ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମଙ୍ଗଳବାର ଭୋଟ୍ ଗଣତି : ଜି.ଉଦୟଗିରିରେ କିଏ ପିନ୍ଧିବ ବିଜୟ ମୁକୁଟ ?

ଦାରିଙ୍ଗବାଡି, ୩/୬ : ୨୦ ତାରିଖରେ ଶେଷ ହୋଇଛି ଜି. ଉଦୟଗିରି ମଣ୍ଡଳୀର ସାଧାରଣ ନିର୍ବାଚନ । ନିର୍ବାଚନ ସରିବା ପରେ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଅଙ୍କକସା। ସମସ୍ତ ଦଳର ପ୍ରାର୍ଥୀମାନେ ଦଳୀୟ ନେତାଙ୍କୁ ଡାକି ହିସାବ କିତାବ କରିସାରିଛନ୍ତି । ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ୪ ଗୋଟି ବ୍ଲକ ରହିଛି। ସେଥି ମଧ୍ୟରୁ ଦାରିଙ୍ଗବାଡି ବ୍ଲକରେ ସର୍ବାଧିକ ଭୋଟର। ଦାରିଙ୍ଗବାଡି ବ୍ଲକରେ ୮୪ ହଜାର ୭୪୬ ଭୋଟର ରହିଥିବା ବେଳେ ୬୧ ହଜାର ୬ ଜଣ ଭୋଟର ମତଦାନ କରିଛନ୍ତି। 

ସେହିପରି ରାଇକିଆ ବ୍ଲକରେ ୪୨ ହଜାର ୮୨୬ ଜଣ ଭୋଟରଙ୍କ ମଧ୍ୟରୁ ୨୮ ହଜାର ୯୪୩ ଭୋଟର, ଜି.ଉଦୟଗିରି ବ୍ଲକରେ ୩୭ ହଜାର ୮୨୬ ଭୋଟରଙ୍କ ମଧ୍ୟରୁ ୨୩ ହଜାର ୮୦୩ ଜଣ ଭୋଟର ଓ ଟିକାବାଲି ବ୍ଲକରେ ୪୨ ହଜାର ୭୮୫ ଭୋଟରଙ୍କ ମଧ୍ୟରୁ ୩୦ ହଜାର ୬୧୧ ଭୋଟର ମତଦାନ କରିଛନ୍ତି। ଏଭଳି ଭାବେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୮ ହଜାର ୧୮୩ ଜଣ ଭୋଟର ମଧ୍ୟରୁ ୧ ଲକ୍ଷ ୪୪ ହଜାର ୩୬୩ ଜଣ ଭୋଟର ମତଦାନ କରିଛନ୍ତି। ଏଥି ମଧ୍ୟରୁ କେଉଁ ବ୍ଲକରୁ କେତେ ଭୋଟ ମିଳିବ ସେନେଇ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ଦଳୀୟ ନେତାଙ୍କୁ ଡାକି ଏକ ଆନୁମାନିକ ହିସାବ କରିଛନ୍ତି । ସବୁ ଦଳ ପୂର୍ବାନୁମାନ କରି ବିଜୟ ନିଶ୍ଚିତ କହୁଥିବା ବେଳେ ଦାରିଙ୍ଗବାଡି ବ୍ଲକର ଭୋଟ ହିଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବ। ଆସନ୍ତାକାଲି ଗଣତି ରହିଥିବା ବେଳେ ଜନତା କାହାକୁ ବିଜୟ ମୁକୁଟ ପିନ୍ଧାଉଛନ୍ତି ତାକୁ ଦେଖିବାକୁ ବାକି ରହିଲା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.