ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାଠାଗାରର ଅଜବ ନିୟମ, ବହି ଚିରିଲେ ଦେବାକୁ ହେବ ପାଳିତ ପଶୁଙ୍କ ଫଟୋ

ନୂଆଦିଲ୍ଲୀ ୨୯/୦୫: ସାଧାରଣତଃ ପାଠାଗାରରୁ ବହି ଆଣିଥିଲେ ତାହା ଚିରିଗଲେ ଜରିମାନା ଦେବାକୁ ହୋଇଥାଏ । କିନ୍ତୁ ଆମେରିକାର ଏକ ପାଠାଗାର ଏ ସଂପର୍କରେ ଅଜବ ସର୍ତ୍ତ ରଖିଛି । ସେହି ନିୟମ ଅନୁସାରେ, ପାଠାଗାରରୁ ନିଆଯାଇଥିବା ପୁସ୍ତକ ଚିରିଗଲେ ପ୍ରତିବଦଳରେ ପାଠକଙ୍କୁ ଜରିମାନା ଆକାରରେ ଅର୍ଥ ଦେବାକୁ ପଡ଼ିବ ନାହିଁ । ଜରିମାନା ବଦଳରେ ପାଠକମାନେ ତାକୁ ନଷ୍ଟ କରିଥିବା ଗୃହପାଳିତ ପଶୁଙ୍କର ସୁନ୍ଦର ଫଟୋ ଦେଖାଇ ପାରିବେ । ଆମେରିକାର ୱିସକନସିନ୍‌ସ୍ଥିତ ‘ମିଡିଲଟନ୍‌ ପବ୍ଲିକ୍‌ ଲାଇବ୍ରେରୀ’ ପକ୍ଷରୁ ନିଜ ପାଠକଙ୍କ ଲାଗି ଏହି ସର୍ତ୍ତ ରଖାଯାଇଛି । ଆହୁରି ମଧ୍ୟ କାହା ପାଖରେ ଅର୍ଥ ନଥିଲେ ସେ ନିଜ ଗୃହପାଳିତ ପଶୁଙ୍କର ଫଟୋ ଦେଖାଇ ପାଠାଗାରରେ ପଢ଼ିବାର ବ୍ୟବସ୍ଥା ରହିଛି । 

ଏ ସଂପର୍କରେ ‘ମିଡିଲଟନ୍‌ ପବ୍ଲିକ୍‌ ଲାଇବ୍ରେରୀ’ ପକ୍ଷରୁ ଗତମାସରେ ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ମଧ୍ୟ କରାଯାଇଥିଲା । ସେଥିରେ ଲେଖାଯାଇଥିଲା, ପାଠାଗାରର ପୁସ୍ତକ ଆପଣମାନଙ୍କର ପାଳିତ ପଶୁ ଓ କୁନି ପିଲାଙ୍କୁ ସମୟ ସମୟରେ ସ୍ୱାଦିଷ୍ଟ ଲାଗିପାରେ ବୋଲି ଆମେ ବୁଝୁଛୁ । ଅନେକ ଲୋକ ଚିରା ବହି ଫେରାଇବାବେଳେ ଏହି କାରଣ ଦର୍ଶାଉଛନ୍ତି । ସେଥିଲାଗି ଆମେ ଆପଣମାନଙ୍କୁ ଏକ ଅଫର୍‌ ଦେଉଛୁ । ପୁସ୍ତକକୁ ଚିରିଥିବା ସେହି ନିରୀହ ଅପରାଧୀର ଫଟୋକୁ ଆମ ପାଖରେ ଜମା କଲେ ଜରିମାନା ଲାଗିବ ନାହିଁ । ‘ମିଡିଲଟନ୍‌ ପବ୍ଲିକ୍‌ ଲାଇବ୍ରେରୀ’ର ସେହି ଘୋଷଣାକୁ ଲୋକେ ଅନେକ ପ୍ରଶଂସା କରୁଛନ୍ତି । ଘୋଷଣା ହେବାର ମାସକ ମଧ୍ୟରେ ଅଦ୍ୟାବଧି ୪ ଜଣ ପାଠକ ଏହାର ଲାଭ ଉଠାଇ ସାରିଛନ୍ତି । ସେମାନେ ନିଜର ପ୍ରିୟ ଗୃହପାଳିତ ପଶୁଙ୍କର ଫଟୋକୁ ଦାଖଲ କରିଛନ୍ତି । ସେହି ଫଟୋକୁ ପାଠାଗାର କାନ୍ଥରେ ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.