚିତ୍ରକୋଣ୍ଡାରେ ୨୬  ମିମି, ମାଥିଲିରେ ସର୍ବନିମ୍ନ ୨ ମିମି ଓ ପଦିଆ ବ୍ଲକରେ  ୪ ମିମି ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାରେ ହାରାହାରି  ୨୩ ମିମି ବର୍ଷା ହୋଇଥିବା ଜିଲ୍ଲା ଜରୁରିକାଳୀନ ବିଭାଗ  କହିଛି । ବର୍ଷା ଆରମ୍ଭ ପରେ ଜିଲ୍ଲାର ଚାଷୀଙ୍କ ମଧ୍ୟରେ  ଖୁସିର ଲହରି ଖେଳିଯାଇଛି । ଚାଷୀ ଜମିରେ  ହଳ କରିବା ଆରମ୍ଭ କରିଦେଇଛନ୍ତି ।  ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିବା ନେଇ  ପାଣିପାଗ ବିଭାଗ ସୂଚନା ଦେଇଥିଲେ।

ସେଭଳି ଆଖିଦୃଶିଆ ବର୍ଷା ହୋଇନି । ଏହାକୁ ନେଇ ମୌସୁମୀର ପ୍ରକୃତ  ଆଗମନକୁ ନେଇ ପାଣିପାଗ ବିଶେଷଜ୍ଞମାନେ ଭିନ୍ନ ଆକଳନ କରିଛନ୍ତି । ୧୮ ତାରିଖ ବେଳକୁ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ବର୍ଷା ହେବ ବୋଲି କୁହାଯାଇଛି । ମୌସୁମୀ ରାଜ୍ୟକୁ ପ୍ରବେଶ କରିଥିଲେ ବି ଏବେ  ତାତିରୁ ତ୍ରାହି ମିଳିବା ଆଶା କ୍ଷୀଣ । 

୯ରୁ ୧୨ ତାରିଖ ଯାଏଁ ପଶ୍ଚିମ ଓଡ଼ିଶାରେ  ଗ୍ରୀଷ୍ମପ୍ରବାହ ଜାରି ରହିବ । ୯ରେ ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ାରେ  ଗ୍ରୀଷ୍ମପ୍ରବାହ ବହିବ । ୧୨ ଯାଏଁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ  ଗୁଳୁଗୁଳି ଅନୁଭୂତ ହେବ । ଆସନ୍ତା ଦୁଇ ଦିନ ରାଜ୍ୟର ଉତ୍ତର ଓ ଦକ୍ଷିଣ  ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ଘଡ଼ଘଡ଼ି ହୋଇପାରେ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ଶନିବାର  ସମ୍ବଲପୁର ଓ ବୌଦ୍ଧରେ ତାତି  ସର୍ବାଧିକ ୪୦.୫ ଡିଗ୍ରୀ ରେକର୍ଡ ହୋଇଛି । ଉପକୂଳ ଓଡ଼ିଶାରେ ତାତି ୪୦  ଡିଗ୍ରୀରୁ କମ୍‌ ଥିଲେ ବି ଆର୍ଦ୍ରତା ଅଧିକ ଯୋଗୁଁ ଭୀଷଣ ଗୁଳୁଗୁଳି ହୋଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.