ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

‘ତିହାର ଜେଲରେ ଆପଣଙ୍କୁ ସ୍ବାଗତ’...କେଜ୍ରିଓ୍ବାଲଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖରର ଚିଠି...

ନୂଆଦିଲ୍ଲୀ: ତିହାର ଜେଲରେ ବନ୍ଦୀ ରହିଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଏବେ ପୁଣି ଥରେ ଚର୍ଚ୍ଚାରେ । ଏଥର ତାଙ୍କ ଚର୍ଚ୍ଚାରେ ରହିବାର କାରଣ ହେଉଛି ତାଙ୍କର ଏକ ଚିଠି, ଯାହାକି ସେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲେଖିଛନ୍ତି । ଏଥିରେ ସୁକେଶ କେଜ୍ରିୱାଲଙ୍କୁ କଟାକ୍ଷ କରି ତାଙ୍କୁ ତିହାର ଜେଲରେ ସ୍ୱାଗତ ବୋଲି ଲେଖିଛନ୍ତି । ସୂଚନାଥାଉକି, ଯେ ଏହା ପୂର୍ବରୁ ମଧ୍ୟ ସୁକେଶ ଏକ ଚିଠି ଲେଖିଥିଲେ ଯେଉଁଥିରେ ସେ କେଜ୍ରିୱାଲ ଏବଂ ଜେଲରେ ଥିବା ତାଙ୍କ ମନ୍ତ୍ରୀଙ୍କ ଉପରେ ଖୁଲାସା କରିବାକୁ କହିଥିଲେ ।  

ସୁକେଶ ଅରବିନ୍ଦ କେଜ୍ରିୱାଲଙ୍କୁ ଚିଠିରେ ଲେଖିଛନ୍ତି ଯେ, 'ପ୍ରିୟ ଭାଇ ଅରବିନ୍ଦ କେଜ୍ରିୱାଲ, ତିହାର କ୍ଲବକୁ ସ୍ୱାଗତ । ସବୁଥର ପରି, ଏଥର ମଧ୍ୟ ସତ୍ୟ ଜିତିଛି । ଏହା ହେଉଛି ନୂଆ ଭାରତର ଶକ୍ତି । ଏହା ଏକ ଉତ୍ତମ ଉଦାହରଣ ଯେ ଆଇନ୍ ଠାରୁ ଉର୍ଦ୍ଧରେ କିଛି ନାହିଁ । ଏହା ଏକ ବହୁତ ଭଲ ସୁଯୋଗ । ମୋର ଜନ୍ମଦିନ ୨୫ ମାର୍ଚ୍ଚରେ । ଏହି ଦିନ ଦ୍ୱିଗୁଣ ସୁଖ ପାଳନ କରାଯିବ । ମୁଁ ତୁମର ଗିରଫକୁ ମୋର ସର୍ବୋତ୍ତମ ଉପହାର ବୋଲି ମନେ କରୁଛି । ସେ ଆହୁରି ଲେଖିଛନ୍ତି ଯେ, 'ତୁମର ସମସ୍ତ ବକ୍ତବ୍ୟ ଏବଂ ସଚ୍ଚୋଟତାର ଡ୍ରାମା ଶେଷରେ ଶେଷ ହୋଇଛି । ମୁଁ ବହୁତ ଖୁସି ଯେ ମୋର ତିନି ଭାଇ ବର୍ତ୍ତମାନ ଏଠାରେ । ତିହାର କ୍ଲବ ଚଲାଇବା ପାଇଁ ଚେୟାରମ୍ୟାନ୍ ବିଗ୍ ବସ୍ - ଅରବିନ୍ଦ କେଜ୍ରିୱାଲ, ସିଇଓ - ମନୀଷ ସିସୋଦିଆ ଏବଂ ସିଓଓ - ସତ୍ୟେନ୍ଦ୍ର ଜୈନ ଏଠାରେ ଅଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.