ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଗପଛ ହୋଇ ଆସୁଛି ଦୁଇ ଲଘୁଚାପ,୧୨ ଯାଏ ବର୍ଷା ଛେଚିବ: ଶନିବାର ଉପକୂଳରେ ବର୍ଷା ସହ ପ୍ରବଳ ଘଡ଼ଘଡ଼ି ସମ୍ଭାବନା

ଭୁବନେଶ୍ୱର,୦୨/୦୯: କିଛି ଦିନ ଧରି ଗାଏବ ହୋଇଥିବା ବର୍ଷା ରାଜ୍ୟକୁ ପୁଣି ଫେରିବ । ୨ ତାରିଖରୁ ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ହେବ । ପରକୁ ପର ଦୁଇଟି ଲଘୁଚାପ ପ୍ରଭାବରେ ଅଧିକାଂଶ ସ୍ଥାନରେ ଭାରୀ ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।

ଏ ମାସରେ ଦୁଇ ଦୁଇଟି ଲଘୁଚାପ ହୋଇପାରେ । ପ୍ରଥମେ ୪ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଦ୍ୱିତୀୟ ସପ୍ତାହ ଶେଷ ବେଳକୁ ଆଉ ଏକ ଲଘୁଚାପ ହେବ । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ତେବେ ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ, କଟକ, ଢେଙ୍କାନାଳ ଜିଲ୍ଲାରେ ବର୍ଷା ସହ ଭୀଷଣ ବଜ୍ରପାତ ହୋଇଛି ।

ଡ. ପଶୁପାଳକ କହିଛନ୍ତି, ଶୁକ୍ରବାର ସକାଳେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ଦୁଇ ଦିନ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ରହି ୪ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ଦୁଇଦିନ ଏହା ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳଠାରୁ ଦୂରରେ ରହିବ । ପରେ ଏହା ପୁଣି ଉତ୍ତର ଆଡ଼କୁ ଗତି କରିବ । ୭ରୁ ୯ ତାରିଖ ଯାଏ ଓଡ଼ିଶା ଉପକୂଳ ପାଖରେ ରହିବ । ୯ରେ ଏହା ସ୍ଥଳଭାଗ ଦେଇ 

ଉତ୍ତର ଛତିଶଗଡ଼ ଆଡ଼କୁ ମୁହାଁଇବ । ଏହା ପ୍ରଭାବରେ ୨ରୁ ୧୦ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ । ଉପକୂଳରେ ୨ ଓ ୩ ତାରିଖରେ ବର୍ଷା ସହ ପ୍ରବଳ ଘଡ଼ଘଡ଼ି ହେବ । ୫ ଓ ୬ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଭୀଷଣ ଘଡ଼ଘଡ଼ି ହେବାର ସମ୍ଭାବନା ଅଛି । ଉପକୂଳ ଓଡ଼ିଶାରେ ୪ରୁ ୧୦ ତାରିଖ ଯାଏ ଅଧିକ ବର୍ଷା ହୋଇପାରେ । ୫ରୁ ୯ ତାରିଖ ଯାଏ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବ । ୪ରୁ ୮ ତାରିଖ ଉତ୍ତର ଆଭ୍ୟନ୍ତରରେ ଅଧିକ ବର୍ଷା ହୋଇପାରେ । ୧୦ ତାରିଖ ଯାଏ ଦକ୍ଷିଣ ଓଡ଼ିଶାରେ ୧୫୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ଉପକୂଳ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ମୋଟ ୧୦୦ରୁ ୧୨୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଛତିଶଗଡ଼ରେ ଭାରୀ ବର୍ଷା ସମ୍ଭାବନା ଅଛି ।

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ଶେଷ ବେଳକୁ ଦ୍ୱିତୀୟ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ହେବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ସେପ୍ଟେମ୍ବରରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ୧୦ ତାରିଖ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ବର୍ଷା ପରିମାଣ ୨୩୫ ମିମି ଥିବାବେଳେ ଏହାଠାରୁ ୫୦% ଅଧିକ ବର୍ଷା ହେବ ।

ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ ଅନୁସାରେ, ୩ ତାରିଖରେ ଉତ୍ତର ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ଭିତରେ ଏହା ଲଘୁଚାପରେ ପରିଣତ ହେବ । ୨ରୁ ୫ ତାରିଖ ଯାଏ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରି କହିଛି, ୨ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ ଓ ଢେଙ୍କାନାଳରେ ଭାରୀ ବର୍ଷା ସମ୍ଭାବନା ଅଛି । ୩ରେ  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ,  ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ସୋନପୁରରେ  ଅଧିକ ବର୍ଷା ହୋଇପାରେ । ୪ ତାରିଖରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଭାରୀ ବର୍ଷା ସମ୍ଭାବନା ଅଛି । 

ବର୍ଷାକୁ ନେଇ ଚାଷୀଙ୍କୁ ପରାମର୍ଶ ଦେଇ ଡ. ପଶୁପାଳକ କହିଛନ୍ତି, ଜମିରୁ ପାଣି ଛାଡ଼ିବା ପରେ ଧାନ ଫସଲରେ ୟୁରିଆ ସାର ପ୍ରୟୋଗ କରନ୍ତୁ । ଦ୍ୱିତୀୟ ଲଘୁଚାପ ପରେ ପ୍ରାକ୍‌ ରବି ଫସଲ ଆରମ୍ଭ କରନ୍ତୁ । ମାଣ୍ଡିଆ, ମୁଗ, ବିରି, ସୂର୍ଯ୍ୟମୁଖୀ, ଅଳସୀ, ସୋରିଷ ଓ ମିଠା ମକା ଲଗାନ୍ତୁ । ସେହିଭଳି ଅଣଜଳସେଚିତ ରବି ଫସଲକୁ ଆଗୁଆ କରି ପ୍ରାକ୍‌ ରବି ଫସଲ ସହ ମିଶାନ୍ତୁ । ରବି ପନିପରିବା ଲଗାଇବା ଆରମ୍ଭ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

  • PrameyaOdia
  • Weather
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.