ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁଲରେ କରନ୍ତୁନି ଏହି ୩ଟି ଭୁଲ, ରହିବେ ଫିଟ

ଆଜିର  ବ୍ୟସ୍ତବହୁଳ ଜୀବନରେ ଆମେ ନିଜ ଶରୀର ପ୍ରତି ଠିକ୍ ଭାବରେ ଧ୍ୟାନ ଦେଇପାରିନଥାଉ। ଯେଉଁ କାରଣରୁ ମୋଟାପଣ ବଢିଥାଏ। ମୋଟାପଣ ସର୍ବପ୍ରଥମେ ପେଟରେ ହିଁ ଆସିଥାଏ। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଶାରୀରିକ ଗତିବିଧିର ଅଭାବ କାରଣରୁ ହିଁ ବେଲିଫ୍ୟାଟ୍ ବଢିଥାଏ। ମୋଟାପଣ କାରଣରୁ କର୍ପୋରେଟ୍ ସେକ୍ଟରରେ କାମ କରୁଥିବା କର୍ମୀ ସବୁଠାରୁ ଅଧିକ ଚିନ୍ତାଗ୍ରସ୍ତ ହୋଇଥାନ୍ତି। କାରଣ ତାଙ୍କୁ ଲମ୍ୱା ସମୟ ପାଇଁ ଡେସ୍କରେ ବସିବାକୁ ପଡିଥାଏ। ଯାହାଦ୍ୱାରା ମେଟାବୋଲିଜିମର ଗତି କମିଥାଏ ଏବଂ ଖାଦ୍ୟ ଚର୍ବିରେ ପରିଣତ ହୋଇଯାଇଥାଏ। ତେଣୁ ଆପଣ ଅଫିସରେ ଦ୍ୱିପହର ଖାଦ୍ୟ ଖାଇବା ସମୟରେ କିଛି ଭୁଲକୁ ସୁଧାରିବା ଦ୍ୱାରା ପେଟରେ ବଢୁଥିବା ଚର୍ବିକୁ ରୋକି ପାରିବେ। 

ଡେସ୍କରେ ବସି ଖାଆନ୍ତୁ ନାହିଁ:- ଲଞ୍ଚରେ କରାଯାଇଥିବା ସମାନ୍ୟ ଭୁଲ୍ ବେଲିଫ୍ୟାଟ୍କୁ ବଢାଇଥାଏ। ଯଦି ଆପଣ ଡେସ୍କରେ ବସି ଖାଉଛନ୍ତି, ତେବେ ତାହା ମୋଟପଣର କାରଣ ହେବ । ଏଥିସହ  ଶରୀରକୁ ପୋଷଣତତ୍ତ୍ୱ ମଧ୍ୟ ମିଳିବନାହିଁ । ତେଣୁ ଏହି ଅଭ୍ୟସକୁ ପରିତ୍ୟାଗ କରନ୍ତୁ।

ଭୋଜନ ପରେ ୱାକ୍ କରନ୍ତୁ:- ମଧ୍ୟାହ୍ନଭୋଜନ ପରେ ସଙ୍ଗେସଙ୍ଗେ ବସନ୍ତୁ ନାହିଁ। ଭୋଜ ନପରେ ବସିବା ବା ଶୋଇବାଦ୍ୱାରା ଓଜନ ବଢିଥାଏ। ଏଥିପାଇଁ ଖାଇସାରିବା ପରେ ୩୦ ମିନିଟ ଚାଲନ୍ତୁ। 

ସୋଢା ଏବଂ କଫିର ସେବନ କରନ୍ତୁନାହିଁ:-ଭୋଜନ ପରେ ସୋଢା ବା କଫିର ସେବନଠାରୁ ଦୂରେଇ ରୁହନ୍ତୁ। ଏହା ଓଜନ ବଢାବାର ଏକ ମୁଖ୍ୟ କାରଣ ଅଟେ। କାରଣ ଏଥିରେ ଆର୍ଟିଫିସିଆଲ ସ୍ୱିଟ୍ନର୍ ରହିଥାଏ, ଯାହା କ୍ୟାଲୋରିକୁ ବଢାଇବାରେ ସାହାଯ୍ୟ କରିଥାଏ। ଏହାକୁ ଗ୍ରହଣ କରିବା ଦ୍ୱାରା ପାଚନକ୍ରିୟା ବିଗିଡିଥାଏ ଏବଂ ବେଲିଫ୍ୟାଟ୍ ବଢିଥାଏ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.