ନୂଆଦିଲ୍ଲୀ,୩/୯ : ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବଡ଼ ଆକ୍ସନ ନେଇଛନ୍ତି । ପଶ୍ମିମବଙ୍ଗର ସ୍ବାସ୍ଥ୍ୟ ବିଭାଗ ଶେଷରେ ଆରଜୀ କରର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ନିଲମ୍ବିତ କରିଛନ୍ତି । ତାଙ୍କୁ ପିଶ୍ଚିମବଙ୍ଗ ମେଡ଼ିକାଲ କାଉନସିଲରୁ ବି ନିଲମ୍ବିତ କରାଯାଇଛି ।
ସିବିଆଇ ସୋମବାର ସନ୍ଦୀପ ଘୋଷଙ୍କ ସମେତ ୪ଲୋକଙ୍କୁ ଆରଜୀ କର ହସ୍ପିଟାଲରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ କରିଥିଲା । ସିବିଆଇ କୋଲକାତା ହାଇକୋର୍ଟର ଆଦେଶ ଉପରେ ଏହି ମାମଲାରେ ଯାଞ୍ଚ କରୁଛି ।
ପ୍ରକାଶ ଯେ, ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପଶ୍ଚିମବଙ୍ଗରେ ବିରୋଧ ପ୍ରଦର୍ଶନ ହେଉଛି। ବିଜେପି ସମେତ ପ୍ରାୟ ବିରୋଧି ଦଳ ବାରମ୍ବାର ସନ୍ଦୀପ ଘୋଷଙ୍କ ବିପକ୍ଷରେ ଆକ୍ସନର ଦାବି କରୁଥିଲେ । ଘଟଣାର ୨୬ଦିନ ପରେ ପଶ୍ଚିମବଙ୍ଗ ସରକାର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ନିଲମ୍ବିତ କରିଛନ୍ତି ।